ଓଡ଼ିଶା ପଶି ପାରିବେନି ଛତିଶଗଡ଼ରୁ ଆସୁଥିବା ବ୍ୟକ୍ତି, ଯାଞ୍ଚ କଡ଼ାକଡ଼ି କଲା ପ୍ରଶାସନ

Published By : Prameya-News7 Bureau | April 10, 2021 IST

ନବରଙ୍ଗପୁର, ୧୦/୦୪: ପଡୋଶୀ ଛତିଶଗଡ଼ ରାଜ୍ୟରେ କୋରନାର ଦ୍ୱିତୀୟ ଲହର ବିସ୍ପୋରକ ରୂପ ନେଇ ସାରିଛି । ୧୦ ହଜାରରୁ ଉର୍ଦ୍ଧ୍ବ ଲୋକ କରନା ସଂକ୍ରମିତ ହୋଇଥିବା ବେଳେ ୯୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଛି । ଛତିଶଗଡ଼ ସରକାର ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି ।

ଓଡ଼ିଶାରେ ମଧ୍ୟ ଦିନକୁ ଦିନ କରନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି, ଏହାକୁ ଦୃଷ୍ଟିରେ ରଖି ଓଡିଶା ସରକାର ଓଡ଼ିଶା-ଛତିଶଗଡ଼ ସୀମା ଗୁଡିକରେ କଟକଣା କଡାକଡି କରିଛନ୍ତି । ଛତିଶଗଡ଼ ରାଜ୍ୟ ପକ୍ଷରୁ ଓଡିଶା-ଛତିଶଗଡ଼ ସୀମାରେ ଚେକ ପୋଷ୍ଟ କରି ବିନା ମାସ୍କରେ ଲୋକଙ୍କୁ ଛତିଶଗଡ଼ ମଧ୍ୟକୁ ଛଡା ଯାଉ ନାହିଁ ।

ଓଡିଶା ସରକାରଙ୍କ ପକ୍ଷରୁ ଛତିଶଗଡ଼ରୁ ଓଡିଶା ଆସୁଥିବା ସମସ୍ତ ବସ ଗୁଡିକ ଉପରେ ରୋକ ଲଗାଇବା ସହ କୋଭିଡ ପରୀକ୍ଷାରେ ନେଗେଟିଭ ରିପୋର୍ଟ ରହିଥିଲେ ହିଁ ଓଡିଶା ମଧ୍ୟକୁ ପ୍ରବେଶ କରିପାରିବେ । ନଚେତ ଲୋକଙ୍କୁ କରେଣ୍ଟାଇନରେ ରହିବାକୁ ପଡିବ ବୋଲି ଆଦେଶ ଜାରି କରିବା ପରେ ଓଡିଶା-ଛତିଶଗଡ଼ ସୀମା ଗୁଡିକରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ପହରା ଲାଗୁ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.