Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ

21/10/2021 at 10:29 AM

କଳାହାଣ୍ଡି ୨୧।୧୦: କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଯାଞ୍ଚ ଆରମ୍ଭ କରିଛି ପ୍ରଶାସନ । କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନ ପକ୍ଷରୁ ଯାଞ୍ଚ ଜାରି ରହିଛି । ଗୋଲାମୁଣ୍ଡା ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ ଓ ତହସିଲଦାର ସର୍ବେଶ୍ବର ଜାଲ ସ୍କୁଲର କାଗଜପତ୍ର ଯାଞ୍ଚ କରିଛନ୍ତି । ସ୍କୁଲର ଉପର ମହଲାରେ ପରିଚାଳିତ ହେଉଥିଲା ଯୁକ୍ତ ୩ କଲେଜ । ଏହାର ଆୟ ବ୍ୟୟ ଅଟକଳ ଯାଞ୍ଚ କରୁଛି ପ୍ରଶାସନ ।

ସେହିପରି ଯୁକ୍ତ ୨ ଓ ଯୁକ୍ତ ୩ କଲେଜ ପାଇଁ କେତେ ଟଙ୍କା ସରକାରୀ ଅନୁଦାନ ମିଳିଛି, ତାର ମଧ୍ୟ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି । ହେଲେ ଏପର୍ଯ୍ୟନ୍ତ ଯାଞ୍ଚ ଟିମ୍ କୁ ଚର୍ଚ୍ଚା ଚାଲିଥିବା କଲେଜର ଗୁପ୍ତ କୋଠରୀ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଏହି ଯାଞ୍ଚ ଟିମ୍ ସହିତ କେଗାଁ ପୋଲିସ ମଧ୍ୟ ସାମିଲ ରହିଛି ।

ସେପଟେ ମମିତା ମେହେର ହତ୍ୟା ଘଟଣାକୁ ନେଇ ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡାକରା ଦେଇଛି ବିଜେପି। ସନସାଇନ୍  ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ପରିଚାଳନା ସଭାପତି ଗୋବିନ୍ଦ ସାହୁ ହତ୍ୟା କରି ପୋଡିବା ପରେ ପୋତିଦେବା କଥା ସ୍ପଷ୍ଟ ହେବା ପରେ ଏବେ ଜୋର ଧରିଛି ପ୍ରତିବାଦ । ଗୋବିନ୍ଦଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି । ଫଳରେ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି । ଗୁରୁବାର ସକାଳୁ ସକାଳୁ ବଲାଙ୍ଗୀରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବସ୍ ଚଳାଚଳ ଠପ୍ ହୋଇଛି, ପେଟ୍ରୋଲ ପମ୍ପ, ପୋଷ୍ଟ ଅଫିସ୍ ସବୁ ବନ୍ଦ ରହିଛି ।

ସକାଳ ୭ଟାରୁ ପିକେଟିଂ ଆରମ୍ଭ କରାଯିବା ସହ ବିଭିନ୍ନ ସ୍ଥାନରେ ବୁଲି ବନ୍ଦ କରୁଛନ୍ତି ଜିଲ୍ଲା ବିଜେପି କର୍ମୀ । ତେବେ ଏ ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି ? ଗୋବିନ୍ଦ କେବଳ ନା ଆଉ କିଏ ହତ୍ୟାକାଣ୍ଡରେ ସାମିଲ ଅଛନ୍ତି ? ଏହା ପଛରେ କିଛି ବଡ଼ବଡ଼ିଆଙ୍କ ହାତ ରହିଛି କି ? ଏଭଳି ଗୁଡାଏ ପ୍ରଶ୍ନର ଉତ୍ତର ଖୋଜି ବାହାର କରିବା ପାଇଁ ଦାବି କରାଯିବା ସହ ବନ୍ଦ ଡାକରା ଦେଇଛି ବିଜେପି ।

   Related Posts