Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ଆଦିତ୍ୟ ଦାଶ ମୃତ୍ୟୁ ମାମଲା, ଲାଏ-ଡିଟେକ୍ସନ ଟେଷ୍ଟ ପାଇଁ ହାଜର ହେଲେ ପତ୍ନୀ ବିଦ୍ୟାଶ୍ରୀ

27/08/2020 at 10:06 AM

ଭୁବନେଶ୍ୱର ୨୭।୦୮: ସାମଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ଘଟଣାରେ ଦେଢମାସ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ମାମଲାରୁ ପରଦା ହଟିପାରିନି । ତେବେ ମାମଲାରେ ଲାଏ-ଡିଟେକ୍ସନ ଟେଷ୍ଟ କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଆଜି ଲାଏ-ଡିଟେକ୍ସନ ଟେଷ୍ଟ ପାଇଁ ହାଜର ହୋଇଛନ୍ତି ବିଦ୍ୟାଶ୍ରୀ ।

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ଦିନ ବଡିବା ସହ ରହସ୍ୟରୁ ପରଦା ହଟିପାରୁନି ।  ପ୍ରଥମେ ଘଟଣାର ତଦନ୍ତ କରୁଥିବା ଜିଆର୍‌ପି  ପରେ କ୍ରାଇମ୍‌ବ୍ରାଞ୍ଚକୁ ମାମଲା ହସ୍ତାନ୍ତର ହୋଇଥିଲା । କ୍ରାଇମବ୍ରାଞ୍ଚ ଘଟଣାରେ ୨୦ଜଣରୁ ଅଧିକ ଲୋକଙ୍କ ପଚରାଉଚରା କରିସାରିଲାଣି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ୍‌ ମାର୍ଗରେ ପହଞ୍ଚିପାରୁନି । ଯେ ଆଦିତ୍ୟଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି । ତେବେ ଘଟଣାରେ କିଛି ଦିନ ତଳେ କ୍ରାଇମବ୍ରାଞ୍ଚ ୪ଜଣଙ୍କ ଲାଏ-ଡିଟେକ୍ସନ ଟେଷ୍ଟ ପାଇଁ ନିଷ୍ପତ୍ତି ନେଇଥିଲା । ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ସାଙ୍ଗ ପପୁ-ବିକାଶ ଓ ଅନ୍ୟ ଜଣଙ୍କର ଟେଷ୍ଟ ପାଇଁ ସୂଚନା ଦିଆଯାଇଥିଲା । ଏହି ଆଧାରରେ ଆଜି ବିଦ୍ୟାଶ୍ରୀଙ୍କ ଲାଏ-ଡିଟେକ୍ସନ ଟେଷ୍ଟ ପାଇଁ ହାଜର ଲାଗି ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ରସୁଲଗଡସ୍ଥିତ ରାଜ୍ୟ ଫରେନସିକ ଲ୍ୟାବ୍‌ରେ ଲାଏ-ଡିଟେକ୍ସନ ଟେଷ୍ଟ ପାଇଁ ହାଜର ହୋଇଛନ୍ତି ପତ୍ନୀ ବିଦ୍ୟାଶ୍ରୀ । ଆଦିତ୍ୟଙ୍କ ମୃତ୍ୟୁର ରହସ୍ୟ ଖୋଜିବା ପାଇଁ ଲାଏ ଡିଟେକସନର ସାହାର ନେଇଛି କ୍ରାଇମବ୍ରାଞ୍ଚ । ଆଦିତ୍ୟଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଏବେ ବି ସସପେନ୍ସ ଭିତରେ ରହିଛି ।

   Related Posts