ବିଦ୍ୟାଶ୍ରୀଙ୍କଠୁ ସତ ଆଦାୟ କରିବାକୁ ୫ ଘଣ୍ଟା ମାରାଥନ୍ ଜେରା, ଲାଏ-ଡିଟେକ୍ସନ ଟେଷ୍ଟରେ ସମାଜସେବୀଙ୍କ ପତ୍ନୀଙ୍କୁ ଗୁଡେଇତୁଡେଇ ପ୍ରଶ୍ନ କଲା କ୍ରାଇମବ୍ରାଞ୍ଚ

Published By : Prameya-News7 Bureau | August 27, 2020 IST

ଭୁବନେଶ୍ବର ୨୭।୮: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ରହସ୍ୟ ଉପରୁ ହଟିବ ପରଦା । ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ୫ ଘଣ୍ଟା ଧରି ଲାଏ-ଡିଟେକ୍ସନ ଟେଷ୍ଟର ସମ୍ମୁଖୀନ ହୋଇଛନ୍ତି । ରସୁଲଗଡ ସ୍ଥିତ ଫୋରେନସିକ୍ ଲ୍ୟାବ୍ ରେ ୫ଘଣ୍ଟା ଧରି ତାଙ୍କୁ ପଚରାଉଚରା କରାଯାଇଥିବା ଜଣାପଡିଛି । ତାଙ୍କୁ ୪୩ଟି ପ୍ରଶ୍ନ ପଚରା ଯାଇଥିବା ସୂଚନା ମିଳିଛି । ତେବେ କେଉଁ କେଉଁ ପ୍ରଶ୍ନ ପଚରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେହି ପ୍ରଶ୍ନଗୁଡିକର ବିଦ୍ୟାଶ୍ରୀ କ’ଣ ଉତ୍ତର ରଖିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ ।

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାକୁ ଦେଢମାସ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଘଟଣା ଉପରୁ ପରଦା ହଟିପାରିନି । ଫଳରେ ମାମଲାରେ ଲାଏ-ଡିଟେକ୍ସନ ଟେଷ୍ଟ କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଏହା ଆଧାରରେ ଲାଏ-ଡିଟେକ୍ସନ ଟେଷ୍ଟ ପାଇଁ ହାଜର ହୋଇଥିଲେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ।

ଆଦିତ୍ୟ ଦାଶ ମୃତ୍ୟୁ ଘଟଣାର ଦିନ ବଢିବା ସହ ରହସ୍ୟ ଉପରୁ ପରଦା ହଟିପାରୁନି । ପ୍ରଥମେ ଘଟଣାର ତଦନ୍ତ କରୁଥିଲା ଜିଆରପି ପରେ କ୍ରାଇମ୍‌ବ୍ରାଞ୍ଚକୁ ମାମଲା ହସ୍ତାନ୍ତର ହୋଇଥିଲା । କ୍ରାଇମବ୍ରାଞ୍ଚ ଘଟଣାରେ ୨୦ଜଣରୁ ଅଧିକ ଲୋକଙ୍କୁ ପଚରାଉଚରା କରିସାରିଲାଣି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ୍‌ ମାର୍ଗରେ ପହଞ୍ଚିପାରୁନି କ୍ରାଇମବ୍ରାଞ୍ଚ । ଆଦିତ୍ୟଙ୍କୁ ହତ୍ୟା କରାଯାଇଛି ନା’ ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇପାରୁନି ।

ଘଟଣାରେ କିଛି ଦିନ ତଳେ କ୍ରାଇମବ୍ରାଞ୍ଚ ୪ ଜଣଙ୍କ ଲାଏ-ଡିଟେକ୍ସନ ଟେଷ୍ଟ ପାଇଁ ନିଷ୍ପତ୍ତି ନେଇଥିଲା । ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ସାଙ୍ଗ ପପୁ-ବିକାଶ ଓ ଅନ୍ୟ ଜଣଙ୍କର ଟେଷ୍ଟ କରାଯିବ ବୋଲି ସୂଚନା ଦିଆଯାଇଥିଲା । ଏହି ଆଧାରରେ ଆଜି ବିଦ୍ୟାଶ୍ରୀଙ୍କୁ ଲାଏ-ଡିଟେକ୍ସନ ଟେଷ୍ଟ ପାଇଁ ହାଜର ଲାଗି ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ରସୁଲଗଡ ସ୍ଥିତ ରାଜ୍ୟ ଫରେନସିକ୍ ଲ୍ୟାବ୍‌ରେ ଲାଏ-ଡିଟେକ୍ସନ ଟେଷ୍ଟ ପାଇଁ ହାଜର ହୋଇଥିଲେ ପତ୍ନୀ ବିଦ୍ୟାଶ୍ରୀ । ଆଦିତ୍ୟଙ୍କ ମୃତ୍ୟୁର ରହସ୍ୟ ଖୋଜିବା ପାଇଁ ଲାଏ-ଡିଟେକ୍ସନର ସାହାର ନେଇଛି କ୍ରାଇମବ୍ରାଞ୍ଚ । ଆଦିତ୍ୟଙ୍କୁ ହତ୍ୟା କରାଯାଇଛି ନା’ ସେ ଆତ୍ମହତ୍ୟା କରିଛନ୍ତି ତାହା ଏବେ ବି ସସପେନ୍ସ ଭିତରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.