ବନ୍ଦ ହେଲା ବିବାହ ଭୋଜି, ଯୋଗ ଦେଇଥିଲେ ୧୫୦୦ରୁ ଉର୍ଦ୍ଧ୍ବ ଲୋକ

Published By : Prameya-News7 Bureau | June 30, 2020 IST

ସାନଖେମୁଣ୍ଡି ୩୦।୬: ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା କୋଟିନଡା ଗ୍ରାମରେ ଦୁଇଟି ବିବାହ ଭୋଜି ଚାଲିଥିବା ବେଳେ ଚଢ଼ାଉ କରି ଭୋଜି ବନ୍ଦ କଲା ଦିଗପହଣ୍ଡି ପୋଲିସ ଓ ଦିଗପହଣ୍ଡି ପ୍ରଶାସନ । ପ୍ରାୟ ୧୫୦୦ରୁ ଉର୍ଦ୍ଧ୍ବ ଲୋକ ଭୋଜି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

{"id":293738,"sizeSlug":"large"}

ଖବର ପାଇ ଦିଗପହଣ୍ଡି ଆଇଆଇସି ବସନ୍ତ ସେଠୀ, ତହସିଲଦାର ଆଦିତ୍ୟ ସ୍ବାଇଁ, ବିଡ଼ିଓ ହଳଧର ଶବର ପହଞ୍ଚି ଭୋଜି ବନ୍ଦ କରିବା ସହ ରୋଷେଇ ହୋଇଥିବା ଖାଦ୍ୟକୁ ନପୋପଡି ଖାଦ୍ୟ ସାମଗ୍ରୀଗୁଡିକୁ ବ୍ଲକର କିଛି TMC କେନ୍ଦ୍ରରେ ବଣ୍ଟନ କରିଥିଲେ । ସ୍ଥାନୀୟ ସରପଞ୍ଚ ଡାକି ଭୋଜି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.