ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସମ୍ଭାବ୍ୟ ବାତ୍ୟା ‘ପେଥାଇ’କୁ ନେଇ ପ୍ରଶାସନିକ ପ୍ରସ୍ତୁତି ; ୧୧ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର

17/12/2018 at 3:23 PM

ଗଜପତି ୧୭|୧୨: ସମ୍ଭାବ୍ୟ ବାତ୍ୟା ‘ପେଥାଇ’କୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କରିଛି । ୧୭୪ଟି ଆଶ୍ରୟସ୍ଥଳୀରେ ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳରୁ ୧୧ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୧୩ହଜାରରୁ ଅଧିକ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । ଲୋକଙ୍କୁ ସୁରକ୍ଷା ସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି । ଆଜି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ଚାଲିଯିବା ପାଇଁ ନିବେଦନ କରାଯାଇଛି ।

   Related Posts