Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଆଦିତ୍ୟ ଡେଥ୍‌ ମିଷ୍ଟ୍ରି: ଟ୍ରେନ୍‌ ଡ୍ରାଇଭର କହିବା ପରେ ବଦଳିଗଲା ସନ୍ଦେହ, ସମାଜସେବୀଙ୍କୁ କିଏ ମାରିଲା ?

17/07/2020 at 2:57 PM

ଭୁବନେଶ୍ବର୧୭/୭: ଯୁବ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାରେ ସସ୍‌ପେନ୍ସ ଆହୁରି ବଢ଼ିଯାଇଛି।ଜିଆରପି ପୋଲିସ୍‌ର ତଦନ୍ତ ମୁତାବକ, ସିସିଟିଭି ଫୁଟେଜ୍‌ରେ ଟ୍ରେନ୍‌ ଲାଇନ୍ ଆଡ଼କୁ ଯାଉଥିବାର ଫୁଟେଜ୍ ହସ୍ତଗତ ହୋଇଥିଲା। ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ଗତ ୬ ତାରିଖ ଦିନ ରାତି ୮ଟାରୁ ୯ଟା ୩୦ ମିନିଟ୍ ସମୟ ମଧ୍ୟରେ ଆଦିତ୍ୟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା। ଏପଟେ ସନ୍ଧ୍ୟା ୭ଟା ସମୟରେ ଆଦିତ୍ୟ ଲିଙ୍ଗରାଜ ଷ୍ଟେସନ ଆଡ଼କୁ ଯିବାର ସିସିଟିଭି ଫୁଟେଜ୍ ରେକର୍ଡ ହୋଇଥିଲା।

ସେହିଦିନ ସନ୍ଧ୍ୟା ୬ଟା ରୁ ରାତି ୧୦ ଭିତରେ ସେହି ରୁଟ୍‌ ଦେଇ ଯାଇଥିବା ଟ୍ରେନର ତାଲିକା ଜିଆର୍‌ପି ପୋଲିସକୁ ଦିଆଯାଇଥିଲା । ଖୋର୍ଦ୍ଧା ରେଳ ଡିଭିଜନ ଜିଆରପିକୁ ଟ୍ରେନ ଯାତାୟତର ତାଲିକା ପ୍ରଦାନ କରିଥିଲା। ଏପଟରେ କୁହାଯାଉଥିଲା କି ପୁରୁଷୋତ୍ତମ ଏକ୍ସପ୍ରେସ ଦୁର୍ଘଟଣାରେ ଆଦିତ୍ୟଙ୍କ ମୃତ୍ୟୁ ହୋଇଛି। କିନ୍ତୁ ବର୍ତ୍ତମାନ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏପଟେ ପୁରୁଷୋତ୍ତମ ଏକ୍ସପ୍ରେସ ସେଦିନ କୌଣସି ଲୋକଙ୍କୁ ଧକ୍କା ଦେଇନଥିବା କହିଛନ୍ତି ଲୋକ ପାଇଲଟ ବିଷ୍ଣୁ ଚରଣ ସେଠୀ ।

ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନର ଲୋକ ପାଇଲଟ୍‌ କହିଛନ୍ତି ଯେ, ଗତ ୬ ତାରିଖ ଦିନ ଅର୍ଥାତ ସୋମବାର ଦିନ ଟ୍ରେନ ରନ୍‌ ଓଭର ବେଳେ ଦୁଇଟି ଗାଈ ଟ୍ରେନ ସାମ୍ନାକୁ ଆସିଥିଲେ। ହେଲେ କୌଣସି ବ୍ୟକ୍ତିକୁ ଟ୍ରେନ ଧକ୍କା ଦେଇ ନ ଥିବା ସେ କହିଛନ୍ତି। ତେଣୁ ଏହି ପୁରୁଷୋତ୍ତମ ଏକ୍ସପ୍ରେସର ଲୋକ ପାଇଲଟ୍‌ଙ୍କ ତଥ୍ୟ ସାମ୍ନାକୁ ଆସିବା ପରେ ଏକ ଭିନ୍ନ ମୋଡ୍ ନେଇଛି।

   Related Posts