ଚିନ୍ତା ବଢାଉଛି ଆନ୍ଧ୍ର ଷ୍ଟ୍ରେନ୍, ଅମାନିଆଙ୍କୁ ସାବାଡ କରିବାକୁ ରାସ୍ତା କାଟିଦେଲା ପ୍ରଶାସନ

Published By : Prameya-News7 Bureau | May 08, 2021 IST

ଜୟପୁର ୮।୫: ରାଜ୍ୟରେ ଏବେ କରୋନାର ଦ୍ବିତୀୟ ଲହର ଜାରି ରହିଛି । ଏଭଳି ସ୍ଥିତିରେ ଚିନ୍ତା ବଢାଉଛି ଆନ୍ଧ୍ର ଷ୍ଟ୍ରେନ୍ ।କୋରାପୁଟ ସୀମାକୁ ଲାଗିଥିବା ବିଭିନ୍ନ ରାସ୍ତାକୁ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ସିଲ୍ କରି ଦିଆଯାଇଛି । ସୀମା ସେପଟୁ ଆସୁଥିବା ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ୧୪ଦିନିଆ ବାଧ୍ୟତାମୂଳକ ସଂଗରୋଧ ପାଇଁ ନିୟମ କରିଛି ଜିଳ୍ଲା ପ୍ରଶାସନ ।

ତଥାପି କିଛି ଅମାନିଆ ଲୁଚି ଛପି ରାତି ସମୟରେ ଜିଲ୍ଲା ମଧ୍ୟରୁ ପ୍ରବେଶ କରୁଥିବାରୁ ଶେଷରେ ଆନ୍ଧ୍ରକୁ ସଂଯୋଗ କରୁଥିବା ରାସ୍ତାକୁ ବାଧ୍ୟ ହୋଇ ଜେସିବି ସହାୟତାରେ କାଟି ଦେଲା କୋରାପୁଟ ଜିଲ୍ଲା ପ୍ରଶାସନ । ନନ୍ଦପୁର ବ୍ଲକର ସୁଡୁବଠାରେ ପ୍ରଶାସନ ପକ୍ଷରୁ ରାସ୍ତା କାଟି ଦିଆଯାଇଛି । ତେବେ ରାଜ୍ୟର ବିଭିନ୍ନ ସୀମାକୁ ସିଲ୍ କରାଯାଇଥିବା ବେଳେ ପ୍ରଶାସନ ତରଫରୁ ଅମାନିଆଙ୍କୁ ଚେକ୍ ଦେବା ପାଇଁ ରାସ୍ତା କଟାଯିବା ଜିଲ୍ଲାରେ ପ୍ରଥମ ଘଟଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.