Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • ଉପର ମୁଣ୍ଡରେ ନାହିଁ ବଡ ବର୍ଷା, ରେଙ୍ଗାଳିରୁ ଗୋଟିଏ ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
  • ||
  • ସାଲେପୁର : AC ମେକାନିକ୍‌ଙ୍କ କାରନାମା, ମହିଳାଙ୍କ ଗାଧୁଆ ଘରେ ରେକର୍ଡିଂ ମୋଡ୍‌ରେ ମୋବାଇଲ୍ ରଖି ହେଲେ ଗିରଫ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ବାରିପଦା : ଆଜିଠୁ ଖୋଲିଲା ଦ୍ବିତୀୟ ଶ୍ରୀକ୍ଷେତ୍ର, ମୟୂରଭଞ୍ଜର ସମସ୍ତ ମଠ ମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
  • ||
  • ମହାକାଳପଡା : ଆଜିଠୁ ଖୋଲିଲା ଐତିହାସିକସ୍ଥଳୀ ହୁକିଟୋଲା, ଜଳଯାତ୍ରାର ମଜା ଉଠାଉଛନ୍ତି ପର୍ଯ୍ୟଟକ
  • ||
  • ବୌଦ୍ଧ : ଚୋରା ଚାଲାଣ ବେଳେ ୧୬ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||

କ୍ରାଇମ୍‌ବ୍ରାଞ୍ଚର ‘ମିଶନ ଆଦିତ୍ୟ’ ଆରମ୍ଭ: ଫୋକସ୍‌ରେ ବିଦ୍ୟାଶ୍ରୀ

31/07/2020 at 8:57 AM

ଭୁବନେଶ୍ୱର୩୧/୭: ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ ନେଇ ଜିଆର୍‌ପି ତଦନ୍ତରେ ପଡି଼ଛି ପୂର୍ଣ୍ଣଛେଦ । ତଦନ୍ତ ଭାର ମୁଣ୍ଡାଇଛି କ୍ରାଇମ୍‌ବ୍ରାଞ୍ଚ । ଗୁରୁବାରଠୁ ଆରମ୍ଭ କରିଛି ‘ମିଶନ ଆଦିତ୍ୟ’ । ତେବେ ହ୍ୟାଣ୍ଡ ରାଇଟିଂ ବ୍ୟୁରୋ ଓ ବ୍ୟବଚ୍ଛେଦ ରିପୋର୍ଟରୁ ମାମଲାର କିଛି ଦିଗ ସ୍ପଷ୍ଟ ହୋଇଥିବାବେଳେ ଅନେକ ଅଡ଼ୁଆ ଖିଅ ରହିଛି । ଏସବୁ ଖିଅ ବାହାର କରିବାକୁ ଅଣ୍ଟା ଭିଡିଛି କ୍ରାଇମ୍‌ବ୍ରାଞ୍ଚ । ଆଦିତ୍ୟଙ୍କ ମାମଲାରେ ଏଯାବତ୍‌ ସୁଇସାଇଡାଲ୍‌ ନୋଟ୍‌ର ହ୍ୟାଣ୍ଡ ରାଇଟିଂ ବ୍ୟୁରୋ ରିପୋର୍ଟ ଓ ଶବ ପଞ୍ଚନାମା ରିପୋର୍ଟ ଜିଆର୍‌ପିକୁ ହସ୍ତଗତ ହୋଇଛି । ଯାହାକି, ମାମଲାଟି ଆତ୍ମହତ୍ୟାଜନିତ ବୋଲି ଦର୍ଶାଉଛି ।

ଏପରିସ୍ଥଳେ ସବୁଠୁ ବଡ଼ ପ୍ରଶ୍ନ ହେଉଛିି, ଅନ୍ୟକୁ ବଞ୍ଚିବାର ରାହା ଦେଖାଉଥିବା ଆଦିତ୍ୟ କାହିଁକି ଉଦାସ ରହୁଥିଲେ । ଆଦିତ୍ୟଙ୍କ ଏହି ଡିପ୍ରେସନର କାରଣ ଖୋଜିବା କ୍ରାଇମ୍‌ବ୍ରାଞ୍ଚ ପାଇଁ ପ୍ରଥମ ଚ୍ୟାଲେଞ୍ଜ ପାଲଟିବ ।ଏହାଛଡ଼ା କେଉଁ କାରଣ ଯୋଗୁଁ ହଠାତ୍‌ ଆଦିତ୍ୟ ଲଣ୍ଡା ହୋଇଯାଇଥିଲେ? ‘ପିପୁଲ ଫର୍‌ ଫାଉଣ୍ଡେସନ’ର ଅର୍ଥ ନେଣଦେଣକୁ ନେଇ ମୃତ୍ୟୁ ସହ କିଛି ଲିଙ୍କ ଅଛି କି? ଆଦିତ୍ୟଙ୍କ ୪ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌ ପରେ ଡାଏରୀର ଅନ୍ୟ ଦୁଇ ପୃଷ୍ଠାରେ ବିଦ୍ୟାଶ୍ରୀ କ’ଣ ଲେଖିଥିଲେ? ତଦନ୍ତକୁ ବାଟବଣା କରାଯିବା ଭଳି କିଛି ଲେଖା ଥିଲା କି ଏଥିରେ? ଦୁଇ ଦିନ ପରେ ଜିଆରପିକୁ ଡାଏରୀ ଦିଆଯିବା ପଛରେ କାହାର ହାତ ରହିଛି? ଲକ୍‌ଡାଉନ୍‌ ଭଳି କଟକଣା ଭିତରେ ଟୁଇନ୍‌ସିଟିଠୁ ଦୂର କେନ୍ଦ୍ରାପଡ଼ା ପାଟକୁରାର ଏକ ଘରୋଇ ମନ୍ଦିରରେ କାହିଁକି ତରବରିଆ ଭାବେ ବାହା ହେଲେ? ଏ ବାହାଘର ପଛରେ ଥିବା ସରକାରୀ ବାବୁଜଣକ କିଏ? ତାଙ୍କର ମାମଲାରେ କିଛି ସମ୍ପୃକ୍ତି ଅଛି କି? ଏସବୁ ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବ କ୍ରାଇମ୍‌ବ୍ରାଞ୍ଚର ତଦନ୍ତକାରୀ ଟିମ୍।

