Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ପ୍ରତିବନ୍ଧକ ସତ୍ତ୍ବେ ବେଧଡକ ଚାଲିଛି ପଲିଥିନ କାରବାର, ଜୟପୁରର ବିଭିନ୍ନ ହୋଲସେଲ ଓ ରିଟେଲ ଦୋକାନରେ ପ୍ରଶାସନ ଚଢାଉ

29/06/2019 at 4:11 PM

ଜୟପୁର ୨୯|୬: ପ୍ରତିବନ୍ଧକ ସତ୍ତ୍ବେ ଜୟପୁରରେ ବେଧଡକ ଚାଲିଛି ପଲିଥିନ କାରବାର । ବିନା ପଲିଥିନରେ ବ୍ୟବସାୟ ହେଉନି ବୋଲି ବେପାରୀଙ୍କ ଅଭିଯୋଗ । ଏମିତି ବାହାନା କରି ପଲିଥିନର ବହୁଳ ବ୍ୟବହାର ଚାଲିଛି । ଏବେ ପଲିଥିନକୁ ନେଇ ଟୁଇନ୍ ସିଟିରେ ଚଢାଉ ଆରମ୍ଭ ପରେ ଜୟପୁର ଉପଖଣ୍ଡ ପ୍ରଶାସନର ନିଦ ଭାଙ୍ଗିଛି । ଜୟପୁରର ବିଭିନ୍ନ ହୋଲସେଲ ଓ ରିଟେଲ ଦୋକାନ ଉପରେ ଚଢାଉକରି ଜୋରିମାନା ଆଦାୟ କରିଛି ପ୍ରଶାସନ ।

ସଚେତନତା କାର୍ଯ୍ୟକ୍ରମ ପରେ ବି ପଲିଥିନ୍ ବ୍ୟବହାର ଉପରେ ଲାଗି ପାରୁନି ରୋକ ।ଗ୍ରାହକ ଦୋକାନୀକୁ ପଲିଥିନ ମାଗୁଛନ୍ତି । ଆଉ ବ୍ୟବସାୟ ନାଁରେ ୫୦ ମାଇକ୍ରୋନରୁ ତଳକୁ ଥିବା ପଲିଥିନରେ ଜିନିଷ ଦେଉଛି ବ୍ୟବସାୟୀ। ତେଣୁ ବଜାରରେ ଯାହା ହାତରେ ଦେଖିବେ ପଲିଥିନ । ତେବେ ଟୁଇନ ସିଟିରେ ଚଢାଉ ପରେ ଜୟପୁର ଉପଖଣ୍ଡ ପ୍ରଶାସନର ନିଦ ଭାଂଗିଛି । ଉପ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଏକ ଟିମ ଗଠନ କରି ବିଭିନ୍ନ ହୋଲସେଲ ଓ ରିଟେଲ ଦୋକାନ ଉପରେ ଚଢାଉ ହୋଇଛି । ମୋଟ ୨୫ଟି ଦୋକାନ ଉପରେ ଚଢାଉ ହୋଇଥିବା ବେଳେ ୫୮୦୦ ଟଂକା ଜରିମାନା ଆଦାୟ କରାଯାଇଛି।

ପ୍ରଶାସନର ଚଢାଉ ଦେଖି ଅନେକ ବ୍ୟବସାୟୀ ନିଜ ଦୋକାନ ବନ୍ଦ କରି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା।ତେଣୁ ପ୍ରଶାସନର ଚଢାଉ କେବଳ ଲୋକ ଦେଖାଣିଆ ବୋଲି ଅଭିଯୋଗ ହୋଇଛି ।  ବ୍ୟବସାୟୀମାନେ ରେଡ୍ ସଂପର୍କରେ ପୂର୍ବରୁ ଖବର ପାଇ ଯାଉଥିବାରୁ ଚଢାଉ କେବଳ ଧର୍ମକୁ ଆଖିଠାର ପରି ହେଉଛି ବୋଲି କହିଛନ୍ତି ଖୋଦ୍ ବଜାର ସଂଘର ସଭାପତି । ନିମୟମିତ ଚଢ଼ାଉ ସହ ଗ୍ରାହକମାନଙ୍କ  ମଧ୍ୟରେ ବ୍ୟାପକ ସଚେଚନତା ସୃଷ୍ଟି କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

ପଲିଥିନ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ହେବା ସହ ଲୋକଙ୍କ ଉପରେ ଏହାର କୁ ପ୍ରଭାବ ପଡୁଛି।ତେଣୁ ବ୍ୟବସାୟୀ ଠାରୁ ଆରମ୍ଭ କରି ଗ୍ରାହକ ସମସ୍ତେ ଏ ଦିଗରେ ସଚେତନତା ହେବା ଆବଶ୍ୟକ।

   Related Posts