Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଶ୍ରୀମନ୍ଦିର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ : ବିଭିନ୍ନ ସେବାୟତ ନିଯୋଗ ସହ ପ୍ରଶାସନର ଆଲୋଚନା, ପ୍ରଥମ ଦିନରେ ୪ଟି ନିଯୋଗଠାରୁ ମତାମତ ଗ୍ରହଣ

9/10/2020 at 6:11 PM

ପୁରୀ ୯।୧୦: ଶ୍ରୀମନ୍ଦିର ଖୋଲିବା ନେଇ ଭିଡିଓ କନ୍‌ଫରେନ୍ସିଂରେ ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆଜି ପ୍ରଥମ ଦିନରେ ୪ଟି ନିଯୋଗ ଠାରୁ ମତାମତ ସଂଗ୍ରହ ହୋଇଥିବା ବେଳେ ସେମାନେ କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିର ଖୋଲିବାକୁ କହିଛନ୍ତି । ସେପଟେ ବର୍ତ୍ତମାନ ପରିସ୍ଥିତିରେ ଅରୁଣସ୍ତମ୍ଭ ପର୍ଯ୍ୟନ୍ତ ଭକ୍ତଙ୍କୁ ଅନୁମତି ଦେବାକୁ ଦାବି କରିଛି ଶ୍ରୀଜଗନ୍ନାଥ ସେନା ।

ସାଧାରଣ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ନେଇ ଆରମ୍ଭ ହୋଇଛି ପ୍ରଶାସନର ପ୍ରକ୍ରିୟା । ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରିଛି ଶ୍ରୀମନ୍ଦିର ପ୍ରଶାସନ ।  ଆଜି ପ୍ରଥମ ଦିନରେ ୪ଟି ନିଯୋଗ ଠାରୁ ମତାମତ ଗ୍ରହଣ କରାଯାଇଛି । ଏଥିରେ ସୁଆର ମହାସୁଆର, ପ୍ରତିହାରୀ, ପୂଜାପଣ୍ଡା, ଖୁଣ୍ଟିଆ ନିଯୋଗ ସମେତ ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେପଟେ ପୁରୀରେ ୫ଶହରୁ ଅଧିକ ସଂଖ୍ୟକ ସେବାୟତ କରୋନା ସଂକ୍ରମିତ ହୋଇଥିବାରୁ କାର୍ତ୍ତିକ ମାସ ପୂର୍ବରୁ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ନଖୋଲିବାକୁ ପ୍ରସ୍ତାବ ଦେଇଛନ୍ତି ଆଜିର ଆଲୋଚନାରେ ଭାଗ ନେଇଥିବା  ସେବାୟତମାନେ । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ପର୍ଯ୍ୟାୟକ୍ରମେ ସେବାୟତଙ୍କ ଅନ୍ୟ ନିଯୋଗ ସହ ଆଲୋଚନା କରାଯିବା ସହ ସେମାନଙ୍କ ମତାମତ ଗ୍ରହଣ କରାଯିବ । ୧୦ଦିନ ଭିତରେ ସମସ୍ତଙ୍କ ମତାମତ ସଂଗ୍ରହ କରାଯିବା ପରେ ସର୍ବସମ୍ମତି କ୍ରମେ ବର୍ତ୍ତମାନ ପରିସ୍ଥିତିରେ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲା ଯିବ କି ନାହିଁ  ତା’ର ନିଷ୍ପତ୍ତି ନିଆଯିବ ।

ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲା ଯିବା ପ୍ରସଙ୍ଗରେ ସମସ୍ତଙ୍କ ସହ ଆଲୋଚନା କରି ୧୦ଦିନ ଭିତରେ ରିପୋର୍ଟ ଦେବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏହାରି ଆଧାରରେ ଶ୍ରୀମନ୍ଦିର ଖୋଲିବା ନେଇ ସେବାୟତ ନିଯୋଗଗୁଡ଼ିକର ମତାମତ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ସେପଟେ ସାଧାରଣ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ଏବଂ ବର୍ତ୍ତମାନ ପରିସ୍ଥିତିରେ ଅରୁଣସ୍ତମ୍ଭ ପର୍ଯ୍ୟନ୍ତ ଯିବାକୁ ଭକ୍ତଙ୍କୁ ଅନୁମତି ଦେବା ଦାବିରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛି ଶ୍ରୀଜଗନ୍ନାଥ ସେନା । ଏହି ଦାବି ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯାଇ ଉଚିତ୍‌ ପଦକ୍ଷେପ ନିଆଯିବ ବୋଲି ପରିଚାଳନା କମିଟି ସଦସ୍ୟ କହିଛନ୍ତି ।

ଶ୍ରୀମନ୍ଦିର ଖୋଲିବା ନେଇ ସେବାୟତଙ୍କ ଭିତରେ ଭିନ୍ନ ମତ ପ୍ରକାଶ ପାଉଥିବାରୁ କାର୍ତ୍ତିକମାସ ପୂର୍ବରୁ ଯେ ସାଧାରଣ ଭକ୍ତଙ୍କୁ ଶ୍ରୀଜିଉଙ୍କ ଦର୍ଶନର ସୁଯୋଗ ମିଳିବ ତାକୁ ନେଇ ସଂଦେହ ସୃଷ୍ଟି ହୋଇଛି ।

   Related Posts