Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଅନ୍ଧାର ରାତିରେ ଏକା ଏକା ଚାଲିଛନ୍ତି ଆଦିତ୍ୟ : ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌, ଦେଖନ୍ତୁ…

22/07/2020 at 4:31 PM

ଭୁବନେଶ୍ବର୨୨/୭: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ମିଳିଛି ସିସିଟିଭି ଫୁଟେଜ୍‌। ଜିଆରପି ଏହି ଫୁଟେଜକୁ ସାର୍ବଜନୀନ କରି ନଥିବା ବେଳେ ଏଥିରେ ଆଦିତ୍ୟ ଏକା ଚାଲି ଚାଲି ଯାଉଥିବା ଦୃଶ୍ୟ କଏଦ ହୋଇଛି । ସିସିଟିଭି ଫୁଟେଜରେ ସଂଧ୍ୟା ୭ଟା ୨୩ ମିନିଟ୍‌ରେ ଆଦିତ୍ୟ ଏକ ରାସ୍ତାରେ ଏକୁଟିଆ ଚାଲି ଚାଲି ଯାଉଥିବାର ଦେଖିବାକୁ ମିଳିଛି । ତେବେ ଏହି ଭିଜୁଆଲ ଯାହା ଦର୍ଶାଉଛି ଆଦିତ୍ୟ ପୋଖରିପୁଟ ରେଳ ଷ୍ଟେସନ କଡରେ ଚାଲିଚାଲି ଯାଉଛନ୍ତି । କିନ୍ତୁ ସେହି ସମୟରେ ଯାଇଥିବା ସମସ୍ତ ଟ୍ରେନ ପାଇଲଟ ମାନଙ୍କୁ ପଚରା ଉଚୁରା କରିସାରିଛି ଜିଆରପି ପୋଲିସ୍‌ । ନିୟମ ଅନୁଯାଇ କୌଣସି ଟ୍ରେନରେ କେହି ଧକ୍କା ହେଲେ ପରବର୍ତ୍ତି ଷ୍ଟେସନରେ ଲୋକ ପାଇଲଟ ମେମୋ କାଟିବା କଥା । କିନ୍ତୁ ସେଦିନ ସେହି ରୁଟ୍‌ରେ ଯାଇଥିବା କୌଣସି ଡ୍ରାଇଭର ମେମୋ କାଟି ନାହାନ୍ତି। ଏହି ଘଟଣାରେ ଜିଆର୍‌ପି ଅଧିକ ତଦନ୍ତ ଚଳାଇଛି ଜିଆର୍‌ପି। ଦେଖନ୍ତୁ ସିସିଟିଭି ଫୁଟେଜ୍….

ସେପଟେ ଜିଆରପି ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଏହି ମାମଲାରେ ଜିଆରପି ଅହେତୁକ ବିଳମ୍ବ କରୁଥିବାରୁ ଘଟଣାର ତଦନ୍ତ ଦାୟିତ୍ବ କମିସନରେଟ ପୋଲିସକୁ ହସ୍ତାନ୍ତର କରିବାକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ।ତେବେ ଜିଆରପି ପୋଲିସ ଏହା ଭିତରେ ପ୍ରାୟ ୩୦ ଜଣଙ୍କୁ ପଚରା ଉଚୁରା କରିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

   Related Posts