Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ହ୍ରିତିକ୍ ରୋଶନଙ୍କୁ ରିପ୍ଲେସ୍ କଲେ ଆଦିତ୍ୟ ରାୟ କପୁର, ଏହି ବ୍ରିଟିସ୍ ୱେବ୍ ସିରିଜରେ କରିବେ ଲିଡ୍ ରୋଲ୍

2/10/2021 at 12:56 PM

ମୁମ୍ବାଇ ୦୨/୧୦: ବଲିଉଡ ଅଭିନେତା ଆଦିତ୍ୟ ରାୟ କପୁରଙ୍କ ହାତରେ ଏକ ବଡ଼ ପ୍ରୋଜେକ୍ଟ ଲାଗିଛି। ଆଦିତ୍ୟ ଏକ ବଡ OTT ପ୍ରୋଜେକ୍ଟ ସହିତ ଜଡିତ। ଏହି ପ୍ରୋଜେକ୍ଟ ବ୍ରିଟିଶ ମିନି ସିରିଜ୍ ‘ଦି ନାଇଟ୍ ମ୍ୟାନେଜର୍’ର ଇଣ୍ଡିଆନ୍ ଆଡପ୍ସନ୍। ବିଶେଷ କଥା ହେଉଛି ସେ ଏହି ପ୍ରଜେକ୍ଟ ପାଇଁ ହ୍ରିତିକ୍ ରୋଶନଙ୍କୁ ରିପ୍ଲେସ୍ କରିଛନ୍ତି। କୁହାଯାଉଥିଲା ଯେ ପୂର୍ବରୁ ହ୍ରିତିକ ଏହି ପ୍ରଜେକ୍ଟରେ ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ଯାଉଥିଲେ, କିନ୍ତୁ ବର୍ତ୍ତମାନ ଆଦିତ୍ୟ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିବେ।

ସୂଚନା ଅନୁଯାୟୀ, ଏକ ସୂତ୍ରରୁ ପ୍ରକାଶ ଯେ, “ଦି ନାଇଟ୍ ମ୍ୟାନେଜରର ଇଣ୍ଡିଆନ୍ ଆଡପ୍ସନ୍ ରେ ଏକ ବିରାଟ ସେଟ୍ ଅପ୍ ହେବ। ଆଦିତ୍ୟ ରାୟ କପୁରଙ୍କ ଫିମେଲ୍ ଫ୍ୟାନ୍ସ ଫଲୋଇଂ ଏବଂ ବ୍ୟାକ୍ ଟୁ ବ୍ୟାକ୍ ହିଟ୍ ହେତୁ ନିର୍ମାତାମାନେ ତାଙ୍କୁ ଏହି ସିରିଜରେ ଟମ୍ ହିଡଲେଷ୍ଟନଙ୍କ ଚରିତ୍ରରେ ଅଭିନୟ କରିବାକୁ ମନୋନୀତ କରିଛନ୍ତି। ଏଥିରେ ଆଦିତ୍ୟଙ୍କୁ ବିଭିନ୍ନ ଅବତାରରେ ଦେଖାଯିବ। ଗତ ବର୍ଷ ଆଦିତ୍ୟ କପୁର ଆକ୍ସନ୍-ଥ୍ରୀଲର ‘ମଲଙ୍ଗ’ ଏବଂ ‘ଲୁଡୋ’ ଭଳି ସୁପରହିଟ୍ ଫିଲ୍ମ ଦେଇଥିଲେ। ଏହି ଫିଲ୍ମରେ ତାଙ୍କର ଚରିତ୍ରକୁ ବହୁତ ପ୍ରଶଂସା କରାଯାଇଥିଲା।

ହ୍ରିତିକ ରୋଶନ ଏବଂ ଆଦିତ୍ୟ ରାୟ କପୁର ଦୁହେଁ ସେମାନଙ୍କର ଲୁକ୍ ପାଇଁ ଜଣାଶୁଣା। ଏହି ସିରିଜ୍‌ରେ ଟମ୍ ହିଡଲେଷ୍ଟନଙ୍କ ସ୍ଥାନରେ ଆଦିତ୍ୟଙ୍କୁ ଦେଖିବା ମଜାଦାର ହେବ। ଏହି ସିରିଜକୁ ୱେବ୍ ସିରିଜ୍ ‘ଆର୍ଯ୍ୟ’ର ସହ-ନିର୍ଦ୍ଦେଶକ ସନ୍ଦୀପ ମୋଦୀ ନିର୍ଦ୍ଦେଶନା ଦେବେ।

   Related Posts