କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ

Published By : Prameya-News7 Bureau | May 08, 2021 IST

ସାନଖେମୁଣ୍ଡି ୮।୫: ସାରା ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନ୍ କଟକଣା ଜାରି କରିଛନ୍ତି । କିନ୍ତୁ ଏହି କଟକଣାକୁ ଗ୍ରାମାଞ୍ଚଳମାନଙ୍କରେ ଖୁଲମଖୁଲା ଅବମାନନା କରି ବାହାଘର ଭୋଜିଭାତର ଆସର ଏବଂ ଗାଁ ଠାକୁରାଣୀ ଯାତ୍ରା ନିମନ୍ତେ ପ୍ରସ୍ତୁତି ଚାଲିଥିଲା । ଏହି ସମୟରେ ଦିଗପହଣ୍ଡି ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ ସଦଳବଳେ ଚଢ଼ାଉ କରି ସମସ୍ତ କାର୍ଯ୍ୟକ୍ରମକୁ ବନ୍ଦ କରିଥିବା ଜଣାପଡ଼ିଛି ।

{"id":449769,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ଦିଗପହଣ୍ଡି ତହସିଲ ଅଧିନସ୍ଥ ବଡଡୁମ୍ବୁଳା ପଞ୍ଚାୟତର ସୁମନ୍ତପୁର ଗ୍ରାମରେ ଠାକୁରାଣୀ ଯାତ୍ରା ପ୍ରସ୍ତୁତି ଚାଲିଥିବା ବେଳେ ବଡଡୁମ୍ବୁଳା ରାଜସ୍ବ ନିରୀକ୍ଷକ ଉପେନ୍ଦ୍ର ବେହେରା ବିଶେଷ ସୂତ୍ରରୁ ଖବର ପାଇଥିଲେ । ପରେ ସ୍ଥାନୀୟ ତହସିଲଦାର ଓ ଥାନା ଅଧିକାରୀଙ୍କୁ ଖବର ଦେଇଥିଲେ । ଖବରପାଇ ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ, ଥାନା ଅଧିକାରୀ ବସନ୍ତ କୁମାର ସେଠୀ , ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା ସୁମନ୍ତପୁର ଗ୍ରାମରେ ପହଞ୍ଚି ସେଠାକାର ଯାତ୍ରା କମିଟି ସହ ଆଲୋଚନା ପରେ ଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଶୁକ୍ରବାର ସକାଳୁ କରପଡା ଗ୍ରାମରେ ମଧ୍ୟ ଚାଲିଥିବା ଠାକୁରାଣୀ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି ପ୍ରଶାସନ ଅଧିକାରୀ ।

{"id":449771,"sizeSlug":"large","linkDestination":"none"}

ସେହିପରି ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କୋଟିନଡା, ଗୋକର୍ଣ୍ଣପୁର ଏବଂ ଜକରାପଲ୍ଲୀ ଗ୍ରାମରେ କୋଭିଡ୍ କଟକଣା ନିୟମକୁ ଅବମାନନା କରି ବେଆଇନ ଭାବେ ବାହାଘର ଭୋଜି ଚାଲିଥିବା ବେଳେ ଖବରପାଇ ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ ସମେତ ତାଙ୍କ ଟିମ୍ ଉକ୍ତ ତିନୋଟି ସ୍ଥାନରେ ଚଢାଉ କରି ଭୋଜି ବନ୍ଦ କରିବା ସହ ଜୋରିମାନା ଆଦାୟ କରିଥିବା ଜଣାପଡ଼ିଛି । ଏହି ଚଢ଼ାଉ ସମୟରେ ରାଜସ୍ବ ନିରୀକ୍ଷକ ଉପେନ୍ଦ୍ର ବେହେରା, ଅକ୍ଷୟ ମଲ୍ଲିକ, ନିରୀକ୍ଷିକା ସରସ୍ଵତୀ କହଁର, ସୁପରଭାଇଜର ଚିତ୍ରସେନ ଦଳାଇ ଉପସ୍ଥିତ ରହି ସହଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.