Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଦିତ୍ୟ ମୃତ୍ୟୁ ମାମଲା: ଓକିଲଙ୍କ ମତ, ଘଟଣାର ନାଟ୍ୟ ରୂପାନ୍ତର ଦ୍ବାରା ତଦନ୍ତକୁ ମିଳିବ ଫାଇଦା

9/08/2020 at 4:49 PM

ଭୁବନେଶ୍ବର୯/୮:  ଆଦିତ୍ୟ ମୃତ୍ୟୁ ଘଟଣା ଉପରୁ ଉଠି ପାରୁନି ପରଦା। ହତ୍ୟା ନା ଆତ୍ମହତ୍ୟା ତାହା ଏବେବି ସସପେନ୍ସ ଘେରରେ ରହିଛି । ସେପଟେ କ୍ରାଇମ ସିମୁଲେସନ ପ୍ରକ୍ରିୟା ଦ୍ବାରା ଘଟଣା ଉପରୁ ପରଦା ଉଠିପାରେ ବୋଲି  ପିପୁଲ ଫର ସେବାର ଓକିଲ  ନିହାର ରଞ୍ଜନ ଓଝା କହିଛନ୍ତି । ଏକ୍ସପୋର୍ଟ ଟିମକୁ ଘଟଣାସ୍ଥଳ ଡକାଯାଇ କ୍ରାଇମ ସିମୁଲେସନ କରାଯାଉ। ଆଦିତ୍ୟ ଟ୍ରେନ ସାମ୍ନାରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଟ୍ରେନ ଟ୍ରାକରେ ଫିଙ୍ଗି ଦିଆଯାଇଛି। କ୍ରାଇମ ସିମୁଲେସନ ଦ୍ୱାରା ଏ ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରେ ବୋଲି ସେ କହିଛନ୍ତି ।

ଲିଙ୍ଗରାଜ ଷ୍ଟେସନରେ ତଦନ୍ତକାରୀ ଟିମ ଦ୍ୱାରା ଏକ ପ୍ରତୀକାତ୍ମକ ଚିତ୍ର କିମ୍ବା ଡେମୋ କରାଯାଉ। ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ସହ ରେଳବାଇ ବିଭାଗର କିଛି ଅଭିଜ୍ଞ ଯନ୍ତ୍ରୀ, ଲୋକ ପାଇଲଟ ଏହି ଘଟଣା ସ୍ଥଳରେ ଯାଂଚ କରିବେ । ଘଟଣା ଘଟିବା ଦିନ କଣ ହୋଇଥାଇ ପାରେ ତାକୁ ନେଇ ସେଠାରେ ଏକ ପ୍ରତୀକାତ୍ମକ ନାଟ୍ୟ ରୂପ ପ୍ରସ୍ତୁତ କରିବେ। ଏହାକୁ ତଦନ୍ତକାରୀ ଏକ୍ସପୋର୍ଟ ଟିମ ତର୍ଜମା କରିବ। ଫଳରେ ଆଦିତ୍ୟଙ୍କ ମୃତ୍ୟୁ କିପରି ହୋଇଥାଇ ପାରେ । ଆଦିତ୍ୟଙ୍କ ଶରୀରରେ ଥିବା ଆଘାତ ଟ୍ରେନ ଦ୍ୱାରା ହୋଇଛି କି ନାହିଁ। ତାଙ୍କୁ କେହି ଠେଲି ଦେଇଛି କି ? ଏ ସବୁ ଅସମାହିତ ପ୍ରଶ୍ନର ଉତ୍ତର କିଛି ଅଂଶରେ ମିଳିପାରେ ପିପୁଲ ଫର ସେବାର ଓକିଲ ନିହାର ରଞ୍ଜନ ଓଝା କହିଛନ୍ତି ।

   Related Posts