ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ସାଇକୋ ଲେଡି ଲିଙ୍କ୍‌! କିଏ ସେ ? କ'ଣ ଥିଲା ତାର ଉଦ୍ଦେଶ୍ୟ ?

Published By : Prameya-News7 Bureau | September 01, 2020 IST

ଭୁବନେଶ୍ବର୧/୯: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ଟୁଇଷ୍ଟ। ଆଦିତ୍ୟଙ୍କ ମୃତ୍ୟୁ ପଛରେ ଜଣେ ସାଇକୋ ଲେଡିର ହାତ ଥାଇପାରେ, ଏମିତି ସାଙ୍ଘାତିକ ଅଭିଯୋଗ ଆଦିତ୍ୟଙ୍କ ବାପା ଆଣିଛନ୍ତି। ବିବାହ ପୂର୍ବରୁ ସେହି ସାଇକୋ ଲେଡି ଆଦିତ୍ୟଙ୍କୁ ବ୍ଲାକମେଲ କରୁଥିବା ବାପା ନନ୍ଦକିଶୋର ଦାଶ କହିଛନ୍ତି। ସଂପୃକ୍ତ ଲେଡି ସଂପର୍କରେ କ୍ରାଇମବ୍ରାଞ୍ଚକୁ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇଛି। ସେ କାହିଁକି ଆଦିତ୍ୟଙ୍କୁ ବ୍ଲାକମେଲ କରୁଥିଲେ, କଣ ଥିଲା ତାର ଉଦ୍ଦେଶ୍ୟ, ଏ ସଂପର୍କରେ ସବିଶେଷ ତଥ୍ୟ କ୍ରାଇମ୍‌ବ୍ରାଞ୍ଚକୁ ଦିଆଯାଇଛି। ସଂପୃକ୍ତ ସାଇକୋ ଲେଡିକୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କଲେ, ପ୍ରକୃତ ଘଟଣାର ପର୍ଦ୍ଦାଫାଶ ହୋଇପାରେ ବୋଲି ଆଶା କରାଯାଉଛି।

ଦୀର୍ଘଦିନ ହେଲା ଆଦିତ୍ୟଙ୍କ ମୃତ୍ୟୁ ମାମଲା ଉପରୁ ପରଦା ଉଠି ପାରୁନି। ପ୍ରଥମ ଜିଆରପି ତଦନ୍ତ ଭାରର ଦାୟିତ୍ବ ନେଇଥିଲେ। ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେଇଛି। ପ୍ରକୃତହତ୍ୟା କାରୀ କିଏ, ସେ ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଛି। ଆଦିତ୍ୟଙ୍କ ପତ୍ନୀଙ୍କ ସମେତ ଯେଉଁମାନେ ତାଙ୍କ ଲିଙ୍କ୍‌ରେ ଥିଲେ, ସମସ୍ତଙ୍କ ଲାଏ ଡିଟେକ୍ସନ କରାଯାଇଥିଲା। ଏପଟେ ସିବିଆଇ ତଦନ୍ତ ଦାବିରେ ଆଦିତ୍ୟଙ୍କ ବାପା-ମାଆ ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.