Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଦୁଇ ଶହ ଲୋକଙ୍କ ପାଇଁ ଚାଲିଥିଲା ଭୋଜିଭାତ : ଚଢାଉ କଲା ପ୍ରଶାସନ, ଫାଇନ୍ ଦେଲେ ୧୦ହଜାର

20/05/2021 at 10:01 AM

ଖଲ୍ଲିକୋଟ ୨୦।୫: ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁବାର ତାଗିଦ ଓ କଟକଣା ସତ୍ତ୍ବେ ଲୋକାମାନେ ଏବେବି କରୋନା ମହାମାରୀ ପାଇଁ ସଚେତନତା ହେଉନାହାନ୍ତି । ବିଶେଷକରି ଗ୍ରାମାଞ୍ଚଳରେ ଖୋଲାଖୋଲି ଭାବେ କୋଭିଡ୍ ଗାଇଡ ଲାଇନକୁ ଉଲଂଘନ କରାଯାଉଥିବା ଦେଖିବାକୁ ମିଳୁଛି । କରୋନା ସଂକ୍ରମଣ ଦୃଷ୍ଟିରେ ଏବେ ରାଜ୍ୟରେ ବିବାହ ସମୟରେ ଭୋଜିଭାତକୁ ବାରଣ କରାଯିବା ସାଙ୍ଗକୁ ମାତ୍ର ୨୫ ଜଣ ଭିତରେ ସିମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଛତ୍ରପୁର ଥାନା ଅନ୍ତର୍ଗତ ଚିକିଲଖଣ୍ଡି ଗ୍ରାମରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।

ଚିକିଲଖଣ୍ଡି ଗ୍ରାମରେ ଏମ.ପାପା ରାଓଙ୍କ ବିବାହ କାର୍ଯ୍ୟରେ ୨ଶହରୁ ୩ ଶହ ଲୋକଙ୍କ ପାଇଁ ଭୋଜିଭାତ ଚାଲିଥିବା ବେଳେ ଛତ୍ରପୁର ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ ଓ ପୋଲିସ କର୍ମଚାରୀ ଅଚାନକ ସେଠାରେ ପହଞ୍ଚି ଯାଇଥିଲେ । ପରେ ରନ୍ଧାଯାଇଥିବା ଖାଦ୍ୟକୁ ନଷ୍ଟ ନକରାଯାଇ ସ୍ଥାନୀୟ ସରପଞ୍ଚଙ୍କ ଦାୟିତ୍ବରେ ଛଡାଯାଇଥିଲା ଏବଂ କୋଭିଡ୍ ଗାଇଡ୍ ଲାଇନକୁ ଉଲଂଘନ କରିଥିବା ଅଭିଯୋଗରେ ୧୦ହଜାର ଟଙ୍କା ଜରିମନା ଆଦାୟ କରାଯାଇଥିବା ଅତିରିକ୍ତ ତହସିଲଦାର ସୂଚନା ଦେଇଛନ୍ତି ।

   Related Posts