ପୁରୀ ବଗଲା ଧର୍ମଶାଳା ଜମି ବିବାଦ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନର ସଫେଇ, କାହାକୁ ଦିଆଯାଇନି ଜମି

Published By : Prameya-News7 Bureau | August 22, 2020 IST

ପୁରୀ ୨୨।୮: କାହାକୁ ଦିଆଯାଇନି ବଗଲା ଜମି । ପୁରୀ ବଗଲା ଧର୍ମଶାଳା ଜମି ବିବାଦ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛି ପୁରୀ ଜିଲ୍ଲା ପ୍ରଶାସନ । ଘରୋଇ ଲଜ୍‌ ମାଲିକଙ୍କୁ ଜମି ଦିଆଯାଇନି । ସେବାୟତଙ୍କ ବିସ୍ଥାପନ ପାଇଁ ଜମିର ୧୨% ବ୍ୟବହାର ହୋଇଛି । ଜମି ହରାଇଥିବା ସେବାୟତଙ୍କ ପାଇଁ ହୋଇଛି ବ୍ୟବହାର । ୭୫ ମିଟର ଉଚ୍ଛେଦ ବେଳେ ଜମି ହରାଇଥିଲେ ଏହି ସେବାୟତ ।

ବଗଲା ଧର୍ମାଶାଳାର ଜମି ବିକ୍ରିକୁ ବିରୋଧ କରି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଶନିବାର ଧାରଣାରେ ବସିଥିଲେ । ଚଞ୍ଚକତା କରି ଧର୍ମଶାଳାର ଦାନ ଜମିକୁ ଲଜିଂ ମାଲିକଙ୍କୁ ବିକିବା ସମ୍ପୂର୍ଣ୍ଣ ବେଆଇନ ବୋଲି ମତ ଦେଇଛି ବିଜେପି ।

ଅନ୍ୟପଟେ ବିଜେପି ମୁଖପାତ୍ରଙ୍କ ଏପରି ବିରୋଧ ସମ୍ପୂର୍ଣ୍ଣ ନାଟକ ବାଜି ଓ ଏଥିରେ ଆନ୍ତରିକତା ନାହିଁ ବୋଲି କହିଛନ୍ତି ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି । ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଜଗନ୍ନାଥଙ୍କୁ ଆୟୁଧ କରି ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ର‌ଖି ଏପରି ବିରୋଧ କରୁଛନ୍ତି ବୋଲି ମହେଶ୍ବର କହିଛନ୍ତି । ରାଜ୍ୟ ସରକାରଙ୍କ ଉଦ୍ୟମରେ ପ୍ରାୟ ୧୦ ହଜାର ଯାତ୍ରୀଙ୍କ ପାଇଁ ଧର୍ମଶାଳା ନିର୍ମାଣ କରାଯାଉଛି। ଧର୍ମଶାଳା ସଂପର୍କରେ ରାଜ୍ୟ ସରକାର ଉଚିତ୍ ପଦକ୍ଷେପ ନେଉଥିବା ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.