ନିଜ ସ୍ବପ୍ନକୁ ମାରି ହୀରୋ ହେବାକୁ ଯାଉଛନ୍ତି ପରେଶ ରାଓ୍ବଲଙ୍କ ପୁଅ ଆଦିତ୍ୟ : ଜାଣନ୍ତୁ କ’ଣ ଥିଲା ତାଙ୍କ ସ୍ବପ୍ନ

Published By : Prameya-News7 Bureau | April 12, 2020 IST

ମୁମ୍ବାଇ ୧୨/୪: ପରେଶ ରାଓ୍ବଲଙ୍କ ପୁଅ ଆଦିତ୍ୟ ରାଓ୍ବଲ୍ Zee5 ର ଫିଲ୍ମ ବମଫାଡ଼ରୁ ନିଜ ଫିଲ୍ମି ଡେବ୍ୟୁ କରିଛନ୍ତି। କମ୍ ଲୋକ ଜାଣିଛନ୍ତି ଯେ ଆଦିତ୍ୟ ରାଓ୍ବଲ୍ ଦୀର୍ଘ ଦିନରୁ ମନୋରଞ୍ଜନ ଜଗତର ଅଂଶବିଶେଷ ରହିଛନ୍ତି। ଏପରି କଥା ଆଦିତ୍ୟଙ୍କ ବିଷୟରେ ରହିଛି ଯାହା ଆମେ ଆଜି ଜାଣିବା

{"id":252774,"sizeSlug":"large"}

ଏକ କଳାକାର ପରିବାରରେ ରହିବା ସତ୍ବେ ଆଦିତ୍ୟ କେବେ ଅଭିନେତା ହେବାର ସ୍ବପ୍ନ ଦେଖିନଥିଲେ। ଆଦିତ୍ୟ ପ୍ରଥମରୁ ଖେଳାଳୀ ହେବାକୁ ଚାହୁଁଥିଲେ। ଦ୍ବିତୀୟ ଶ୍ରେଣୀରୁ ଆଦିତ୍ୟ ଗୁଲି ଖେଳରୁ ଫୁଟବଲ୍ ଖେଳିବା ଆରମ୍ଭ କରିଥିଲେ। ୨୦୦୯ମସିହାରେ ସେ ମୁମ୍ବାଇର ଫୁଟବଲ୍ କ୍ଲବ୍ କେଙ୍କର ଫୁଟବଲ୍ କ୍ଲବ୍ ଜଏନ୍ କରିଥିଲେ। ଏଥିରେ ଅଣ୍ଡର 17ରେ ଆସିବା ପରେ ତାଙ୍କୁ ମୁମ୍ବାଇ ୟୁନିଭର୍ସିଟିର ଅଧିନାୟକ କରାଇ ଦିଆଯାଇଥିଲା। ଏହା ପରେ ତାଙ୍କ ମନ କ୍ରିକେଟରେ ଲାଗିଥିଲା। ସେ ଫୁଟବଲ୍ ଛାଡ଼ି କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ ଏବଂ ମୋହିନ୍ଦର ଅମରନାଥଙ୍କଠୁ ଟ୍ରେନିଂ ନେବା ଆରମ୍ଭ କରିଥିଲେ।

{"id":252775,"width":588,"height":391,"sizeSlug":"large"}

ଆଦିତ୍ୟ ରାଓ୍ବଲ୍ ନ୍ୟୁୟର୍କରୁ ଶିକ୍ଷାଲାଭ କରିଛନ୍ତି। ନିଜ ଗ୍ରାଜୁଏସନ୍ ପରେ ସେ କୁଇନ୍ ନାମକ ଏକ ସ୍କ୍ରିନପ୍ଲେ ଲେଖିଥିଲେ। ଏହାକୁ ନ୍ୟୁୟର୍କ ଥିଏଟରରେ ପ୍ରଡ୍ୟୁସ୍ କରିଥିଲେ। ଏହା ପରେ ସେ ଅଲଗା ଅଲଗା ଡାଇରେକ୍ଟରଙ୍କ ପାଇଁ ସ୍କ୍ରିନପ୍ଲେ ଲେଖିବା ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ ଆଦିତ୍ୟ ବିଶ୍ବବ୍ୟାପି ଫିଲ୍ମ ଫେଷ୍ଟିଭାଲରେ ନିଜ ଶର୍ଟ ଫିଲ୍ମ ଏବଂ ପ୍ଲେ ଦେଖାଇଛନ୍ତି। ସେ ଲଣ୍ଡନ ଏବଂ ନ୍ୟୁୟର୍କରେ ପ୍ଲେ ଲେଖିବାର ଓ୍ବାର୍କଶପ୍ ମଧ୍ୟ କରାଇଛନ୍ତି।

{"id":252773,"sizeSlug":"large"}

ସେ ବିକ୍ରମ କପାଡ଼ିଆଙ୍କ ବିକ୍ରମ ଟକିଜରେ ଏକ ଗୁଜରାଟୀ ପୁଅ ଭୂମିକାରେ ଅଭିନୟ କରିଥିଲେ। କେବଳ ଏତିକି ନୁହେଁ ସେ ବାପା ପରେଶ ରାଓ୍ବଲଙ୍କ ଫିଲ୍ମ ‘ଓ ମାଇ ଗଡ’ରେ ହୋଇଥିବା ପ୍ଲେ କିଶନ୍ VS କହ୍ନୈୟାରେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ ମଧ୍ୟ କାମ କରିଛନ୍ତି।

{"id":252776,"sizeSlug":"large"}

ଏହା ସହ ଆଦିତ୍ୟ ସାମାଜିକ କାର୍ଯ୍ୟରେ ମଧ୍ୟ ସାମିଲ ହୁଅନ୍ତି। ସେ ଶିଶୁଙ୍କ ଅଧିକାର ବିଷୟରେ ମଧ୍ୟ କାହାଣୀ ଲେଖନ୍ତି। ଏହା ବ୍ୟତୀତ ସେ ଡ୍ରାମା-ଇନ୍-ଏଜୁକେସନ୍ ଟେକିଂ ଗାନ୍ଧୀ ଆଉଟ ଅଫ୍ ଟେକ୍ସଟବୁକ୍ ନାମକ ଡକ୍ୟୁମେଣ୍ଟ୍ରି ପ୍ରଡ୍ୟୁସ୍ ଏବଂ ଡାଇରେକ୍ଟ ମଧ୍ୟ କରିଛନ୍ତି।

{"id":252777,"sizeSlug":"large"}

ଆଦିତ୍ୟ ଫିଲ୍ମ ବମଫାଡ଼ ପୂର୍ବରୁ ବୋମନ ଇରାନୀ ଏବଂ ଶରମନ ଜୋଶୀଙ୍କ ଫିଲ୍ମ ଫେରାରୀ କି ସବାରୀରେ ମଧ୍ୟ କାମ କରିଥିଲେ।

{"id":252778,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.