ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସ୍ବାବଲମ୍ବୀ କରିବାକୁ ପ୍ରୟାସ, ଆବର୍ଜନା ବୁହା ବ୍ୟାଟେରି ଗାଡିରେ ଉଠାଉଛନ୍ତି ସହରରୁ ଅଳିଆ

Published By : Prameya-News7 Bureau | May 31, 2021 IST

ଖଲ୍ଲିକୋଟ ୩୧।୫: ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନଏସି ପକ୍ଷରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରି ସେମାନଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଛି । ଏବେ ପୁଣି ଥରେ ଏନଏସି ପକ୍ଷରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଅଧିକ ସ୍ବାବଲମ୍ବୀଶୀଳ କରିବାକୁ ନିଆଯାଇଛି ଏକ ନୂତନ ପଦକ୍ଷେପ  । ଏବେ ସହରରେ ବିଭିନ୍ନ ସାହିରୁ ଆବର୍ଜନା ସଂଗ୍ରହ ପାଇଁ ନୂତନ ବ୍ୟାଟେରି ଚାଳିତ ଗାଡିର ଶୁଭାରମ୍ଭ ହୋଇଛି । ଏଥିରେ ମହିଳାଙ୍କୁ ଗାଡି ଚାଳକଭାବେ ନିୟୋଜିତ କରାଯାଇଛି ।

{"id":459369,"sizeSlug":"large","linkDestination":"none"}

ପ୍ରଥମ ପ୍ରର୍ଯ୍ୟାୟରେ  ବ୍ୟାଟେରି ଗାଡି କାଳିମୁଖୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ  ଦିଆଯାଇଛି । ଗାଡି ଚାଳକଭାବେ ସିଲା ନାୟକ ଓ ହେଲପର ଭାବେ ଯସ୍ମିନ ନାୟକ ନିୟୋଜିତ ରହିଛନ୍ତି । ଏବେ ଛତ୍ରପୁର ସହରର ବିଭିନ୍ନ ସାହି ସାହି ବୁଲି ପ୍ରତ୍ୟେକ ଘରୁ ଅଳିଆ ଆବର୍ଜନା ସଂଗ୍ରହ କରୁଛନ୍ତି ପରେ ଉକ୍ତ ଆବର୍ଜନାଗୁଡିକୁ ଛତ୍ରପୁର ଏନଏସି ପକ୍ଷରୁ ନିର୍ମାଣଧିନ ଆର୍ବଜନା ପ୍ଲାଣ୍ଟରେ ନେଇ ପକାଉଛନ୍ତି ।

{"id":459370,"sizeSlug":"large","linkDestination":"none"}

ରାଜ୍ୟ ସରକାର ଏବେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ଅଧିକ ପ୍ରଧାନ୍ୟ ଦେଉଛନ୍ତି । ମହିଳାମାନେ ସଶକ୍ତିକରଣ ହୋଇପାରିଲେ ସେମାନଙ୍କ ଆର୍ଥିକ ବୃଦ୍ଧି ମଧ୍ୟ ହୋଇପାରିବ ବୋଲି ଏନଏସି ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ମହିଳାମାନେ ଘରେ ବସି ରହୁଥିଲେ ଏବେ କାମ ମିଳୁଥିବାରୁ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତ ଆସିବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.