Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ପାଥୋଲାବରେ ବେଆଇନ୍ ଗର୍ଭପାତ ସମୟରେ ପ୍ରଶାସନର ଚଢାଉ , ଦୁଇ ଅଟକ

2/06/2019 at 9:31 AM

ନୟାଗଡ ୨/୬: କିଛି ଦିନର ବ୍ୟବଧାନ ପରେ  ନୟାଗଡରେ ପୁଣି ବେଆଇନ୍ ଗର୍ଭପାତ ଘଟଣା ସାମ୍ନାକୁ ଆସିଛି । ସହରର ମେଡିକାଲ୍ ପଛପାକରେ ଥିବା ଏକ ବେଆଇନ୍ ପାଥୋଲାବ୍ରେ ଚଢାଉ ପରେ ଘଟଣା ଜଣାପଡିଛି । ସହରର ମେଡିକାଲ୍ ପଛପାଖରେ ନୟାଗଡ ଡାଇଗ୍ନୋଷ୍ଟିକ୍ ନାମରେ ଏକ ବେଆଇନ୍ ପାଥୋଲାବ୍ ଦୀର୍ଘଦିନ ହେଲା ଚାଲିଆସୁଥିଲା । ଏଠାରେ ହାଡଭଙ୍ଗା ପାଇଁ ମଧ୍ୟ ଚିକିତ୍ସା କରାଯାଉଥିବା ଜଣାପଡିଛି । ତବେ ଶନିବାର ମଧ୍ୟରାତ୍ରିରେ ଏହି ପାଥୋଲାବ୍ରେ ଚଢାଉ ପରେ ଏଠାରେ ଦୀର୍ଘଦିନ ହେଲା ଗର୍ଭପାତ କରାଯାଉଥିଲା ବୋଲି ଜଣାପଡିଛି । ନରସିଂହପୁର ମାଳିସାହି ଅଞ୍ଚଳର ଦମ୍ପତ୍ତି ସେଠାକାର ଜଣେ ନର୍ସଙ୍କ ପରାମର୍ଶରେ ଗର୍ଭପାତ କରାଇବାପାଇଁ ଗତକାଲି ସନ୍ଧ୍ୟାରେ ନୟାଗଡ ମେଡିକାଲ୍ରେ ପହଞ୍ଚିଥିଲେ ।

ସେଠାରେ ପୂର୍ବ ଯୋଜନା ଅନୂଯାୟୀ ପାଥୋଲାବ୍ର ମାଲିକ ଶ୍ରୀଧର ପ୍ରଧାନ ଏବଂ ଅନ୍ୟ ଜଣେ ସହଯୋଗୀ ନିଜକୁ ଗାଇନିକ୍ ଡାକ୍ତରର ପରିଚୟ ଦେଇ ସେମାନଙ୍କୁ ନିଜ ପାଥୋଲାବ୍କୁ ନେଇଆସିଥିଲେ । ରାତିରେ ଶ୍ରୀଧର ମହିଳା ଜଣଙ୍କୁ ଗର୍ଭପାତ କରାଇବାପାଇଁ ଇଞେକସନ୍ ଦେବା ସହ ଏକ ମେଡିସିନ୍ ମଧ୍ୟ ଦେଇଥିଲେ । ଗର୍ଭପାତ ପାଇଁ ବ୍ୟବହାର କରାଯାଇଥିବା ମେଡିସିନ୍ର ଖୋଳକୁ ଜବତ କରାଯାଇଥିଲେ ମଧ୍ୟ ଶ୍ରୀଧର ଘଟଣାକୁ ଅସ୍ବୀକାର କରିଛନ୍ତି। ମହିଳାଙ୍କ ପେଟ କାଟୁଥିବାରୁ ସେଠାରେ ତାଙ୍କୁ ରଖାଯାଇଥିଲା ବୋଲି ସେ କହିଛନ୍ତି । 

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପଛପାଖରେ ବେଆଇନ୍ଭାବେ ଏକ ପାଥୋଲାବ୍ ଚାଲିବା ଏବଂ ସେଠାରେ ଗର୍ଭପାତ କରାଯାଉଥିବାବଳେ ସ୍ବାସ୍ଥ୍ୟ ବିଭାଗର ପାରିବାପଣିଆ ସାମ୍ନାକୁ ଆସିଛି । ତେବେ ସ୍ବେଛାସେବୀଙ୍କ ଠାରୁ ଖବର ପାଇ ଗତକାଲି ଜିଲ୍ଲାପାଳଙ୍କ ନିର୍ଦ୍ଦଶରେ ତହସିଲ୍ଦାର୍ , ଏ.ଡି.ଏମ୍.ଓ. ଏବଂ ଟାଉନ୍ ପୋଲିସ ଚଢାଉରେ ସାମିଲ୍ ହୋଇଥିଲେ । ଘଟଣାର ସତ୍ୟାସତ୍ୟ ଥିବା ଜଣାପଡିବାପରେ ପାଥୋଲାବ୍ରେ ତାଲା ପକାଇବା ସହ ଏହାର ମାଲିକ ଏବଂ ତାଙ୍କର ଜଣେ ସହଯୋଗୀକୁ ପୋଲିସ ଅଟକ ରଖିି ଅଧିକ ତଦନ୍ତ ଆରମ୍ଭ କରିଛି । ସେପଟେ ମହିଳାଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି କରିଛି ସ୍ବାସ୍ଥ୍ୟ ବିଭାଗ । 

ନୟାଗଡ ଜିଲ୍ଲାରେ ଦିନକୁଦିନ ଝିଅଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ସଚେତନତା କରାଯାଉଥିବା ପ୍ରଶାସନ କହୁଥିବାବଳେ ଏଭଳି ବେଆଇନ୍ ଗର୍ଭପାତ ଘଟଣା ଯୋଜନାର ସଫଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଶାସନର ଶିଥିଳତା ଯୋଗୁଁ ଏଭଳି ଘଟଣା ବାରମ୍ବାର ହେଉଥିବା ଅଭିଯୋଗ ହେଉଛି ।

   Related Posts