Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ଖିଅ ପାଉନି କ୍ରାଇମ୍‌ବ୍ରାଞ୍ଚ : ଜେରା ପରେ ଜେରା, ମାସେ ପରେ ବି ହାତ ଖାଲି…

8/08/2020 at 12:33 PM

ଭୁବନେଶ୍ୱର ୦୮।୦୮: ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ଘଟଣାକୁ ଏହାମଧ୍ୟରେ ମାସେରୁ ପୂରିଛି । କିନ୍ତୁ ଏଯାଏଁ ଘଟଣାରୁ ପରଦା ହଟୁନି , ସରୁନି ସସ୍‌ପେନ୍ସ । ସମଗ୍ର ମାମଲାଟି ବୁଢ଼ିଆଣୀ ଜାଲ ଭଳି ଦିନକୁ ଦିନ ଗୁନ୍ଥି ହୋଇଯାଉଛି । ଘଟଣାରେ ପ୍ରଥମ ତଦନ୍ତ ଜିଆର୍‌ପି କରୁଥିଲା, ଏବେ କ୍ରାଇମବ୍ରାଞ୍ଚ କରୁଛି ।  ଜିଆର୍‌ପି ପରେ ଏବେ ତଦନ୍ତ ଭାର ସମ୍ଭାଳିଥିବା କ୍ରାଇମ୍‌ବ୍ରାଞ୍ଚ ପୂରା ବାଉଳା । କିଛି ଥଳକୂଳ ପାଉନି । ଖାଲି ଅନ୍ଧାରରେ ବାଡ଼ି ବୁଲାଉଛି । ପ୍ରାରମ୍ଭରୁ ବେଶ୍‌ ଜୋର୍‌ସୋର୍‌ରେ ତଦନ୍ତ ଆରମ୍ଭ କରିଥିବା ତଦନ୍ତକାରୀ ଟିମ୍‌ର ଜୋଶ୍‌ରେ ଏବେ କିଛି ଦିନ ହେଲା ଧୀମାପଣ ଆସିଛି । କ୍ରାଇମ୍‌ ସିମୁଲେସନ ଯୋଗେ ଘଟଣା ପଛରୁ ପରଦା ହଟାଇବାକୁ ଏବେ ଦାବି ଉଠିଛି ।

ବିଶେଷଜ୍ଞଙ୍କ ମତ ଦ୍ୱାରା, ଏକ୍ସପର୍ଟ ଟିମ୍‌କୁ ଘଟଣାସ୍ଥଳକୁ ଡକାଯାଇ କ୍ରାଇମ୍‌ ସିମୁଲେସନ କରାଯାଉ । ଯେଉଁଥିରୁ ଆଦିତ୍ୟ ଟ୍ରେନ୍‌ ସାମ୍ନାରେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରି ଟ୍ରେନ୍‌ ଟ୍ରାକ୍‌ରେ ଫିଙ୍ଗି ଦିଆଯାଇଛି । ଏନେଇ କିଛି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ । ଶ୍ରୀଲିଙ୍ଗରାଜ ରେଳଷ୍ଟେସନରେ ତଦନ୍ତକାରୀ ଟିମ୍‌ ଦ୍ୱାରା ଏକ ପ୍ରତିକାତ୍ମକ ଚିତ୍ର କିମ୍ବା ଡେମୋ କରାଯିବ ।

ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ସହ ରେଳବାଇ ବିଭାଗର କିଛି ଅଭିଜ୍ଞ ଯନ୍ତ୍ରୀଙ୍କ ଏକ ଟିମ୍‌ ଘଟଣାସ୍ଥଳରେ ଯାଞ୍ଚ କରିବେ । ଫଳରେ କେଉଁ ପରିସ୍ଥିତିରେ ଆଦିତ୍ୟଙ୍କ ମୃତ୍ୟୁ ଘଟିଛି ? ଆଦିତ୍ୟଙ୍କ ଶରୀରରେ ଥିବା ଆଘାତ ଟ୍ରେନ୍‌ ଧକ୍କା ଦ୍ୱାରା ହୋଇଛି କି ନାହିଁ । ତାଙ୍କୁ କେହି ଠେଲି ଦେଇଛନ୍ତି କି? ଏସବୁ ଅସମାହିତ ପ୍ରଶ୍ନ ଉତ୍ତର କିଛି ଅଂଶରେ ମିଳିପାରିବ।

ସୂଚନା ଥାଉ କି, କ୍ରାଇମ୍‌ ସିମୁଲେସନ ଦ୍ୱାରା ପୂର୍ବରୁ ଅନେକ ଅପରାଧିକ ମାମଲାର ରହସ୍ୟ ଖୋଲିଥିବା ନଜିର୍‌ ରହିଛି । ଏପରି ସ୍ଥଳେ ତଦନ୍ତକାରୀ ଟିମ୍‌ କ୍ରାଇମ୍‌ ସିମୁଲେସନ ପ୍ରକ୍ରିୟାର ସହାୟତା ନେବ କି? ଏନେଇ ପ୍ରଶ୍ନ ଉଠିଛି ।

   Related Posts