'ଇଣ୍ଡିଆନ୍ ଆଇଡଲ୍ ୧୨' ର ହୋଷ୍ଟ ଆଦିତ୍ୟ ନାରାୟଣ ନେଲେ, ଦ ଲିଜେଣ୍ଡ୍ କିଶୋର କୁମାରଙ୍କ ପୁଅଙ୍କ ସହ ପଙ୍ଗା!

Published By : Prameya-News7 Bureau | May 12, 2021 IST

ନୂଆଦିଲ୍ଲୀ ୧୨/୦୫: ଆଜିକାଲି ରିଆଲିଟି ସିଙ୍ଗିଙ୍ଗ୍ ସୋ 'ଇଣ୍ଡିଆନ୍ ଆଇଡଲ୍ ୧୨' ଖୁବ୍ ଚର୍ଚ୍ଚାରେ । ବାସ୍ତବରେ, 'ଇଣ୍ଡିଆନ୍ ଆଇଡଲ୍ ୧୨'ର ନିକଟରେ ଏକ ଏପିସୋଡରେ ଦି ଲିଜେଣ୍ଡ୍ କିଶୋର କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଅବଧିରେ ଏପିସୋଡରେ କିଶୋର କୁମାରଙ୍କ ପୁଅ ଅମିତ କୁମାର ସ୍ୱତନ୍ତ୍ର ଅତିଥି ଭାବେ ସୋ’ରେ ନଜର ଆସିଥିଲେ।

PunjabKesari

ସୋସିଆଲ ମିଡିଆରେ ୟୁଜରମାନେ କିଶୋର କୁମାରଙ୍କ ଗୀତ ଗାଇବା ପାଇଁ ସିଙ୍ଗର ନେହା କକ୍କର ଏବଂ ହିମେଶ ରେଶମିଆଙ୍କୁ ଟ୍ରୋଲ କରିଥିଲେ। ଏହା ଉପରେ ଅମିତ କୁମାର ମଧ୍ୟ ସୋ ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଏହି ଏପିସୋଡରେ ସାମିଲ ହେବା ପାଇଁ ଟଙ୍କା ହେତୁ ସେ ରାଜି ହୋଇଥିଲେ।

ଏଥିସହିତ ସୋ’ର ହୋଷ୍ଟ ଆଦିତ୍ୟ ନାରାୟଣ ମଧ୍ୟ ଚୁପ ରହି ନାହାଁନ୍ତି, ସେ ଅମିତ କୁମାରଙ୍କ ବୟାନ ଉପରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଯଦି ତାଙ୍କୁ ପସନ୍ଦ ଆସୁନଥୁଲା, ତେବେ ସେ ଆମକୁ ଥରେ କହିଥାନ୍ତେ |

{"width":712,"height":436}
PunjabKesari

ବାସ୍ତବରେ ଆଦିତ୍ୟ ନାରାୟଣ ଅମିତ କୁମାରଙ୍କ ବୟାନରେ କହିଛନ୍ତି ଯେ, କାହା ପାଇଁ ବି ସହଜ ନୁହେଁ ଜଣେ ଲିଜେଣ୍ଡ୍ରୀ ସିଙ୍ଗର ସେ ପୁଣି କିଶୋର କୁମାରଙ୍କ ପରି ବ୍ୟକ୍ତିଙ୍କୁ କିଛି ଘଣ୍ଟା ମଧ୍ୟରେ ଶ୍ରଦ୍ଧାଞ୍ଜଳି ଦେବା । ସୋ ଏବଂ ନିର୍ମାତାଙ୍କୁ ରକ୍ଷା କରି ଆଦିତ୍ୟ କହିଛନ୍ତି ଯେ ସମସ୍ତ ପ୍ରତିଯୋଗୀ ତଥା ୟୁନିଟ୍ ସହିତ ଆମେ ସମସ୍ତେ ଦମନ ସିପ୍ଟ ହୋଇଛୁ। ସେଠାରେ ସୁଟିଂ ଚାଲିଛି । ରିହର୍ସାଲ୍ ହେଉଛି, ଯଦି ଅମିତ କୁମାରଙ୍କୁ ସୁଟିଂ ସମୟରେ କିଛି ଜିନିଷ ଠିକ୍ ଲାଗୁନଥିଲା, ତେବେ ସେ ସୁଟିଂ ସମୟରେ ଆମକୁ କହି ପାରିଥାନ୍ତେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.