ଆଦିତ୍ୟ ଦାଶ ମୃତ୍ୟୁ ମାମଲା , ମତେ ଅଯଥାରେ ବଦ୍‌ନାମ୍ କରନି- ବିଦ୍ୟାଶ୍ରୀ

Published By : Prameya-News7 Bureau | July 21, 2020 IST

ଭୁବନେଶ୍ୱର ୨୧।୦୭: ସପ୍ତାହରେ ବିତିଲା, କିନ୍ତୁ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଯେତିକି ଦିନ ଗଡ ଗଡି ଯାଉଛି, ମାମଲା ସେତିକି ଜଟିଳ ହୋଇଚାଲିଛି । ଇତିମଧ୍ୟରେ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲରା ଦୁଇ ସପ୍ତାହରୁ ଅଧିକ ଦିନ ବତିଗଲାଣି । କିନ୍ତୁ ହତ୍ୟା ନା ଆତ୍ମହତ୍ୟା , ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସମାଜସେବୀ ଆଦିତ୍ୟ ଦାଶଙ୍କ ଡେଥ୍‌ ମିଷ୍ଟ୍ରି ଘଟଣାରେ ପୁଣି ମୁହଁ ଖୋଲିଛନ୍ତି ସ୍ତ୍ରୀ ବିଦ୍ୟାଶ୍ରୀ । ଜବତ ଡାଏରୀର ସୁଇସାଇଡ୍‌ ନୋଟ୍‌ରେ ଶେଷ ୨ ଫର୍ଦ୍ଦ ଲେଖିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । କହିଛନ୍ତି, ମୁଁ ହେଉଛି ଏକ ଖୋଲା ବହି । ମୋ ପେଟରେ କିଛି କଥା ରହେନି । ସୁଇସାଇଡ୍‌ ନୋଟ୍‌ରେ ଲେଖା ମୋର ନୁହେଁ । ମତେ ଅଯଥା ବଦନାମ୍‌ କରନି ।

ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଫେସ୍‌ବୁକ୍‌, ଟୁଇଟରରେ ସବୁଦିନ ମାଳମାଳ ପୋଷ୍ଟ କରାଯାଉଛି । ନ୍ୟାୟ ପାଇଁ ଆଦିତ୍ୟଙ୍କ ପ୍ରଶଂସକମାନେ ଫେସ୍‌ବୁକ୍‌ରେ ‘ଲଣ୍ଡା ଅଭିଯାନ’ ବି ଚଳାଇଛନ୍ତି । ତେବେ ଏସବୁ ଭିତରେ ବିଦ୍ୟାଶ୍ରୀଙ୍କ ଉପରେ ସନ୍ଦେହର ଅଙ୍ଗୁଳି ଉଠିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ କିଛି ଚର୍ଚ୍ଚା ହେଉଛି । ଏଥିରେ ହତୋତ୍ସାହିତ ହୋଇ ପଡିଥିବା ବିଦ୍ୟାଶ୍ରୀ ଆଜି ଗଣମାଧ୍ୟମ ସାମ୍ନାରେ ନିଜ କୋହ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, ମୋ ନାମରେ ଅନେକ ଗୁଡ଼ାଏ ଅପପ୍ରଚାର ହେଉଛି । ପୁଲିସ ସବୁ ଦିଗରୁ ତଦନ୍ତ ଚଳାଇଛି । ଆଦିତ୍ୟ କାହିଁକି ଡିପ୍ରେସନରେ ଥିଲେ? ଏନେଇ ପୁଲିସ ତନାଘନା କରୁ । ପ୍ରକୃତ ଦୋଷୀକୁ ଧରୁ । ସେ ଆହୁରି କହିଛନ୍ତି, ଆଦିତ୍ୟ ଓ ମୋ ମଧ୍ୟରେ କିଛି ବିବାଦ କି ମନୋମାଳିନ୍ୟ ଥିଲା କି ନାହିଁ? ଏନେଇ ପୁଲିସ ଘର ମାଲିକଙ୍କ ସହ ଆଲୋଚନା କରିଛି। ତାଙ୍କ ସାଙ୍ଗସାଥୀଙ୍କୁ ବି ପଚାରି ବୁଝିଛି । ହେଲେ ଏଯାଏଁ ପୁଲିସ୍‌ ହାତରେ କିଛି ଠୋସ୍‌ ପ୍ରମାଣ ଲାଗିନି । ଯେଉଁଠି କିଛି ଝଗଡ଼ା ହୋଇନି, ସେଠି ପୁଲିସ କେମିତି ସୁରାକ ପାଇବ ବୋଲି ସେ ଓଲଟି ପ୍ରଶ୍ନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.