“ମଲଂଗ” ଫିଲ୍ମରେ ଆଦିତ୍ୟ ରଏ କପୁରଙ୍କ ସହ ଅଭିନୟ କରିବେ ଏହି ଅଭିନେତ୍ରୀ
17/03/2019 at 3:20 PM

ମୁମ୍ୱାଇ୧୭|୩: ନିର୍ଦ୍ଦେଶକ ମୋହିତ ଶୁରୀଙ୍କ ଆଗାମୀ ଚଳଚ୍ଚିତ୍ର “ମଲଂଗ”ର ଶୁଟିଂ ଆରମ୍ଭ ହୋଇସାରିଛି। “ମଲଂଗ” ଏକ ରୋମାଣ୍ଟିକ ଓ ଆକ୍ସନ ଥ୍ରିଲର ଫିଲ୍ମ। ସୋସିଆଲ ମିଡିଆରେ “ଆଜ ସେ ମଲଂଗ” ବୋଲି ଟୁଇଟ୍ କରାଯାଇଥିଲା। କିଛି ଦିନ ପୂର୍ବରୁ ଏହି ଫିଲ୍ମର ଚର୍ଚ୍ଚା ଜୋର ସୋର୍ରେ ଚାଲିଥିଲା। ଏହି ସିନେମାରେ ଅନେକ କଳାକାରଙ୍କୁ ଅଭିନୟ କରିବାରେ ଦେଖିବାକୁ ମିଳିବ।

୨୦୨୦ ମସିହା ଫେବୃଆରୀ ମାସ ୧୪ ତାରିଖରେ “ମଲଂଗ” ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ଅନିଲ୍ କପୁର, ଆଦିତ୍ୟ ରଏ କପୁର, ଦିଶା ପଟ୍ଟାନୀ ଓ କୁନାଲ ଖେମୁ ଅଭିନୟ କରିବେ। ଆଦିତ୍ୟ ରଏ କପୁରଙ୍କ ସହ ପୁଣି ମୋହିତ ଶୁରୀ କାମ କରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ର ପୂର୍ବରୁ ୨୦୧୩ ମସିହାରେ ମୋହିତ ଆଦିତ୍ୟଙ୍କ ସହ କାମ କରିଥିଲେ।

ଆଶିକି-୨ରେ ଶ୍ରଦ୍ଧା ଓ ଆଦିତ୍ୟଙ୍କ ଅଭିନୟ ଦର୍ଶକ ଖୁବ ପସନ୍ଦ କରିଥିଲେ। ଏହି ଫିଲ୍ମରେ ଅଭିନୟ କରି ଆଦିତ୍ୟ ବଲିଉଡରେ ନିଜ ଫିଲ୍ମି କ୍ୟାରିଅରର ଆରମ୍ଭ କରିଥିଲେ।ଚଳିତ ମାସ ଫିଲ୍ମ ମଲଂଗର ଅଧିକାଂଶ ଶୁଟିଂ ମରିଶସରେ ହେବ। ଚଳଚ୍ଚିତ୍ରରେ ଆଦିତ୍ୟଙ୍କ ବିପକ୍ଷରେ ଟାଇଗର ଶ୍ରଫଙ୍କ ପ୍ରେମିକା ଦିଶା ପଟ୍ଟାନୀ ମୁଖ୍ୟ ଭୂମିକାରେ ଅଭିନୟ କରିବେ।