ସିସିଟିଭିରେ ଆଦିତ୍ୟ, ସୁଇସାଇଡ୍‌ ନୋଟ୍‌ରେ ତାଙ୍କ ହାତ ଲେଖା: କିନ୍ତୁ ଟ୍ରେନ୍ ଦେଇ ନାହିଁ ଧକ୍କା: ଏମିତି କେମିିିତି?

Published By : Prameya-News7 Bureau | July 29, 2020 IST

ଭୁବନେଶ୍ବର୨୯/୭: ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣା ଏବେ ସୋସିଆଲ ମିଡିଆରେ ଏକ ଆନ୍ଦୋଳର ରୂପ ନେଲାଣି। କିଏ କିଏ ଏହାକୁ ହତ୍ୟା ଘଟଣା କହୁଥିବା ବେଳେ ପୁଣି କିଏ କିଏ ଏହାକୁ କହୁଛନ୍ତି ଆଦିତ୍ୟଙ୍କ ମୃତ୍ୟୁ ପଛରେ ତାଙ୍କ ଧର୍ମପତ୍ନୀଙ୍କ ହାତ ରହିଛି। ସିସିଟିଭି ଫୁଟେଜ୍‌ରେ ଆଦିତ୍ୟ ଚାଲି ଚାଲି ଯିବାର ଦୃଶ୍ୟ ରହିଛି। ସେପଟେ ମିଳିଥିବା ସୁଇସାଇଡ୍‌ ନୋଟ୍ ଆଦିତ୍ୟଙ୍କ ହାତ ଲେଖା ବୋଲି ହ୍ୟାଣ୍ଡରାଇଟିଂ ବ୍ୟୁରୋ ସ୍ପଷ୍ଟ କରିଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ସୁଇସାଇଡ୍‌ ନୋଟ୍ ଆଦିତ୍ୟଙ୍କ ହାତ ଲେଖା ଏବଂ ସିସିଟିଭି ଫୁଟେଜ୍‌ରେ ଆଦିତ୍ୟ ଚାଲି ଚାଲି ଯିବାର ଦୃଶ୍ୟ ମଧ୍ୟ ରହିଛି। କିନ୍ତୁ ଏପଟେ ଟ୍ରେନ୍ ଡ୍ରାଇଭରଙ୍କ କଥା ଶୁଣି, ଜିଆର୍‌ପି ଦୋଛକିରେ ପଡି ଯାଇଛି। ଆଦିତ୍ୟ ସିସିଟିଭି ଫୁଟେଜରେ ଚାଲି ଚାଲି ଯିବା ସମୟରୁ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ, ସେହି ସମୟରେ ସେହି ଟ୍ରାକ ଦେଇ ଅତିକ୍ରମ କରିଥିବା ଟ୍ରେନ ଡ୍ରାଇଭର କହିଛନ୍ତି ଯେ, ତାଙ୍କ ଟ୍ରେନ୍ ସାମ୍ନାରେ କାହାର ମୃତ୍ୟୁ ହୋଇନାହିଁଁ। ଏଠି ପ୍ରଶ୍ନ ଉଠୁଛି ଯଦି ଟ୍ରେନ୍ ଧକ୍କାରେ ତାଙ୍କର ମୃତ୍ୟୁ ହୋଇ ନାହିଁ। ତେବେ ତାଙ୍କ ମୃତ୍ୟୁ ହେଲା କିପରି ?

ଏପଟେ  ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କମିଶନରେଟ୍  ପୋଲିସକୁ ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର କମିଶନ। ଏହି ମାମଲାରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ନେଇ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କମିଶନରେଟ୍  ପୋଲିସକୁ ନୋଟିସ୍ ଜାରି କରିଛନ୍ତି ଜାତୀୟ ମାନବାଧିକାର କମିଶନ।

 ଏନେଇ ଜୁଲାଇ ୨୪ରେ ଜାତୀୟ ମାନବାଧିକାର କମିଶନରେ ସୁପ୍ରିମକୋର୍ଟ ଓକିଲ ରାଧାକାନ୍ତ ତ୍ରିପାଠୀ ଅଭିଯୋଗ କରିଥିଲେ।  ଆଦିତ୍ୟ ଦାସ ମାମଲାରେପୋଲିସ ଏ ପର୍ଯ୍ୟନ୍ତ ମୃତ୍ୟୁର କାରଣ କଣ ଜଣାଇ ନଥିବାରୁ ସାମାଜିକ କର୍ମୀ ରାଧାକାନ୍ତ ତ୍ରିପାଠୀ ଯାଇଥିଲେ NHRC. ଏହି ମାମଲାରେ ଜିଆରପି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସିସିସିଟିଭି ଫୁଟେଜ ଯାଞ୍ଚ ସହ ଫୋରେନସିକ୍ ଲାବୋରଟୋରୀରୁ ତାଙ୍କ ହାତଲେଖା ସୁଇସାଇଡ ନୋଟ୍ ର ସତ୍ୟତା ଯାଞ୍ଚ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.