ବେଆଇନ ଲଘୁଖଣିଜ ଚାଲାଣ ବେଳେ ପ୍ରଶାସନର ଚଢାଉ, ୫ ଅଟକ

Published By : Prameya-News7 Bureau | May 21, 2021 IST

ଚଣ୍ଡିଖୋଲ ୨୧।୫: ଯାଜପୁର ଜିଲ୍ଲା ବିଭିନ୍ନ ବେଆଇନ ଲଘୁଖଣିଜ ଉପରେ ପ୍ରଶାସନ ପକ୍ଷରୁ ଚଢ଼ାଉ । ବର୍ଷ ବର୍ଷ ଧରି ଧର୍ମଶାଳା ତହସିଲ ଅଧୀନରେ ବେଆଇନ କଳାପଥର ଚାଲାଣ ହେଉଥିବାବେଳେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି । ଜେନାପୁର ପୋଲିସ ପକ୍ଷରୁ ରାହାଡପୁର ପାହାଡ଼ରୁ ବେଆଇନ କଳାପଥର ଖନନ ସମୟରେ ପ୍ରଶାସନ ଚଢ଼ାଉ କରି ୩ଟି କମ୍ପ୍ରେସର, ହାଇୱା ଜବତ କରିଛି । ଏହି ଘଟଣାରେ ମୋଟ୍ ୫ଜଣକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଛି ।

{"id":455151,"sizeSlug":"large","linkDestination":"none"}

ସେହିପରି ଦର୍ପଣ ତହସିଲ ଅଧୀନରେ ବୈରୀ ଅଂଚଳରେ ଚାଲୁଥିବା ବେଆଇନ ମାଙ୍କଡା ଖାଦାନ ଉପରେ ମଧ୍ୟ ଦର୍ପଣ ତହସିଲଦାର, ବୈରୀ ପୋଲିସ ଚଢ଼ାଉ କରି ଗୋଟିଏ ଟ୍ରକ୍, ଗୋଟିଏ ଟ୍ରାକ୍ଟର ଜବତ କରିଛି । ଯାଜପୁର ଜିଲ୍ଲାରେ ବର୍ଷ ବର୍ଷ ଧରି ବେଆଇନ ଲଘୁଖଣିଜ କାରବାର ବଢ଼ି ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ଚଢ଼ାଉ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.