ଶ୍ବେତା ଅଗ୍ରଓ୍ବାଲଙ୍କୁ ବାହା ହେବେ ସିଙ୍ଗର ଆଦିତ୍ୟ ନାରାୟଣ

Published By : Prameya-News7 Bureau | October 13, 2020 IST

ନୂଆଦିଲ୍ଲୀ ୧୩/୧୦: ଲୋକପ୍ରିୟ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଖୁବ ଶୀଘ୍ର ବାହା ହେବେ। କୁହାଯାଉଛି ସେ ଚଳିତବର୍ଷ ଶେଷ ସୁଦ୍ଧା ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ତେବେ ବାହାଘର କଥା ଖୋଦ୍ ଆଦିତ୍ୟ ନିଜେ ହିଁ ଖୁଲାସା କରିଛନ୍ତି। ସେ ତାଙ୍କ ଗର୍ଲଫ୍ରେଣ୍ଡ ଶ୍ବେତା ଅଗ୍ରଓ୍ବାଲଙ୍କୁ ବାହା ହେବେ। ଦୀର୍ଘ ସମୟ ହେବ ସେମାନେ ରିଲେସନସିପରେ ଅଛନ୍ତି। ଏହା ପୂର୍ବରୁ ମଧ୍ୟ ଆଦିତ୍ୟ ଓ ନେହା କକ୍କଡଙ୍କ ବାହାଘର ଚର୍ଚାର ପ୍ରସଙ୍ଗ ହୋଇ ଥିଲା।

ଶ୍ବେତା ଅଗ୍ରଓ୍ବାଲ ମଧ୍ୟ ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ। ଫିଲ୍କ ବ୍ୟତୀତ ଟିଭି ଶୋ’ରେ ବି ନଜର ଆସିଛନ୍ତି ଶ୍ବେତା। ୨୦୦୩ରେ ସେ ଫିଲ୍କ ‘ରାଘବେନ୍ଦ୍ର’ରେ ବଲିଉଡରେ ପାଦ ଥାପିଲେ। ୨୦୧୦ରେ ଶ୍ବେତା ବିକ୍ରମ ଭଟ୍ଟଙ୍କ ଫିଲ୍କ ଶାପିତରେ କାମ କରିଥିଲେ। ଶାପିତରେ ହିଁ ତାଙ୍କର ଆଦିତ୍ୟଙ୍କ ସହ ଭେଟ ହୋଇଥିଲା। ଆଦିତ୍ୟ କହିଛନ୍ତି ନଭେମ୍ବର ନଚେତ ଡିସେମ୍ବରରେ ସେ ଶ୍ବେତାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି।

ଆଦିତ୍ୟ ଆହୁରି କହିଛନ୍ତି ତାଙ୍କ ବାପା ମାଆ ଶ୍ବେତାଙ୍କୁ ଭଲ ଭାବେ ଜାଣନ୍ତି  ଓ ଖୁବ ପସନ୍ଦ ମଧ୍ୟ କରନ୍ତି। କିଛି ବର୍ଷ ତଳେ ସେମାନଙ୍କ ଭିତ​‌ରେ ଝଗଡ଼ା ହୋଇ ଥିଲା। ଏ ପାଇଁ ଦୁହିଁଙ୍କର ବ୍ରେକଅପ ହୋଇଥିଲା। ମାତ୍ର ପରେ ସବୁ ଠିକ ହୋଇଯାଇଥିବା ସେ କହିଥିଲେ। ଏବେ ଦୁହେଁ ଦୁହିଁଙ୍କ ସହ ବେଶ୍ ଖୁସି ଥିବା ଆଦିତ୍ୟ ସ୍ବୀକାର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.