ମଣ୍ଡିରୁ ଉଠୁନି ଧାନ ; ଧାନ କିଣା ଦାବିରେ ଚାଷୀଙ୍କ ରାସ୍ତା ଅବରୋଧ, ଚୁକ୍ତି କରିଥିବା ୧୦ମିଲରଙ୍କୁ ଧାନ ଉଠାଣ ପାଇଁ ପ୍ରଶାସନର ନିର୍ଦ୍ଦେଶ

Published By : Prameya-News7 Bureau | June 11, 2019 IST

କଳାହାଣ୍ଡି (ମହମ୍ମଦ ଅସଲମ) ୧୧|୬: ରବି ଧାନ ଅମଳ ପରେ ମଣ୍ଡିକୁ ନେଇଥିଲା ଚାଷୀ । ଭାବିଥିଲା ଫସଲ ବିକି ଦି ପଇସା ପାଇବ । ହେଲେ ମିଲର, ଯୋଗାଣ ବିଭାଗର ମନମୁଖୀ କାରବାର ଭିତରେ ପେଶୀ ହେଇଯାଉଛନ୍ତି କଳାହାଣ୍ଡିର ଚାଷୀ । ଧାନ କିଣା ଦାବିରେ ଚାଷୀ ରାସ୍ତା ଅବରୋଧ କରିବା ସହ ଧାରଣାରେ ବସିଛନ୍ତି ।

{"id":122054}

ମଣ୍ଡିରୁ ଧାନ ଉଠିଲାନି । ଆଉ ଏହାର ପ୍ରତିବାଦରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ । କଳାହାଣ୍ଡି କଲମପୁର ତହସିଲ ଅଫିସ ସାମ୍ନାରେ ଧାନ ବସ୍ତା ରଖି ରାସ୍ତା ଉପରେ ବସିଛନ୍ତି ଚାଷୀ । ମିଲର ଏବଂ ଯୋଗାଣ ବିଭାଗର ମନମୁଖୀ କାରବାରର ପ୍ରତିବାଦ କରିଛନ୍ତି ଚାଷୀ । ଟାର୍ଗେଟ ପୂରଣ ହୋଇଯାଇଥିବା ଦେଖାଇ ମଣ୍ଡିରୁ ଧାନ ଉଠାଉନି ଯୋଗାଣ ବିଭାଗ । ସେପଟେ ସପ୍ତାହେ ହେବ ହାତରେ ଟୋକନ ଧରି ଧାନ ବିକ୍ରି ପାଇଁ ଅପେକ୍ଷା କରିଛି ଚାଷୀ । ତେବେ ୫ ଘଣ୍ଟାର ରାସ୍ତା ଅବରୋଧ ପରେ ପ୍ରଶାସନର ଚେତା ପଶିଛି ।

{"id":122056}

ରାସ୍ତା ଅବରୋଧ ପରେ ଧର୍ମଗଡ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ ।  ମଣ୍ଡିରୁ ଧାନ କିଣା ପାଇଁ ଚୁକ୍ତି କରିଥିବା ୧୦ମିଲରଙ୍କୁ ରାତି ପର୍ଯ୍ୟନ୍ତ  ଧାନ ଉଠାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଚାଷୀ ରାସ୍ତାରୁ ହଟିଥିବା ବଳେ କଲମପୁର-ଜୁନାଗଡ ଯାତୟାତ ସ୍ବାଭାବିକ ହୋଇଛି ।

{"id":122055}

ରବି ଧାନ ବିକିବ ବୋଲି ନାହିଁ ନଥିବା ଅବସ୍ଥା ଭୋଗୁଛି ଚାଷୀ । କେତେବେଳେ ବର୍ଷା ଦାଉସାଧୁଛି ତ ଆଉ କେତେବେଳେ ମଲର, ଯୋଗାଣ ବିଭାଗ ଶୋଷଣର ଶିକାର ହେବାକୁ ପଡ଼ୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.