ଐତିହାସିକ କନିକା ଲାଇବ୍ରେରୀ : ହେରିଟେଜ୍‌ର ମାନ୍ୟତା ଦେବାକୁ ହେଉଛି ଚେଷ୍ଟା, ଷ୍ଟାଫ୍ ନାହାଁନ୍ତି କି ଭିତ୍ତିଭୂମି ନାହିଁ

Published By : Prameya-News7 Bureau | December 20, 2018 IST

କଟକ ୨୦|୧୨: ଐତିହାସିକ କନିକା ଲାଇବ୍ରେରୀରେ ୬ଟି ଆସିଷ୍ଟାଣ୍ଟ ଲାଇବ୍ରେରୀଆନ୍ ପଦବୀ ଖାଲି ପଡିଛି । କୌଣସି ପ୍ରଫେସର ଲେବଲ୍‌ର ସ୍ଥାୟୀ ନିର୍ଦ୍ଦେଶକ ବି ଏଠି ନାହାନ୍ତି। ଗୋଟିଏ ପଟେ ଏହାକୁ ହେରିଟେଜ୍ ଲାଇବ୍ରେରୀର ମାନ୍ୟତା ଦେବାକୁ ଚେଷ୍ଟା ଚାଲୁଥିବା ବେଳେ ଲାଇବ୍ରେରୀରେ ନାହାନ୍ତି ଆବଶ୍ୟକ ସଂଖ୍ୟକ କର୍ମଚାରୀ । ସେପଟେ ଲାଇବ୍ରେରୀର ଭିତ୍ତିଭୂମି ବିକାଶ ସହ ଆବଶ୍ୟକ ପଦବୀ ଖୁବ୍‌ଶୀଘ୍ର ପୂରଣ ହେବ ବୋଲି ବିଶ୍ବବିଦ୍ୟାଳୟ ପ୍ରଶାସନ ସଫେଇ ଦେଇଛି ।

{"id":65504}

ରେଭେନ୍ସାର ଗୌରବ ତଥା ରାଜ୍ୟର ଐତିହାସିକ କନିକା ଲାଇବ୍ରେରୀ । କିନ୍ତୁ ଏତେ ବଡ ପାଠାଗାରକୁ ଚଳାଇବାକୁ ନାହାନ୍ତି ସ୍ଥାୟୀ ଲାଇବ୍ରେରିଆନ୍ । କନିକା ଲାଇବ୍ରେରୀ ଛଡା ରେଭେନ୍ସିଆନଙ୍କ ପାଇଁ ମଧ୍ୟ ସେଣ୍ଟେନାରୀ ଲାଇବ୍ରେରୀ ରହିଛି । ହେଲେ ସେଠାରେ ବି ସ୍ଥାୟୀ କର୍ମଚାରୀ ନାହାନ୍ତି । ଚୁକ୍ତିଭିତ୍ତିକ କର୍ମଚାରୀ ଥିବାରୁ ଲାଇବ୍ରେରୀରୁ ଯେତିକି ଫାଇଦା ପାଇବା କଥା ତାହା ଛାତ୍ରଛାତ୍ରୀ ପାଇପାରୁ ନଥିବା ଅଭିଯୋଗ ହୋଇଛି । ଏହାଛଡା ଏହି ସ୍ବୟଂ ଶାସିତ ବିଶ୍ବବିଦ୍ୟାଳୟରେ ଲାଇବ୍ରେରୀ ସାଇନ୍ସ ପାଠ୍ୟକ୍ରମ ଖୋଲାବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।

{"id":65502,"width":579,"height":326}

କନିକା ଲାଇବ୍ରେରୀର ୬ଟି ଆସିଷ୍ଟାଣ୍ଟ ପଦବୀ ଖାଲି ପଡିଛି । ଏହି ହେରିଟେଜ୍ ଲାଇବ୍ରେରୀ ପାଇଁ ସ୍ଥାୟୀ ଭାବେ ଗୋଟିଏ ପ୍ରଫେସର ଲେବଲ୍‌ର ନିର୍ଦ୍ଦେଶକ ପଦ ସୃଷ୍ଟି କରାଯାଇପାରିଲେ ଭଲ ହୁଅନ୍ତା ବୋଲି ମତ ପ୍ରକାଶ ପାଇଛି । ଉଭୟ ରେଭେନ୍ସା ଡେଭଲେପ୍‌ମେଣ୍ଟ ଟ୍ରଷ୍ଟ ଓ ଆଲୁମୁନି ଆସୋସିଏସନ୍‌ର ମିଳିତ ସହଭାଗିତାରେ ଏହି ପାଠାଗାରର ଭିତ୍ତିଭୂମି ତଥା କଳେବର ବୃଦ୍ଧି ପାଇଁ ଯୋଜନା କରାଯାଉଛି ।

{"id":65505,"width":576,"height":383}

କନିକା ଲାଇବ୍ରେରୀକୁ ଗୋଟିଏ ଓ୍ବାର୍ଲଡ୍‌ କ୍ଲାସ୍ ଲାଇବ୍ରେରୀରେ ପରିଣତ କରିବା ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ଚେଷ୍ଟା କରାଯାଉଛି । ଏହାଛଡା ଧୀରେ ଧୀରେ ଏହି ପାଠାଗାରକୁ ଡିଜିଟାଇଜେସନ୍‌ କରାଯାଉଛି ବୋଲି ରେଭେନ୍ସା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.