Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ମହାରାଷ୍ଟ୍ରରେ ପୁଣି ଫେରିଲା ଲକଡାଉନ୍, ସତରା ଜିଲ୍ଲାରେ ଜାରି ହେଲା ଚତୁର୍ଥ ପର୍ଯ୍ୟାୟ କଟକଣା

6/07/2021 at 7:37 PM

ମୁମ୍ବାଇ ୬।୭: ମହାରାଷ୍ଟ୍ରରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସାତ୍ରା ଜିଲ୍ଲାକୁ ମଙ୍ଗଳବାର ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି। ଅଧିକାରୀକ ଘୋଷଣା ଅନୁସାରେ ଜୁଲାଇ ୧୧ ତାରିଖରୁ ସତରା ଲକଡାଉନ ହେବ। ଜିଲ୍ଲାରେ ଚତୁର୍ଥ ପର୍ଯ୍ୟୟ କଟକଣା ଜାରି ହୋଇଥିବା ବେଳେ କେବଳ ସୂଚିଭୁକ୍ତ ଅତ୍ୟାବଶକୀୟ ସେବାକୁ ଏଥିରୁ ବାଦ ଦିଆଯାଇଛି। ଆଗାମୀ ୮ ଦିନ ଲାଗି ବାକି ସବୁ ବନ୍ଦ ରହିବ ବୋଲି ଘୋଷଣା ହୋଇଛି।

ସରକାରୀ ଆଦେଶନାମା ଅନୁସାରେ ସୋମବାରରୁ ଶୁକ୍ରବାର କଟକଣା କଡ଼ାକଡି ଲାଗୁ ହେବ। ପରବର୍ତ୍ତି ୨ ଦୁଇଦିନ ଶନିବାର ଓ ରବିବାର ସମଗ୍ର ଜିଲ୍ଲାରେ ପୂର୍ବ ଭଳି ସପ୍ତାହନ୍ତ କର୍ଫ୍ୟୁ ଜାରି ରହିବ। ସତରା ବ୍ୟତୀତ ସପ୍ତାହନ୍ତ ଲକଡାଉନ୍ ପଶ୍ଚିମ ମହାରାଷ୍ଟ୍ରର ସାଙ୍ଗଲୀ, କୋହ୍ଲାପୁର, ସୋଲାପୁର ଓ  ଅହମ୍ମଦନଗର ଜିଲ୍ଲାମାନଙ୍କରେ ବଳବତ୍ତର ରହିବ। ତେବେ ମୁମ୍ବାଇ, ପୁଣେ, ଠାଣେ, କଲ୍ୟାଣ, ଡୋମ୍ବିଭାଲି, ପିମ୍ପରି-ଚିଞ୍ଚୱାଡା, ନାଶିକ, ଭସାଇ-ବିରାର ଓ ଅନ୍ୟ ନଗରପାଳିକା ଅଞ୍ଚଳରେ କଡାକଡି ଲକଡାଉନ ପାଳନ ହେବ।

ଏହି ସମୟରେ ଗ୍ରୋସରୀ, ପରିବା, ଫଳ,ଗୁଗ୍ଧ,ବକେରୀ, ମଟନ, ଚିକେନ, ଅଣ୍ଡା ଓ ମାଛ ଦୋକାନ ଆଦି ଖୋଲା ରହିବ। ଏହା ଛଡା ଶୀତଳ ଭଣ୍ଡାର, ଗୋଦାମ, ହସ୍ପିଟାଲ ଡାୟଗ୍ନୋଷ୍ଟିକ ସେଣ୍ଟର, ଟିକାକରଣ କେନ୍ଦ୍ର, ହସ୍ପିଟାଲ ବୀମା କାର୍ଯ୍ୟାଳୟ, ଫାର୍ମାସୀ, ଫର୍ମାସ୍ୟୁଟିକାଲ କମ୍ପାନୀ, ଡାକ୍ତରୀ ଉପକରଣ ଦୋକାନ ଆଦି ଖୋଲିବାକୁ ଅନୁମତି ରହିଛି।  

   Related Posts