ତରବରିଆ ଭାବେ ଲକ୍‌ଡାଉନ୍‌ରେ କାହିଁକି ହେଲା ବାହାଘର ? ମୁହଁ ଖୋଲିବେ କି ଓଏଏସ୍‌ ବାବୁ..?

Published By : Prameya-News7 Bureau | August 04, 2020 IST

ଭୁବନେଶ୍ବର୪/୮: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣା ଏବେ ନୂଆ ମୋଡ଼ ଦେଇ ଗତି କରୁଛି। ଯେଉଁମାନେ ଆଦିତ୍ୟଙ୍କ ଲିଙ୍କ୍‌ରେ ଥିଲେ, ସେମାନଙ୍କୁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପରିସର ଭିତରକୁ ଟାଣିଛି। ଏମିତି କି ବିଦ୍ୟାଶ୍ରୀ ଏବଂ  ଆଦିତ୍ୟଙ୍କ ବାହାଘର କରିଥିବା ପ୍ରଶାସନିକ ଅଧିକାରୀ ଏବେ କ୍ରାଇମ୍‌ବ୍ରାଞ୍ଚ ଟାର୍ଗେଟରେ।

କେନ୍ଦ୍ରପଡାର ସେହି ପ୍ରଶାସନିକ ଅଧିକାରୀଙ୍କୁ କ୍ରାଇମ୍ ବ୍ରାଞ୍ଚ ଖୁବ୍ ଶୀଘ୍ର ପଚରାଉଚାର କରିବ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, ଆଦିତ୍ୟ ଏବଂ ଦିଦ୍ୟାଶୀଙ୍କ ସହ ଦୀର୍ଘଦିନରୁ ଏହି ଅଧିକାରୀଙ୍କ ସଂପର୍କ ରହିଛି। ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ କେନ୍ଦ୍ରପଡାର ପ୍ରଶାସନିକ ଅଧିକାରୀଙ୍କ କଣ ଭୂମିକା ରହିଛି, ତାହାକୁ ନେଇ ବର୍ତ୍ତମାନ କ୍ରାଇମ୍ ବ୍ରାଞ୍ଚ ଖୋଳତାଡ଼ ଆରମ୍ଭ ହୋଇଛି। ଲକ୍‌ଡାଉନ୍ ସମୟରେ ତରବରିଆ ଭାବେ କେନ୍ଦ୍ରାପଡାରେ ଆଦିତ୍ୟ ଏବଂ ବିଦ୍ୟାଶ୍ରୀଙ୍କ ବାହାଘର ଏହି ପ୍ରଶାସନିକ ଅଧିକାରୀ କରିଥିଲେ।

ଲକ୍‌ଡାଉନ୍ ସମୟରେ ତରବରିଆ ଭାବେ କାହିଁକି ଦୁହେଁ ବିବାହ କଲେ? ଯଦି ଉଭୟ ବିବାହ କଲେ, ତେବେ ଭୁବନେଶ୍ବରର କୌଣସି ମନ୍ଦରରେ ବିବାହ କରି ପାରିଥାନ୍ତେ? କିନ୍ତୁ ସେମିତି ନ କରି ଦୁହେଁ କେନ୍ଦ୍ରପଡା ଜିଲ୍ଲାର ଏକ ମନ୍ଦିର ଉଭୟ ବିବାହ କରିଥିଲେ। ଯେଉଁ ବାହାଘରରେ କେନ୍ଦ୍ରପଡାର ସେହି ପ୍ରଶାସନିକ ଅଧିକାରୀଙ୍କ ତତ୍ବାବଧାନରେ ହୋଇଥିଲା। ଆଦିତ୍ୟଙ୍କ ମୃତ୍ୟୁ ନେଇ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଟିମ୍ ପ୍ରଶାସନିକ ଅଧିକାରୀଙ୍କୁ ଖୁବ ଶିଘ୍ର ପଚରାଉଚାର କରିବ ବୋଲି ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.