ବିଦ୍ୟାଶ୍ରୀଙ୍କ ନାଁରେ ଖଇରା ଥାନାରେ କେସ୍ ଦେଲେ ଚିନ୍ମୟୀ, 'ସାଇକୋ ଲେଡି' ଆକ୍ଷେପ ନେଇ ଦାବି କଲେ ଆକ୍ସନ୍

Published By : Prameya-News7 Bureau | September 07, 2020 IST

ବାଲେଶ୍ୱର, ୦୭।୦୯:   ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ନାଁରେ ଏତଲା । ବାଲେଶ୍ୱର ଖଇରା ଥାନାରେ ଆଦିତ୍ୟଙ୍କ ବାନ୍ଧବୀ ଚିନ୍ମୟୀ ଉବୟ ବିଦ୍ୟାଶୀ ଓ ବିସ୍ମିତ ଦାସଙ୍କ ନାଁରେ ଏତଲା ଦେଇଛନ୍ତି ।

ଏତଲା ଦେବା ପରେ ଚିନ୍ମୟୀ କହିଛନ୍ତି ଯେ, ତାଙ୍କୁ ସାଇକୋ ଲେଡି କହି ବଦନାମ କରାଯାଉଛି । ତାଙ୍କ ନାଁରେ ଫେକ୍ ନ୍ୟୁଜ୍ ପ୍ରଚାର କରାଯାଉଛି । ଏପରି କରିବା ଦ୍ୱାରା ତାଙ୍କର ସମ୍ମାନ ହାନି ହୋଇଥିବା ସେ କହିଛନ୍ତି ।

ପୂର୍ବରୁ ସେ ଏକ ସାକ୍ଷାତକାରରେ କହିଥିଲେ ଯେ. ଆଦିତ୍ୟଙ୍କ ସହ ତାଙ୍କର ସାଧାରଣ ପ୍ରେମ ସମ୍ପର୍କ ଥିଲା । କୌଣସି ଏକ ତରଫା ପ୍ରେମ ସମ୍ପର୍କ ନଥିଲା ।  ସାଇକୋ ଲେଡି କଥା ପୁରା ମିଛ । ଏହା ବିରୋଧରେ ସେ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେବେ ବୋଲି ସେତେବେଳେ କହିଥିଲେ । ଆଦିତ୍ୟଙ୍କ ବିବାହ ପରଠୁ ତାଙ୍କ ସହ କୌଣସି ସମ୍ପର୍କ ନଥିଲା । ଉଭୟଙ୍କ ମଧ୍ୟରେ ଫେସବୁକରୁ ସମ୍ପର୍କ ଗଢି ଉଠିଥିଲା । ଆଦିତ୍ୟଙ୍କ ସହ ସୁସମ୍ପର୍କ ଥିଲା । ଏପରିକି ସେ ଆଦିତ୍ୟଙ୍କ ଆଶ୍ରମକୁ ମଧ୍ୟ ବୁଲି ଯାଇଥିବା କହିଥିଲେ ।

ସେ ଆହୁରି କହିଥିଲେ ଯେ, ଆଦିତ୍ୟଙ୍କୁ ନ୍ୟାୟ ମିଳୁ । ଦୋଷୀ ସାମ୍ନାକୁ ଆସୁ । ଏପରିକି ବିସ୍ମିତ ଯାହା ଅଭିଯୋଗ ଆଣିଛନ୍ତି ସେ ତାହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ । ଏହି ଅଭିଯୋଗର କୌଣସି ସତ୍ୟତା ନାହିଁ ।  ତାଙ୍କ ବିରୋଧରେ ମିଛ ଅପପ୍ରଚାର ହେଉଥିବା ମଧ୍ୟ ସେ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.