Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଆଦିତ୍ୟ ମର୍ଡର: ପୋଲିସ୍‌ କଲା କେସ୍‌, ଟ୍ରଷ୍ଟ ଟଙ୍କାର ଖିଅ ମାମଲାକୁ ଦେଇ ପାରେ ଟ୍ବିଷ୍ଟ୍‌

10/07/2020 at 12:17 PM

ଭୁବନେଶ୍ୱର୧୦/୦୭: ସମାଜସେବୀ ଆଦିତ୍ୟ ଦାଶଙ୍କ ରେଳଧାରଣାରୁ ମୃତଦେହ ମିଳିବା ଘଟଣାରେ ସସ୍‌ପେନ୍ସ ବଢ଼ିଚାଲିଛି। ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ। ସେପଟେ ମାମଲାର ମୋଡ଼ ବଦଳାଇଛି ଜିଆର୍‌ପି ପୁଲିସ୍‌। ପ୍ରଥମେ ଅପମୃତ୍ୟୁ ମାମଲାରେ ତଦନ୍ତ ଚଳାଇଥିବା ପୁଲିସ ଏବେ ହତ୍ୟା ମାମଲା ରୁଜୁ କରିଛି । ‘ପିପୁଲ ଫର ସେବା’ର ଅଭିଯୋଗ ଆଧାରରେ ପୁଲିସ ୩୦୨ (ହତ୍ୟା) ଓ ୩୪ ଆଇପିସି ଦଫା ମାମଲାରେ ଯୋଡି଼ଛି ।

ଆଦିତ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ବି ସାମ୍ନାକୁ ଆସିଛି । ରିପୋର୍ଟଟି ଆଜି ସକାଳେ ଜିଆର୍‌ପି ଥାନା ଅଧିକାରୀଙ୍କ ହସ୍ତଗତ ହୋଇଛି । ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି । ରେଳବାଇ ଏସ୍‌ପି ଅଶୋକ ବିଶ୍ୱାଳ କହିଛନ୍ତି, ଆଦିତ୍ୟଙ୍କ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ତଦନ୍ତ ଆଗେଇଛି। ଗତକାଲି ଭାଇରାଲ ହୋଇଥିବା ୪ ପୃଷ୍ଠା ବିଶିଷ୍ଟ ସୁଇସାଇଡ୍‌ ନୋଟ୍‌ ଆଦିତ୍ୟଙ୍କ ଘରୁ ଜବତ ହୋଇଥିବା ଡାଏରୀର ଲେଖା ବୋଲି ସେ କହିଛନ୍ତି ।

ହ୍ୟାଣ୍ଡ ରାଇଟିଂ ବ୍ୟୁରୋରୁ ମ୍ୟାଚିଂ ରିପୋର୍ଟ ଆସିବା ପରେ ଏହା ଆଦିତ୍ୟଙ୍କ ଲେଖା ବୋଲି ସ୍ପଷ୍ଟ ହେବ । ଡାଏରୀରେ ଉଲ୍ଲେଖ ହୋଇଥିବା ଫାଉଣ୍ଡେସନର ଅର୍ଥ ବାବଦରେ ଖୋଳତାଡ଼ ଆରମ୍ଭ କରିଛି ପୁଲିସ । ଆଜି ଫାଉଣ୍ଡେସନ କୋଷାଧ୍ୟକ୍ଷ ପପୁ ଓ ସଭାପତି ପ୍ରୀତମ ମିଶ୍ରଙ୍କୁ ଥାନାକୁ ଡକାଇ ଏ ବାବଦରେ ଜେରା କରିଛି । ସେପଟେ ରେଳଷ୍ଟେସନ ସିସି କ୍ୟାମେରାରୁ ମୃତ୍ୟୁ ବାବଦରେ ସେମିତି କିଛି ତଥ୍ୟ ପୁଲିସକୁ ମିଳିନି।

ସୂଚନା ଥାଉ କି, ମଙ୍ଗଳବାର ଭୋର ବେଳା ଶ୍ରୀଲିଙ୍ଗରାଜ ରେଳଷ୍ଟେସନ ନିକଟ ରେଳଧାରଣାରୁ ଆଦିତ୍ୟଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ଘଟଣା ପୂର୍ବଦିନ ରାତିରେ ସ୍ତ୍ରୀଙ୍କ ସହ ତାଙ୍କର ଝଗଡ଼ା ଲାଗିଥିଲା । ଯେଉଁଥିପାଇଁ ସେ ରାତି ୧୦ଟାରେ ରାଗି କରି ଘରୁ କୁଆଡ଼େ ପଳାଇଥିଲେ।

