Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି: ଆଦିତ୍ୟଙ୍କୁ ସମୟ ଦେବାକୁ ମନା କଲେ ରାଜ୍ୟପାଳ, ଡାକିଲେ ଏନସିପିକୁ

11/11/2019 at 8:16 PM

ମୁମ୍ବାଇ ୧୧।୧୧:  ମହାରାଷ୍ଟ୍ରରେ ସରକାର ଗଠନ ନେଇ ଉପୁଜିଥିବା ସମସ୍ୟାର ସମାଧାନ ଏ ଯାଏଁ  ସମ୍ଭବ ହୋଇନି। ରାଜ୍ୟ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି। ରବିବାର ରାଜ୍ୟପାଳ ଦ୍ୱିତୀୟ ସଂଖ୍ୟା ଗରିଷ୍ଠ ଦଳ ଭାବେ ଶିବସେନାକୁ ଆମନ୍ତ୍ରଣ କରିଥିଲେ। ସୋମବାର ସନ୍ଧ୍ୟା ସାଢେ ୭ଟା ସୁଦ୍ଧା ଦଳର ନିଷ୍ପତ୍ତି ଜଣାଇବାକୁ କହିଥିଲେ। ସେହି ଅନୁସାରେ ଶିବସେନା ପକ୍ଷରୁ ବିଧାୟକ ଦଳ ନେତା ଏକନାଥ ସିନ୍ଦେ, ଆଦିତ୍ୟ ଠାକରେ ଓ ଅନ୍ୟ ନେତାମାନେ ରାଜ୍ୟପାଳ ଭଗତ ସିଂ କେଶ୍ୟୋରୀଙ୍କୁ ଭେଟିଥିଲେ। ସରକାର ଗଠନ ଲାଗି ଆଦିତ୍ୟ ଦଳ ଆଗ୍ରହୀ ଥିବା କହିବା ସହ ୪୮ ଘଣ୍ଟା ସମୟ ମାଗିଥିଲେ। ତେବେ ରାଜ୍ୟପାଳ ମନା କରିଦେଇଛନ୍ତି।

ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀକୁ ଏ ବିଷୟରେ ସୂଚନା ଦେଇଛନ୍ତି ଆଦିତ୍ୟ । ସରକାର ଗଠନ ନିମନ୍ତେ ପ୍ରକ୍ରିୟା ଲାଗି ଅନୁନ୍ୟ ୪୮ ଘଣ୍ଟା ସମୟ ଦରକାର ବୋଲି ଆମେ ରାଜ୍ୟପାଳଙ୍କୁ ନିବେଦନ କରିଛୁ ବୋଲି ସେ କହିଥିଲେ। ହେଲେ ରାଜ୍ୟପାଳ ମନା କରିଛନ୍ତି। ତେବେ ଆମେ ଆମ ଉଦ୍ୟମ ଜାରି ରଖିବୁ ବୋଲି ଆଦିତ୍ୟ କହିଛନ୍ତି। ସେପଟେ ସନ୍ଧ୍ୟାରେ ରାଜ୍ୟପାଳ ତୃତୀୟ ସଂଖ୍ୟା ଗରିଷ୍ଠ ଦଳ ଭାବେ ଏନସିପିକୁ ସରକାର ଗଠନ ନିମନ୍ତେ ଆମନ୍ତ୍ରଣ କରିଥିବା ଜଣାପଡିଛି। ରାଜଭବନ ପକ୍ଷରୁ ଏନସିପି ଅଧ୍ୟକ୍ଷ ଅଜିତ ପାୱାରଙ୍କୁ ଡାକିଥିବା ଜଣାପଡିଛି।

ତେବେ ରାଜ୍ୟରେ ମେଣ୍ଟ ସରକାରକୁ ସମର୍ଥନ ନେଇ କଂଗ୍ରେସ ଏବେବି ଅନିର୍ଣ୍ଣୟ ସ୍ଥିତିରେ ଥିବା ଜଣାପଡିଛି। ମଙ୍ଗଳବାର ମୁମ୍ବାଇ ବୈଠକପରେ ହିଁ କଂଗ୍ରେସରେ ଏ ନେଇ କିଛି ନିଷ୍ପତ୍ତି ହୋଇପାରେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ସୂଚନାରୁ ଏହା ଜଣାପଡିଛି। ତେବେ ଶିବସେନା ପରେ ରାଜ୍ୟପାଳ ଏବେ ଏନସିପି ଆଡକୁ ମୁହଁ କରିଥିବାରୁ ରାଜ୍ୟରେ ଆଗାମୀ ରାଜନୈତିକ ସମୀକରଣ କ’ଣ ହେବ ଏବେ ତା ଉପରେ ସଭିଁଙ୍କର ନଜର।

   Related Posts