Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଆଦିତ୍ୟ ଦାସ୍ ମୃତ୍ୟୁ ମାମଲା, ବିଦ୍ୟାଶ୍ରୀ ଲେଖିଥିଲେ ଆଉ ଦୁଇ ପୃଷ୍ଠା…

20/07/2020 at 11:50 AM

ଭୁବନେଶ୍ବର ୨୦।୦୭: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ନେଇ ଦିନକୁ ଦିନ ଅଧିକ ଜଟିଳ ହେଉଛି ପ୍ରସଙ୍ଗ । ମୃତ୍ୟକୁ ଇତିମଧ୍ୟରେ ୨ସପ୍ତାହରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟ ତାହା ପ୍ରମାଣ ହୋଇପାରିଲାନାହିଁ । ଜିଆର୍‌ପି ଘଟଣାର ତଦନ୍ତ କରୁଛି । କିନ୍ତୁ ସଠିକ୍‌ ଠିକଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତ ପହଞ୍ଚିପାରୁନି । ଘଟଣାରେ ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି । ଯାହାକି ଘଟଣାର ମୋଡି ବଦାଳାଇଦେଉଛି । କିଏ କହୁଛି ଟଙ୍କା ପାଇଁ ହତ୍ୟା କରାଯାଇଛି । ଆଉ କିଏ ଅଲଗା କଥା କହୁଛନ୍ତି । କେତେବେଳେ ଟ୍ରେନ୍‌ ଡ୍ରାଇଭର ଆସି କହୁଛି ଯେ, ଗାଡିରେ କୌଣସି ଧକ୍କା ହୋଇନାହିଁ । ତେବେ ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଏବେ ବି ସସ୍‌ପେନ୍ସ ଜାରି ରହିଛି । ତେବେ ଘଟଣାକୁ ନେଇ ସସ୍‌ପେନ୍ସ ଜାରି ରହିଥିବା ବେଳେ ଜିଆର୍‌ପି ଦ୍ୱାରା ଜେରା ହୋଇଥିବା ବିଦ୍ୟାଶ୍ରୀଙ୍କୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସୁଇସାଇଡ୍‌ ନୋଟ ଲେଖା ଥିବା ଡାଏରୀରେ ପୁଣି ଏକ ଟୁଇଷ୍ଟ ଆସିଛି ।

ଆଦିତ୍ୟଙ୍କ ସୁଇସାଇଡ୍‌ ନୋଟ୍‌ରେ କାହାର ହ୍ୟାଣ୍ଡ ରାଇଟିଂ ଅଛି? ତାହା ଏଯାଏଁ ସ୍ପଷ୍ଟ ହୋଇନି। କିନ୍ତୁ ସୁଇସାଇଡ୍‌ ନୋଟ ଲେଖା ଥିବା ଡାଏରୀରେ ପୁଣି ଏକ ଟୁଇଷ୍ଟ ଆସିଛି । ଉକ୍ତ ଡାଏରୀରେ ଆଦିତ୍ୟଙ୍କ ୪ ଫର୍ଦ୍ଦ ବିଶିଷ୍ଠ ସୁଇସାଇଡ୍‌ ନୋଟ୍‌ ପରେ ଆଉ ଦୁଇ ଫର୍ଦ୍ଦ ଲେଖିଥିଲେ ବିଦ୍ୟାଶ୍ରୀ । ଯାହାକି, ବିଦ୍ୟାଶ୍ରୀଙ୍କୁ ଜେରା ବେଳେ ଜଣାପଡି଼ଛି । ଜିଆର୍‌ପି ପୁଲିସ ଜେରା ବେଳେ ଏନେଇ ବିଦ୍ୟାଶ୍ରୀଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ ଉଠାଇଥିଲେ । ତେବେ ଏହି ଦୁଇ ପୃଷ୍ଠାରେ ବିଦ୍ୟାଶ୍ରୀ କ’ଣ ଲେଖିଥିଲେ । ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ପିପୁଲ ଫର୍‌ ସେବା ଫାଉଣ୍ଡେସନରେ କରାଯାଇଥିବା ଅର୍ଥ କାରବାରକୁ ନେଇ କିଛି ସୂଚନା ଦିଆଯାଇଥିବା ପୁଲିସ କହିଛି

   Related Posts