ଏବେ ଆଦିତ୍ୟଙ୍କ ୨ଟି ମୋବାଇଲକୁ ଭରସା କରିଛି ପୁଲିସ । ଆଜି ଏକ୍ସପର୍ଟଙ୍କ ଜରିଆରେ ମୋବାଇଲ୍‌ର କଲ୍‌ ରେକର୍ଡ ଓ ହ୍ୱାଟସ୍‌ଆପ୍‌ ଯାଞ୍ଚ କରିଥିଲା । ତାଙ୍କ ହ୍ୱାଟସ୍‌ଅପ୍‌ରୁ କିଛି ତଥ୍ୟ ପୁଲିସ ହାତରେ ଲାଗିଛି । ଆଦିତ୍ୟ କେଉଁ କାରଣ ଯୋଗୁଁ ଡିପ୍ରେସନରେ ରହୁଥିଲେ? କ’ଣ ପାଇଁ ଅଚାନକ ନଣ୍ଡା ହୋଇ ଯାଇଥିଲେ ? ଏନେଇ ଜଣେ ଘନିଷ୍ଠ ସାଙ୍ଗଙ୍କ ସହ ସେ ବେଶ୍‌ କିଛି ସମୟ ହ୍ୱାଟସ୍‌ଆପ୍‌ରେ ଚାଟ୍‌ କରିଛନ୍ତି । ସମ୍ପୃକ୍ତ ସାଙ୍ଗଙ୍କ ଫୋନ୍‌ ନମ୍ବର ଏବେ ସୁଇଚ୍‌ ଅଫ୍‌ ଆସୁଛି । ପୁଲିସ ତାଙ୍କୁ ଖୋଜିବା ଆରମ୍ଭ କରିଛି । ସୋମବାର ଘର ଛାଡ଼ିବା ପୂର୍ବରୁ ଆଦିତ୍ୟ ୨ ସାଙ୍ଗଙ୍କ ସହ ଚାଟିଂ କରିଥିଲେ । ଏ ବାବଦରେ ଅନ୍ୟ ୨ ଜଣ ସାଙ୍ଗଙ୍କୁ ଥାନାକୁ ଡାକି ପଚରାଉଚରା କରିଛି ।


ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି, ‘ହାର୍ଡ ଆଣ୍ଡ ବ୍ଲଣ୍ଟ୍‌ ଟ୍ରମା’ ହିଁ ଆଦିତ୍ୟଙ୍କ ମୃତ୍ୟୁର ଏକମାତ୍ର କାରଣ । ମୃତ୍ୟୁ ପୂର୍ବରୁ ତାଙ୍କ ମୁଣ୍ଡରେ ଏକ ଶକ୍ତ ଆଘାତ ଲାଗିଥିଲା । ମୁଣ୍ଡର ଚାରିଆଡୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ତେବେ କୌଣସି ଶକ୍ତ ବାଡ଼ି କିମ୍ବା ଲୁହା ରଡ଼ ଯୋଗେ କାହାରି ମୁଣ୍ଡକୁ ପିଟିଲେ, ଏତେ ଜୋର୍‌ରେ ଶକ୍ତ ଆଘାତ ଲାଗିବନି । କିନ୍ତୁ ଆଘାତ ଯୋଗୁଁ ଆଦିତ୍ୟଙ୍କ ମୁଣ୍ଡଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହାଛଡ଼ା ତାଙ୍କ ପିଠି, କାନ୍ଧ ଓ ଆଣ୍ଠୁରେ ମଧ୍ୟ ଖଣ୍ଡିଆ ଚିହ୍ନ ରହିଛି। ଟ୍ରେନ୍‌ ତଳେ ଘୋଷାଡ଼ି ହେଲେ, ଏମିତି ଚିହ୍ନ ଶରୀରରେ ଲାଗିବ ବୋଲି ଡାକ୍ତର କହିଛନ୍ତି । ତେବେ ଟ୍ରେନ୍‌ ସହ ଧକ୍କା ଯୋଗୁଁ ଏପରି ଆଘାତ ଲାଗିଥିବା ଏକପ୍ରକାର ସ୍ପଷ୍ଟ ହୋଇଛି । ତେବେ ଏଠି ପ୍ରଶ୍ନ ଉଠୁଛି, ଆଦିତ୍ୟ ନିଜେ ଟ୍ରେନ୍‌ ଆଗକୁ ଡେଇଁ ପଡି଼ଥିଲେ । ନା କେହି ତାଙ୍କୁ ଠେଲି ଦେଇଛି । କି ଦୁର୍ଘଟଣା ଯୋଗୁ ଏମିତି ଅଘଟଣ ଘଟିଛି । ଏହି ୩ଟି ଦିଗକୁ ନେଇ ପୁଲିସ ତଦନ୍ତ ଆଗେଇଛି । ଏକ୍ସପର୍ଟଙ୍କ ମତାମତ ଲୋଡି଼ଛି ।


