Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ଅଜବ ପ୍ରଶାସନ, ଶହେ ପ୍ରତିଶତ ଭିନ୍ନକ୍ଷମ କର୍ମଚାରୀଙ୍କୁ ମଧ୍ୟ ପଠାଇଲା ଇଲେକ୍ସନ ଡ୍ୟୁଟିରେ

16/04/2019 at 5:02 PM

ଭଦ୍ରକ ୧୬|୪: ଗୋଡ ଦୁଇଟା ନାହିଁ, ଆଉ ହାତ ଦୁଇଟା ବି ଅଚଳ । ଶହେ ପ୍ରତିଶତ ବିକଳାଙ୍ଗ । ବୟସ ତାଙ୍କର ୫୨ ବର୍ଷ ହେଲାଣି । ଏଭଳି ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କର ନିର୍ବାଚନ ଡ୍ୟୁଟି ପଡିଛି ଘରଠୁ ୫୦ କିଲୋମିଟର ଦୂରରେ । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକରେ ।

ଭଦ୍ରକ ମ୍ୟୁନିସିପାଲିଟିରେ ଚାକିରି କରିଛନ୍ତି ନାରାୟଣ ପ୍ରସାଦ ନାୟକ । ସେ ଭିନ୍ନକ୍ଷମ ହେଲେ ବି ନିର୍ବାଚନ ଡ୍ୟୁଟି କରିବାକୁ ରାଜି ଅଛନ୍ତି । ତେବେ ଏତେ ଦୂର ନୁହେଁ, ଟିକେ ପାଖରେ ହେଲେ ଭଲ ହୁଅନ୍ତା ଗୁହାରି କରିବାକୁ ସେ ଘୁଷୁରି ଘୁଷୁରି ଆସିଛନ୍ତି ଜିଲ୍ଲାପାଳଙ୍କ ଅଫିସ୍ କୁ । ତିନି ଚକିଆ ସାଇକେଲରେ ଆସି ଜିଲ୍ଲାପାଳଙ୍କ ଅଫିସରେ ଘୁଷୁରି ଘୁଷୁରି ଆସିଥିଲେ ।

ଆସନ୍ତାକାଲି ତାଙ୍କର ଟ୍ରେନିଂ ଅଛି । ସେ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଇ ଘର ପାଖ ଅଞ୍ଚଳରେ ତାଙ୍କର ଡ୍ୟୁଟି ପକାଇବା ପାଇଁ ଅନୁରୋଧ କରିଥିଲେ । ତେବେ ସେଠାରେ ତାଙ୍କ କଥା ତ କେହି ଶୁଣିଲେ ନାହିଁ ଓଲଟା ସେ ଆହୁରି ଗାଳି ଶୁଣିଲେ ।

ଏମିତିରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହାୟତାରେ କିଛି କର୍ମଚାରୀ ଇଲେକ୍ସନ ଡ୍ୟୁଟିରୁ ତାଙ୍କ ନାଁ କାଟୁଥିବାବେଳ ଭିନ୍ନକ୍ଷମ ଲୋକଙ୍କ କଥା ଶୁଣିବାକୁ କେହିନାହିଁ । ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସରକାର ଅନେକ ସୁବିଧା କରୁଛନ୍ତି । ତେବେ ଏଭଳି ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଜିଲ୍ଲାପାଳ ଖରାପ ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି ।

   Related Posts