ବର୍ଷାରେ ଭିଜିଲା ପରେ ଚେତା ପଶିଲା, ମଣ୍ଡିରୁ ଧାନ ଉଠାଇଲା ପ୍ରଶାସନ

Published By : Prameya-News7 Bureau | January 25, 2022 IST

ବାଙ୍କୀ ୨୫।୧: ଧାନ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଚାଷୀ ଅସନ୍ତୋଷ । ବାରମ୍ବାର ଚାଷୀ ଗୁହାରି କଲେ ମଧ୍ୟ ପ୍ରଶାସନ ନୀରବ । ଚାଷୀଙ୍କ ଧାନ ମଣ୍ଡିରେ ପଡି ରହିଥିଲା । ଅଦିନିଆ ବର୍ଷା ହେବା ଫଳରେ ପ୍ରଶାସନର ନିଦ ଭାଙ୍ଗିଲା । ତୁରନ୍ତ ମିଲରକୁ ଡାକି ଚାଷୀଙ୍କ ସହ ଆଲୋଚନା ତଥା ବୁଝାସୁଝା କରିବା ପରେ ମଣ୍ଡିରୁ ଉଠିଲା ଧାନ । ଏବେ ଚାଷୀ ଅଶ୍ବସ୍ତ ହୋଇଛି ।

ଏଭଳି ଘଟଣା ଦେଖିବାକୁ ମିଳିଥିଲା ବାଙ୍କୀର ଦୁଇଟି ସେବାସମବାୟରେ । ଗୋଟିଏ କାଳିପୋଇ ଓ ଅନ୍ୟଟି ସହଡପଦା ସେବାସମବାୟରେ । ଏଠାକାର ଚାଷୀ ସାଧାରଣତଃ ଶାରଦା ଧାନ ଉପରେ ନିର୍ଭର କରି ଚଳନ୍ତି । ଚଳିତ ବର୍ଷ ଦୈବୀ ଦୁର୍ବିପାକ ଯୋଗୁଁ କମ୍ ଧାନ ଅମଳ ହୋଇଥିବା ବେଳେ ଚାଷୀ ଉଚିତ ଦାମରେ ମଣ୍ଡିରେ ବିକ୍ରି କରି ଦିପଇସା ରୋଜଗାର କଲେ ତାର ପରିବାର ଗୁଜୁରାଣ କରିବ ।

ସେପଟେ ମଣ୍ଡି ଫିଟିବାରେ ଅହେତୁକ ବିଳମ୍ବ ଚାଷୀ ଅସନ୍ତୋଷକୁ ବଢ଼ାଇ ଦେଇଥିଲା । ଏବେ ପ୍ରଶାସନ ହସ୍ତକ୍ଷପ ପରେ ମଣ୍ଡିରୁ ଧାନ ଉଠିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.