ଜିଆର୍‌ପିରୁ ଦସ୍ତାବିଜ୍‌ ସଂଗ୍ରହ ପରେ ଶ୍ରୀଲିଙ୍ଗରାଜ ଷ୍ଟେସନଠାରେ ଡେଥ୍‌ ସ୍ପଷ୍ଟକୁ ଯାଇ ପାରିପାଶ୍ୱିର୍କ ସ୍ଥିତିର ତନାଘନା କରିଛି ତଦନ୍ତକାରୀ ଟିମ୍‌ । ରେଳଧାରଣାରେ କେଉଁ ପରିସ୍ଥିତିରେ ଆଦିତ୍ୟଙ୍କ ମୃତଦେହ ପଡିଥିଲା? ମୃତଦେହଟି ଟ୍ରାକ୍‌ ଭିତରେ ଥିଲା ନା, ଶରୀରର କିଛି ଅଂଶ ଟ୍ରାକ୍‌ ବାହାରେ ପଡିଥିଲା । କିଏ ପ୍ରଥମେ କ୍ଷତାକ୍ତ ମୃତଦେହ ଦେଖି ଖବର ଦେଇଥିଲା? ଏସବୁ ଦିଗରୁ ତଦନ୍ତ ହୋଇଥିଲା । ଜିଆର୍‌ପି ଥାନା ଅଧିକାରୀ ଜୟଦେବ ବିଶ୍ୱଜିତ୍‌ ସେଠାରେ ଟିମ୍‌କୁ ସହଯୋଗ କରିଥିଲେ ।

କ୍ରାଇମ୍‌ବ୍ରାଞ୍ଚ ଆଜି ଜିଆର୍‌ପି ଥାନାରେ ଆଦିତ୍ୟଙ୍କ ଘନିଷ୍ଠ ସହଯୋଗୀ ପପୁ, ବିକାଶଙ୍କୁ ଡାକିଥିଲା । ଉଭୟଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଛି ଟିମ୍‌ । ଫାଉଣ୍ଡେସନର ସଭାପତି ପ୍ରୀତମ୍‌ ମିଶ୍ରଙ୍କୁ ମଧ୍ୟ ଡକାଇ ଅର୍ଥ କାରବାର ସମ୍ପର୍କରେ ପଚାରି ବୁଝିଛି । ଆଗକୁ କ୍ରାଇମ୍‌ବ୍ରାଞ୍ଚର ଫୋକସ୍‌ରେ ଅଛନ୍ତି ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ । ଏହାଛଡ଼ା ଜିଆର୍‌ପି ଦ୍ୱାରା ଜେରା ହୋଇଥିବା ଅନ୍ୟ ୨୫ ଜଣ ସାକ୍ଷ୍ୟପ୍ରମାଣଙ୍କୁ ମଧ୍ୟ ଜେରା କରାଯାଇପାରେ ।

ବହୁ ଘଣ୍ଟାଚକଟା ପରେ ଆଦିତ୍ୟଙ୍କ ଡେଥ୍‌ ମିଷ୍ଟ୍ରି ମାମଲା କ୍ରାଇମ୍‌ବ୍ରାଞ୍ଚ ହାତକୁ ଯାଇଛି । ଯାହାକୁ ନେଇ ଆଦିତ୍ୟଙ୍କ ହଜାର ହଜାର ପ୍ରଶଂସକ ସନ୍ତୋଷ ଜାହିର୍‌ କରିଛନ୍ତି । ସବୁବେଳେ ତଦନ୍ତରେ ଜିଆର୍‌ପିର ଅବହେଳା ଅଭିଯୋଗ ଉଠାଉଥିବା ପ୍ରଶଂସକମାନେ କ୍ରାଇମ୍‌ବ୍ରାଞ୍ଚଠୁ ନ୍ୟାୟ ଆଶା ରଖିଛନ୍ତି । ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ କହିଛନ୍ତି, ପ୍ରାରମ୍ଭରୁ କ୍ରାଇମ୍‌ବ୍ରାଞ୍ଚ କିମ୍ବା ସିବିଆଇ ତଦନ୍ତ ପାଇଁ ଦାବି କରିଆସୁଛି । ରହସ୍ୟ ଜଣାପଡ଼ିଲେ ସ୍ୱାମୀଙ୍କ ଆତ୍ମା ଶାନ୍ତି ପାଇବ । ଲାଏ ଡିଟେକ୍ସନ ଟେଷ୍ଟ ମଧ୍ୟ କରିବାକୁ ସେ ଦାବି ରଖିଛନ୍ତି ।

   Related Posts