ଅଲିବାଗ ବିବାଦ: ଏମଏନଏସର ଧମକରେ ହାତଯୋଡି କ୍ଷମା ମାଗିଲେ ଆଦିତ୍ୟ ନାରାୟଣ

Published By : Prameya-News7 Bureau | May 26, 2021 IST

ନୂଆଦିଲ୍ଲୀ ୨୬/୦୫: ସିଙ୍ଗିଙ୍ଗ୍ ରିୟଲିଟି ସୋ 'ଇଣ୍ଡିଆନ୍ ଆଇଡଲ୍ ୧୨' ବିବାଦ ମଧ୍ୟରେ ଘେରି ରହିଛି । ନିକଟରେ କିଶୋର କୁମାରଙ୍କ ଏପିସୋଡକୁ ନେଇ ବିବାଦ ଦେଖାଦେଇଥିଲା। ବର୍ତ୍ତମାନ ମହାରାଷ୍ଟ୍ର ନବନିର୍ମାନ ସେନା (MNS) ର ଟାର୍ଗେଟରେ ଇଣ୍ଡିଆନ ଆଇଡଲ୍ ସୋ ଆସିଛି। ବିବାଦ ଏତେ ବଢିଗଲା ଯେ ସୋ’ର ହୋଷ୍ଟ ଆଦିତ୍ୟ ନାରାୟଣଙ୍କୁ ତାଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା । ଏପରିକି ସୋ’ର ନିର୍ମାତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ MNS ଧମକ ଦେଇଥିଲା।

{"width":604,"height":1052}
PunjabKesari

ବାସ୍ତବରେ ଆଦିତ୍ୟ ନାରାୟଣ ସୋ’ର ପ୍ରତିଯୋଗୀ ସୱାଇ ଭଟ୍ଟଙ୍କୁ ଗୋଟିଏ ଏପିସୋଡରେ କହିଥିଲେ, 'ରାଗ ପଟି ଠିକ୍ ଠାକ୍ କର। ଆମେ ଅଲିବାଗରୁ ଆସିଛୁ କି? ' ଆଦିତ୍ୟ ହୁଏତ ଥଟ୍ଟା କରି ଏହା କହିଥିବେ, କିନ୍ତୁ ଅଲିବାଗରେ ରହୁଥିବା ଲୋକମାନେ ଏହା ଦ୍ୱାରା ଆଘାତ ପାଇଥିଲେ। ଏହା ପରେ MNS ଦଳର ସିନେମା ୱିଙ୍ଗର ଚେୟାରମ୍ୟାନ୍ ଏହା ଉପରେ ଅଭିଯୋଗ କରିଥିଲେ। ଯାହାକୁ ନେଇ ବିବାଦ ଆହୁରି ବଢିଯାଇଥିଲା ।

ବର୍ତ୍ତମାନ ଆଦିତ୍ୟ ନାରାୟଣ ଏହି ମାମଲାରେ କ୍ଷମା ମାଗିଛନ୍ତି। ସେ ଇନଷ୍ଟା ଷ୍ଟୋରୀରେ ନିଜର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ହାତଯୋଡି କ୍ଷମା ମାଗୁଛନ୍ତି । ଆଦିତ୍ୟ କହିଛନ୍ତି, 'ମୁଁ ମୋର ଅତି ପ୍ରିୟ ଅଲିବାଗ ଏବଂ ଅଲିବାଗ ଲୋକମାନଙ୍କୁ ହାତଯୋଡି କ୍ଷମା ମାଗୁଛି କାରଣ ମୁଁ ଜାଣିବାକୁ ପାଇଲି ଅଜାଣତରେ ହେଉ ମଧ୍ୟ ମୁଁ ସେମାନଙ୍କ ହୃଦୟକୁ ଆଘାତ ଦେଇଛି। ମୋର ଏପରି କରିବାର କୌଣସି ଉଦ୍ଦେଶ୍ୟ ନଥିଲା। ' ଆଦିତ୍ୟ ଆହୁରି କହିଛନ୍ତି, ଆପଣଙ୍କ ଭାଇର ଅଜ୍ଞ ଭୁଲକୁ କ୍ଷମା କରିବାକୁ ଅନୁରୋଧ କରୁଛି। ଭିଡିଓ ବ୍ୟତୀତ ଅଭିନେତା ଫେସବୁକରେ ଏକ ପୋଷ୍ଟ ଲେଖି କ୍ଷମା ମାଗିଛନ୍ତି।

wp:html /wp:html

ଅଲିବାଗର ସ୍ଥାନୀୟ ଲୋକଙ୍କ ଅଭିଯୋଗ ପାଇବା ପରେ ଏମଏନଏସ ପାର୍ଟିର ସିନେମା ୱିଙ୍ଗର ଚେୟାରମ୍ୟାନ୍ ଅମେୟ ଖୋପକର ଫେସବୁକରେ ଲାଇଭ ଆସି ଇଣ୍ଡିଆନ ଆଇଡଲକୁ କ୍ଷମା ମାଗିବାକୁ କହିଥିଲେ। ଅମେୟ ଖୋପକର କହିଥିଲେ ଯେ ଯଦି ଏହି ବାକ୍ୟ ପୁଣି କାନରେ ଶୁଣାଯାଏ, ତେବେ ସେ ଫେସବୁକରେ ଲାଇଭ୍ କରିବେ ନାହିଁ ସିଧାସଳଖ କାନ ତଳେ ଚାପୁଡା ମାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.