ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ସିଙ୍ଗର ଆଦିତ୍ୟ ନାରାୟଣ, ବିକ୍ରି କରିପାରନ୍ତି ବାଇକ

Published By : Prameya-News7 Bureau | October 15, 2020 IST

ନୂଆଦିଲ୍ଲୀ ୧୫/୧୦: କରୋନା ଯୋଗୁ ଦେଶର ଅର୍ଥବ୍ୟବସ୍ଥା ଦୋହଲି ଯାଇଛି। ସାଧାରଣ ଲୋକ ନୁହନ୍ତି ସେଲିବ୍ରିଟିମାନେ ଏ ପରିସ୍ଥିତକୁ ସାମ୍ନା କରୁଛନ୍ତି। ଏହି କ୍ରମରେ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଯୋଡି ହୋଇଛନ୍ତି। ତେବେ ଆଦିତ୍ୟ ଏକ ସାକ୍ଷାତକାରରେ କହିଛନ୍ତି ତାଙ୍କ ପାଖରେ ଟଙ୍କା ନାହିଁ। ତାଙ୍କର ସମସ୍ତ ସଞ୍ଚୟ ଟଙ୍କା ଖର୍ଚ ହୋଇଗଲାଣି। କେବଳ ଏତିକି ନୁହେଁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ କେବଳ ୧୮ ହଜାର ଟଙ୍କା ଥିବା କହିଛନ୍ତି। ଯଦି ଅକ୍ଟୋବରରେ କାମ ଆରମ୍ଭ କରି ନ ଥାନ୍ତେ ତାହେଲେ ତାଙ୍କୁ ଆହୁରି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାନ୍ତା।

{"id":344798,"sizeSlug":"large"}

ସେ ଏ ପୂରା ବର୍ଷ କେବେ କାମ କରିବେ ପାହିଁ ବୋଲି କେବେ ଭାବି ନ ଥିଲେ। ମାତ୍ର ଯେଉଁଭଳି ଭାବେ ଲକଡାଉନ ହେଲା ତାଙ୍କର ସମସ୍ତ ଯୋଜନା ବଦଳିଗଲା। ଘରର ପରିସ୍ଥିତି ଖରାପ ହେଉଥିବାରୁ ଘରର ଜିନିଷ ମଧ୍ୟ ବିକ୍ରି କରିବାକୁ ପଡ଼ିପାରେ। ଯଦି ଏ ମାସରେ କାମ ଆରମ୍ଭ ନ କରିଥାନ୍ତେ ତାହେଲେ ସେ ତାଙ୍କ ବାଇକ ବିକିଥାନ୍ତେ। 

{"id":344800,"sizeSlug":"large"}

କିଛି ଦିନ ତଳେ ସେ ନିଜ ବାହାଘର କଥା ସମସ୍ତଙ୍କୁ ଜଣାଇଥିଲେ। ସେ ତାଙ୍କ ଗର୍ଲଫ୍ରେଣ୍ଡ ଶ୍ବେତା ଅଗ୍ରଓ୍ବାଲଙ୍କୁ ବିବାହ କରିବେ। ୧୦ ବର୍ଷ ହେବ ସେ ଶ୍ବେତାଙ୍କ ସହ ରିଲେସନସିପରେ ଅଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.