Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଆଦିତ୍ୟ ଦାଶଙ୍କ ୪ ଫର୍ଦ୍ଦର ସୁସାଇଡ୍‌ ନୋଟ୍‌: ପଢ଼ିଲେ ଆଖିରୁ ଲୁହ ବାହାରି ଆସିବ…

8/07/2020 at 9:46 PM

 ଭୁବନେଶ୍ବର୮/୭: ଯୁବ ସମାଜ ସେବୀ ଆଦିତ୍ୟ ଦାଶଙ୍କ ଆତ୍ମହତ୍ୟା ଘଟଣା​ରେ ଗୋଟେ ପରେ ଗୋଟେ ତଥ୍ୟ ସାମ୍ନାକୁ ଆସୁଛି। ଏହି ଆତ୍ମହତ୍ୟା ଘଟଣାରେ ସୁସାଇଡ୍‌ ନୋଟ୍ ସାମ୍ନାକୁ ଆସିଛି। ଆଦିତ୍ୟ ଆତ୍ମହତ୍ୟା କରିବା ପୂର୍ବରୁ ଏହି ସୁସାଇଡ୍‌ ନୋଟ୍ ଲେଖିଥିବା ଜଣାପଡିଛି।  ସୁସାଇଡ୍‌ ନୋଟ୍‌ରେ ତାଙ୍କ ପିପୁଲସ୍‌ ଫର ସେବାର କିଛି ସଦସ୍ୟଙ୍କ ନାଁ ପ୍ରଥମ ଧାଡିରେ ଲେଖିଛନ୍ତି। ସେ ତିଆରି କରିଥିବା ଅନୁଷ୍ଠାନର ସମସ୍ତ ଦାୟିତ୍ବ ନେବା ପାଇଁ କହିଛନ୍ତି। ଏପରି ସେ ଗଲା ପରେ ଏହି ସଂସ୍ଥା କିଏ ଚେୟାରମ୍ୟାନ ହେବ, ସେ ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି।

ପେଜ୍‌-୧
ସେ ଚିଠିରେ ଲେଖିଛନ୍ତି ମୃତ୍ୟୁ କେତେବେଳେ ଆସେ, କେଉଁ ବାଟ ଦେଇ ଆସେ କେହି ବି ଜାଣି ନାହାଁନ୍ତି। ଆଜି ଠିକ୍ ସେମିତି ମୃତ୍ୟୁ ମୋ ପାଖରେ ଆସି ଉପସ୍ଥିତ
ପେଜ୍‌-୨
ଆଦିତ୍ୟଙ୍କ ଇଚ୍ଛା ଥିଲା, ସେ ଜମି ଖଣ୍ଡେ କିଣି ସେହି ଜାଗାରେ ବୃଦ୍ଧା ଆଶ୍ରମ କରିବେ। କିନ୍ତୁ ତାଙ୍କ ସ୍ବପ୍ନ ପୁରୁଣ ହୋଇ ପାରିଲା ନାହିଁ। ପିପୁଲସ୍ ଫର ସେବାର ଜଣେ ସଦସ୍ୟଙ୍କୁ ସେ କହିଛନ୍ତି, ମୁଁ ଗଲା ପରେ ମୋ ବାପା-ମାଆ ଲାଗିଲେ।
ପେଜ୍‌-୩
ମୁଁ ଚେକ୍‌ରେ ସାଇନ୍ କରି ଦେଇଛି। ସେହି ଟଙ୍କା ନେଇ ଡିପୋଜିଟ୍ କରି ଦେବ
ପେଜ୍‌-୪
ବୋଧେ ହୁଏ, ଏତିକି ଦିନ ମୋର ଆୟୁଷ ଥିଲା। ଶ୍ରୀ ତମେ ବହୁତ ଭଲ। ତୁମକୁ ମୋର ବହୁତ ଭଲ ପାଇବା। ଉପରେ ରହି ମୁଁ ତମକୁ ବହୁତ ମିସ୍ କରିବି। ବହୁତ କିଛି ଦେଶ ପାଇଁ କରିବାର ଥିଲା। ଇଚ୍ଛା ଇଚ୍ଛାରେ ରହିଗଲା। ଓଡ଼ିଶାରେ ମଦମୁକ୍ତ ହୋଇଗଲେ, ମୋ ଆତ୍ମାକୁ ଶାନ୍ତି ମିଳିବ। ଏମିତି ଅନେକ କିଛି ସୁସାଇଡ୍ ନୋଟ୍‌ରେ ଉଲ୍ଲେଖ କରିଛନ୍ତି ଆଦିତ୍ୟ

ଆଦିତ୍ୟ ଭୁବନେଶ୍ବର ସୁନ୍ଦରପଦାରେ ରହୁଥିଲେ। “ପିପୁଲ୍‌ ଫର୍‌ ସେବା” ନାମରେ ଅନୁଷ୍ଠାନ ଗଢ଼ି ଅସହାୟଙ୍କ ସେବାରେ ନିଜକୁ ବ୍ରତୀ କରିଥିବା ବେଳେ ବହୁ ଯୁବକ-ଯୁବତୀଙ୍କୁ ଏଥିରେ ଦୀକ୍ଷିତ କରାଇଥିଲେ। ମଦବିକ୍ରି ବିରୋଧରେ ଲଢ଼େଇ କରିବା ସହ ଭୋକିଲା ଓ ରୋଗୀଙ୍କୁ ସେବା କରିବାରେ ସେ ବ୍ରତୀ ଥିଲେ।

   Related Posts