କୋଟିଆର ବିକାଶ ପାଇଁ ଅଣ୍ଟା ଭିଡିଲେ ପ୍ରଶାସନିକ ଅଧିକାରୀ, ୨୧ଟି ଗାଁକୁ ପୋଷ୍ୟ ଭାବେ କରିବେ ଗ୍ରହଣ
1/03/2021 at 10:11 AM

ଜୟପୁର ୧।୩: କୋଟିଆର ବିକାଶ ପାଇଁ ଅଣ୍ଟା ଭିଡିଲେ ଜିଲ୍ଲା ସ୍ତରୀୟ ଅଧିକାରୀ । ଏବେ କୋଟିଆର ୨୧ଟି ଗାଁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିବେ କୋରାପୁଟ ଜିଲ୍ଲାର ବିଭିନ୍ନ ଅଧିକାରୀ । ଏହି ଗାଁଗୁଡିକୁ ଏହି ଅଧିକାରୀମାନେ ବ୍ୟକ୍ତିଗତ ଭାବେ ପହଞ୍ଚିବେ । ଏହାସହ ଲୋକଙ୍କ ସମସ୍ୟା ଶୁଣି ତାର ସମାଧାନ ପାଇଁ ପ୍ରୟାସ କରିବେ ।

କୋଟିଆ ଭିତରକୁ ଆନ୍ଧ୍ରର ଅନୁପ୍ରବେଶ ଆଉ ଲୋକଙ୍କୁ ପ୍ରଲୋଭିତ କରିବା ପରେ ଆନ୍ଧ୍ରକୁ ଚେକ୍ ଦେବା ସହ ଲୋକଙ୍କ ବିଶ୍ବାସ ଜିତିବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଅନୁସାରେ ବିଭିନ୍ନ ବିଭାଗର ଅଧିକାରୀମାନେ ଏହି ଗାଁଗୁଡିକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିବେ ।