ବିଜେପିକୁ ବିରୋଧ : ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପିକୁ ପ୍ରତ୍ୟାଖ୍ୟାନ କରି ଭୋଟ୍ ଦେବାକୁ ଆହ୍ବାନ

Published By : Prameya-News7 Bureau | April 21, 2019 IST

ବଡବିଲ ୨୧|୪: କେନ୍ଦ୍ର ନେତୃତ୍ବାଧିନ ବିଜେପି ସରକାର ସବୁବେଳେ ଆଦିବାସୀଙ୍କୁ ଅଣଦେଖା କରିବା ସହିତ ଆଦିବାସୀ ଭାଷା ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷା ଦେବାରେ ଅବହେଳା ପ୍ରଦର୍ଶନ କରିଆସିଛି । ସେପରି ଏସଟିଏସସି ଆଟ୍ରୋସିଟି ଆକ୍ଟ ହଟାଇବା ପାଇଁ ବିଜେପି ମସୁଧା ଚଳାଇଛି ବୋଲି ଅଭିଯୋଗ କରିଛି 'ଆଦିବାସୀ ହୋ ସମାଜ ମହାସଭା' । ପ୍ରତିବାଦରେ ଆଗାମୀ ୨୩ ତାରିଖରେ ହେବାକୁ ଥିବା ଉଭୟ ଲୋକସଭା ଓ ବିଧାନସଭା ନିର୍ବ।ଚନରେ କେନ୍ଦୁଝର ଜିଲ୍ଲାରେ ବିଜେପିକୁ ପ୍ରତ୍ୟାଖ୍ୟାନ କରି ସମସ୍ତ ଆଦିବାସୀ ସମାଜ ବିଜେପି ବିରୋଧରେ ଭୋଟ୍ କରିବାକୁ ଆହ୍ବାନ ଦେଇଛି ଏହି ‘ଆଦିବାସୀ ହୋ ସମାଜ ମହାସଭା’ ସଂଗଠନ ।

{"id":105640}

ସେହିପରି ବିଜେଡିରୁ କେନ୍ଦୁଝର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା ଆଦିବାସୀ ଝିଅ ଚନ୍ଦ୍ରାଣୀ ମୁର୍ମୁଙ୍କର ମିଥ୍ୟା ଅଶ୍ଳୀଳ ଭିଡିଓ ଭାଇରାଲରେ ବିଜେପି କର୍ମୀ ସାମିଲ ଥିବା ଅଭିଯୋଗ କରିଛନ୍ତି ‘ଆଦିବାସୀ ହୋ ସମାଜ ମହାସଭା’ର କେନ୍ଦୁଝର ଜିଲ୍ଲା ସଂପାଦକ ଗୌର ଚନ୍ଦ୍ର ମୁଣ୍ଡା । ରାଜନୈତିକ ଉଦ୍ଦେଶ୍ୟ ରଖି ନକଲି ଭିଡିଓ ଭାଇରାଲ କରି ଆଦିବାସୀ ଝିଅକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.