ଆଦିତ୍ୟଙ୍କ ଡେଥ୍‌ ସସ୍‌ପେନ୍ସରେ ଆଜି କିଛି ନୂଆ ଟୁଇଷ୍ଟ ଆସିଛି। ଫାଉଣ୍ଡେସନର ଟଙ୍କା କାରବାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ତ୍ରୀ ବିଦ୍ୟାଶ୍ରୀ । ଫାଉଣ୍ଡେସନର କର୍ମକର୍ତ୍ତାଙ୍କ ଉପରେ ଦୋଷାରୋପ କରିଛନ୍ତି । କୌଣସି କାମ ପାଇଁ ପପୁ ତାଙ୍କ ଫାଉଣ୍ଡେସନର ବ୍ୟାଙ୍କ ଆକାଉଣ୍ଟରୁ ୭୦ ହଜାର ଟଙ୍କା ନେଇଥିଲେ । ଯେଉଁଥିପାଇଁ ଆଦିତ୍ୟଙ୍କ ମନ ବିଚଳିତ ରହୁଥିଲା । ସମାଜସେବା ଯୋଗୁଁ ଅନେକ ପ୍ରଶଂସକଙ୍କ ସହ ତାଙ୍କର କିଛି ଶତ୍ରୁ ବି ବନି ଯାଇଥିଲେ । ପୁଲିସ୍‌ ଫାଉଣ୍ଡେସନର କର୍ମକର୍ତ୍ତାଙ୍କୁ ଜେରା କରୁ । ପ୍ରକୃତ ଚିତ୍ର ସାମ୍ନାକୁ ଆସିବ । ଏପଟେ ଫାଉଣ୍ଡେସନର ଜଣେ କର୍ମକର୍ତ୍ତା କହିଛନ୍ତି, ବିବାହ ପରଠୁ ଆଦିତ୍ୟ ଆଦୌ ଖୁସି ନଥିଲେ । ବିବାହ କରି ଭୁଲ୍‌ କରିଛି ବୋଲି ସେ ବେଳେ ବେଳେ କହୁଥିଲେ । କେଉଁ କାରଣ ଯୋଗୁଁ ଏମିତି କଥା ତାଙ୍କ ମନକୁ ଆସୁଥିଲା ଏନେଇ ସଂପୃକ୍ତ କର୍ମକର୍ତ୍ତା କିଛି ଠୋସ୍‌ ତଥ୍ୟ ଦେଇନାହାନ୍ତି ।

ଆଜିକୁ ଠିକ୍‌ ମାସେ ତଳେ କେନ୍ଦ୍ରାପଡ଼ା ଧନମଣ୍ଡଳ ମନ୍ଦିରରେ ଆଦିତ୍ୟ-ବିଦ୍ୟାଶ୍ରୀଙ୍କ ବୈଦିକ ରୀତିରେ ବିବାହ ହୋଇଥିଲା। କରୋନା କଟକଣା ଯୋଗୁଁ ଉଭୟଙ୍କ ପରିବାରରୁ ଅଳ୍ପ କିଛି ସଦସ୍ୟ ଓ ଆଦିତ୍ୟଙ୍କ ୫-୬ ଜଣ ବନ୍ଧୁ ଉପସ୍ଥିତ ଥିଲେ । ସୋସିଆଲ ମିଡ଼ିଆରୁ ଆଦିତ୍ୟଙ୍କ ସମାଜସେବା ଦେଖିବା ପରେ ତାଙ୍କୁ ପତି ବୋଲି ମାନି ନେଇଥିଲେ ବିଦ୍ୟାଶ୍ରୀ। ବୃଦ୍ଧାଶ୍ରମରେ ଉଭୟଙ୍କ ଦେଖା ସାକ୍ଷାତ ବଢ଼ିଥିଲା । ଏକ ବାର୍ଥ ଡେ ପାର୍ଟିରେ ଫାଉଣ୍ଡେସନର କର୍ମକର୍ତ୍ତା ଓ ସାଙ୍ଗଙ୍କ ସହ ବିଦ୍ୟାଶ୍ରୀଙ୍କୁ ପରିଚିତ କରାଇଥିଲେ ଆଦିତ୍ୟ । ମାର୍ଚ୍ଚ ମାସରେ ବିଦ୍ୟାଶ୍ରୀ ଦିନେ କଟକସ୍ଥିତ ନିଜ ଘରକୁ ଆଦିତ୍ୟଙ୍କୁ ବୁଲାଇବାକୁ ନେଇଥିଲେ । ତାଙ୍କ ମା’ଙ୍କୁ ସିଧା କହିଥିଲେ, ମୁଁ ଆଦିତ୍ୟକୁ ହିଁ ବାହା ହେବି । କିଛି ଦିନ ପରେ ଉଭୟଙ୍କ ତରବରିଆ ଭାବେ ବିବାହ ହୋଇଥିଲା । କିନ୍ତୁ ବିବାହକୁ ମାସେ ପୂରିନି ବିଦ୍ୟାଶ୍ରୀଙ୍କ ମଥାରୁ ସିନ୍ଦୁର ପୋଛି ହୋଇଗଲା ।

   Related Posts