ଧରାପଡିବ କି ସତ ! ପତ୍ନୀ ବିଦ୍ୟାଶ୍ରୀଙ୍କ ସମେତ ୪ଜଣଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ

Published By : Prameya-News7 Bureau | August 24, 2020 IST

ଭୁବନେଶ୍ୱର ୨୪।୦୮: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ମୃତ୍ୟୁକୁ ଦେଢମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘଟଣାରୁ ପରଦା ହଟିପାରିନି । ହତ୍ୟା ନା ଆତ୍ମହତ୍ୟା , ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିଲାନାହିଁ । ଦିନ ଗଡିବ ସହ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କିଏ କହୁଛି ଆଦିତ୍ୟଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛ, ତ କିଏ କହୁଛି ହତ୍ୟା କରାଯାଇଛି । ଯାହାକୁ ନେଇ ମାମଲା ଦିନକୁ ଦିନ ଅଧିକ ଜଟିଳ ହୋଇଚାଲିଛି ।  ପ୍ରଥମେ ଘଟଣାର ତଦନ୍ତ କରୁଥିବା ଜିଆର୍‌ପି, ଏବଂ କ୍ରାଇମ୍‌ବ୍ରାଞ୍ଚ କରୁଛି । ତଥାପି ଏପର୍ଯ୍ୟନ୍ତ କିଛି ଖିଅ ପାଇପାରୁନି କ୍ରାଇମ୍‌ବ୍ରାଞ୍ଚ । ତେବେ ମାମଲାରେ ଏକ କଥା ସାମ୍ନାକୁ ଆସୁଛି । ଘଟଣାରେ ୪ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ କ୍ରାଇମ୍‌ବ୍ରାଞ୍ଚ କରିବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ଆଜି ଏକ ନୂଆ ତଥ୍ୟ ସାମ୍ନାକୁ । ମାମଲାରେ ସତ୍ୟାସତ ବାହାର କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଆଉ ପାଦେ ଆଗେଇଛି। ଆଦିତ୍ୟଙ୍କ ମୃତ୍ୟୁ ଘଟଣାରେ ୪ ଜଣଙ୍କର ତଥା ଲାଏ ଡିଟେକ୍ସନ ଟେଷ୍ଟ କରିବ କ୍ରାଇମବ୍ରାଞ୍ଚ । ତେବେ ହେବାକୁ ଥିବା ଲାଏ ଡିଟେକ୍ସନ ଟେଷ୍ଟ ମଧ୍ୟରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ପିପୁଲ ଫର ସେବାର ଦୁଇ ସଦସ୍ୟ ପପୁ ଓ ବିକାଶଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହେବ । ତେବେ କେତେବେଳେ ଓ କେଉଁଠି ହେବ ତାହା ସ୍ପଷ୍ଟ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.