କୋଭିଡ ନିୟମ ଉଲ୍ଲଙ୍ଘନ କରି ବାହାଘର ଭୋଜି କରିବା ପଡ଼ିଲା ମହଙ୍ଗା, ଜରିମାନା ଆଦାୟ ସହ ସବୁ ଖାଦ୍ୟ ଫୋପାଡି ଦେଲା ପ୍ରଶାସନ

Published By : Prameya-News7 Bureau | May 12, 2021 IST

ଖଲ୍ଲିକୋଟ ୧୨।୦୫: କରୋନା କଟକଣାକୁ ଫୁକରି ଚାଲିଥିଲା ବାହାଘର ଭୋଜି । ହଠାତ୍ ଭୋଜି ସ୍ଥଳରେ ପହଞ୍ଚିଗଲା ପ୍ରଶାସନ । କଡା ତାଗିଦ୍ କରିବା ସହ ସମସ୍ତ ରନ୍ଧା ଖାଦ୍ୟ ନଷ୍ଟ କରି ଦେଲେ। ଆୟୋଜକଙ୍କ କାକୁତି ମିନତି ପରେ ମଧ୍ୟ ସମସ୍ତ ରନ୍ଧା ଖାଦ୍ୟ ଫୋପାଡି ଦେଇଛି ପୋଲିସ। ବୁଧବାର ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆମ୍ବଝର ନୂଆପଲ୍ଲୀ ଗ୍ରାମରେ ।

{"id":451811,"sizeSlug":"large","linkDestination":"none"}

ଆମ୍ବଝର ନୂଆପଲ୍ଲୀ ଗ୍ରାମର ଦୟା ବିଶୋଇଙ୍କ ପୁଅ ନୀଳକଣ୍ଠଙ୍କ ଚଳିତ ମାସ ୮ ତାରିଖରେ ବାହାଘର ହୋଇଥିଲା। ତେବେ ଦୟା ବିଶୋଇ ଆଜି ପୁରା ଦୁଇ ହଜାର ଲୋକ ଖାଇବା ପାଇଁ ଏକ ଭୋଜିର ଆୟୋଜନ କରିଥିଲେ  । କୌଣସି ସୂତ୍ରରୁ ଖବର ପାଇ ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ ଓ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ସମେତ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ |

{"id":451812,"sizeSlug":"large","linkDestination":"none"}

ଉକ୍ତ ପରିବାର ଲୋକଙ୍କ ଠାରୁ ୮ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରିଥିଲେ । ପରିବାର ସଦସ୍ୟ ରନ୍ଧା ଖାଦ୍ୟ ନଷ୍ଟ ନକରିବାକୁ ବହୁତ କାକୁତି ମିନତି ହୋଇଥିଲେ। ଏପରିକି ପୋଲିସର ଗୋଡ ମଧ୍ୟ ଧରିଥିଲେ। ହେଲେ ପ୍ରଶାସନ ଶୁଣିବାକୁ ପ୍ରସ୍ତୁତ ନଥିଲେ। ରନ୍ଧା ଯାଇଥିବା ସମସ୍ତ ଖାଦ୍ୟ ସାମଗ୍ରୀକୁ ଫିଙ୍ଗି ନଷ୍ଟ କରିଥିଲେ।  ଆଗାମୀ ଦିନରେ ଏଭଳି କୋଭିଡ ନିୟମ ଉଲ୍ଲଙ୍ଘନ କରୁଥିବା ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ପଟ୍ଟନାୟକ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.