Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଭୋକିଲା ମାଙ୍କଡ ଓ ଗାଈ ଗୋରୁଙ୍କୁ ସାହା ହେଲା ପ୍ରଶାସନ, ଖାଇବାକୁ ଦେଲେ ଶୁଖିଲା ଖାଦ୍ୟ ଓ ପନିପରିବା

8/05/2021 at 11:17 AM

ଚଣ୍ଡିଖୋଲ ୮।୫: କରୋନା ମହାମାରୀ ସମୟରେ କେବଳ ଯେ ମଣିଷ ସମାଜ ପ୍ରଭାବିତ ହୋଇଛି ତାହା ନୁହେଁ । ବରଂ ଜୀବଜନ୍ତୁ ମଧ୍ୟ ବେଶ ପ୍ରଭାବିତ ହୋଇଛନ୍ତି । ଲକଡାଉନ୍ ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବା ଜାରି ରହିଥିବା ବେଳେ ଅନ୍ୟ ସମସ୍ତ ସେବା ବନ୍ଦ ରହିଛି ।

ବିଶେଷ କରି ମନ୍ଦିରଗୁଡିକ ମଧ୍ୟ ବନ୍ଦ ରହିଛି । ଯାଜପୁର ଜିଲ୍ଲା ପ୍ରସିଦ୍ଧ ଶୈବ ପୀଠ ମହାବିନାୟକ ମନ୍ଦିର ଓ ଚଣ୍ଡୀମନ୍ଦିର ବନ୍ଦ ରହିଛି । ସେଠାରେ ବସବାସ କରୁଥିବା ମାଙ୍କଡ଼ ଓ ଗାଈ ଗୋରୁ ଖାଦ୍ୟ ଅଭାବରୁ ବେଶ ପ୍ରଭାବିତ ହୋଇଛନ୍ତି । ସେମାନଙ୍କ ପାଇଁ ସହଯୋଗର ହାତ ବଢ଼ାଇଛି ଯାଜପୁର ଜିଲ୍ଲା ପ୍ରଶାସନ ।

ଯାଜପୁର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର ଓ ଦର୍ପଣ ତହସିଲଦାର, ଅତିରିକ୍ତ ତହସିଲଦାର ପ୍ରମୁଖ ମନ୍ଦିରରେ ପହଞ୍ଚି ମନ୍ଦିର ପ୍ରାଙ୍ଗଣରେ ଥିବା ମାଙ୍କଡ଼ ଓ ଗାଈ ଗୋରୁଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ଏହି ଲକଡାଉନ୍ ସମୟରେ ମନ୍ଦିର ବନ୍ଦ ରହିଥିବା ବେଳେ ପର୍ଯ୍ୟଟକ ଆସୁ ନଥିବାରୁ ସେଠାରେ ଥିବା ମାଙ୍କଡ଼ମାନେ ବେଶ ଭୋକିଲା ରହୁଛନ୍ତି ।

ମଣିଷ ସମାଜ ଓ ଜୀବ ଜଗତ ଉଭୟ ପରସ୍ପର ଉପରେ ନିର୍ଭର ଶୀଳ । ସେଥିପାଇଁ ଆମେ ବଞ୍ଚିବା ସହ କିପରି ଜୀବ ଜଗତ ବଞ୍ଚି ରହିବେ ସେଥିପାଇଁ ସମସ୍ତେ ସହଯୋଗ କରିବା ପାଇଁ ଉପଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି ।

   Related Posts