Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଆଦିତ୍ୟ ଦାସ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦେଲେ ଭଦ୍ରକ ୟୁନିଟ୍ ଫର ସେବାର କର୍ମକର୍ତ୍ତା

10/07/2020 at 3:45 PM

ଭୁବନେଶ୍ଵର ୧୦।୦୭: ସମାଜସେବୀ ଆଦିତ୍ୟ ଦାଶଙ୍କ ରେଳଧାରଣାରୁ ମୃତଦେହ ମିଳିବା ଘଟଣାରେ ସସ୍‌ପେନ୍ସ ବଢ଼ିଚାଲିଛି। ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ। ସେପଟେ ମାମଲାର ମୋଡ଼ ବଦଳାଇଛି ଜିଆର୍‌ପି ପୁଲିସ୍‌। ପ୍ରଥମେ ଅପମୃତ୍ୟୁ ମାମଲାରେ ତଦନ୍ତ ଚଳାଇଥିବା ପୁଲିସ ଏବେ ହତ୍ୟା ମାମଲା ରୁଜୁ କରିଛି । ‘ପିପୁଲ ଫର ସେବା’ର ଅଭିଯୋଗ ଆଧାରରେ ପୁଲିସ ୩୦୨ (ହତ୍ୟା) ଓ ୩୪ ଆଇପିସି ଦଫା ମାମଲାରେ ଯୋଡିଛି। ଅନ୍ୟପଟେ ସମାଜସେବୀ ତଥା ପିପୁଲ ଫର ସେବାର ଆବାହକ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଭଦ୍ରକ ଜିଲ୍ଲାର ସାମାଜିକ ସଂଗଠନ ୟୁନିଟ ଫର ସେବା ଅନୁଷ୍ଠାନର କର୍ମକର୍ତ୍ତାମାନେ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ଏକ ଅନୁରୋଧପତ୍ର  ଭଦ୍ରକ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛନ୍ତି ।

ଆଦିତ୍ୟ ଦାସ ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡିତ ଥିବା ବେଳେ ତାଙ୍କର ଆତ୍ମହତ୍ୟା ଘଟଣାକୁ କେହି ଗ୍ରହଣ କରିପାରୁନାହାନ୍ତି । ଏବେ ରାଜ୍ୟସରକାର ଏହି ଘଟଣାର ଅନୁସନ୍ଧାନ ପାଇଁ କ୍ରାଇମବ୍ରାଞ୍ଚକୁ କେସ ହସ୍ତାନ୍ତର କରିବା ପାଇଁ ଦାବି କରିଛନ୍ତି ଏହି ଅନୁଷ୍ଠାନର କର୍ମକର୍ତ୍ତା। ଅନ୍ୟପକ୍ଷେ ଆଦିତ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ବି ସାମ୍ନାକୁ ଆସିଛି। ରିପୋର୍ଟ ଆଜି ସକାଳେ ଜିଆର୍‌ପି ଥାନା ଅଧିକାରୀଙ୍କ ହସ୍ତଗତ ହୋଇଛି । ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି । ରେଳବାଇ ଏସ୍‌ପି ଅଶୋକ ବିଶ୍ୱାଳ କହିଛନ୍ତି, ଆଦିତ୍ୟଙ୍କ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ତଦନ୍ତ ଆଗେଇଛି। ଗତକାଲି ଭାଇରାଲ ହୋଇଥିବା ୪ ପୃଷ୍ଠା ବିଶିଷ୍ଟ ସୁଇସାଇଡ୍‌ ନୋଟ୍‌ ଆଦିତ୍ୟଙ୍କ ଘରୁ ଜବତ ହୋଇଥିବା ଡାଏରୀର ଲେଖା ବୋଲି ସେ କହିଛନ୍ତି।

ହ୍ୟାଣ୍ଡ ରାଇଟିଂ ବ୍ୟୁରୋରୁ ମ୍ୟାଚିଂ ରିପୋର୍ଟ ଆସିବା ପରେ ଏହା ଆଦିତ୍ୟଙ୍କ ଲେଖା ବୋଲି ସ୍ପଷ୍ଟ ହେବ । ଡାଏରୀରେ ଉଲ୍ଲେଖ ହୋଇଥିବା ଫାଉଣ୍ଡେସନର ଅର୍ଥ ବାବଦରେ ଖୋଳତାଡ଼ ଆରମ୍ଭ କରିଛି ପୁଲିସ । ଆଜି ଫାଉଣ୍ଡେସନ କୋଷାଧ୍ୟକ୍ଷ ପପୁ ଓ ସଭାପତି ପ୍ରୀତମ ମିଶ୍ରଙ୍କୁ ଥାନାକୁ ଡକାଇ ଏ ବାବଦରେ ଜେରା କରିଛି । ସେପଟେ ରେଳଷ୍ଟେସନ ସିସି କ୍ୟାମେରାରୁ ମୃତ୍ୟୁ ବାବଦରେ ସେମିତି କିଛି ତଥ୍ୟ ପୁଲିସକୁ ମିଳିନି।

ସୂଚନା ଥାଉ କି, ମଙ୍ଗଳବାର ଭୋର ବେଳା ଶ୍ରୀଲିଙ୍ଗରାଜ ରେଳଷ୍ଟେସନ ନିକଟ ରେଳଧାରଣାରୁ ଆଦିତ୍ୟଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ଘଟଣା ପୂର୍ବଦିନ ରାତିରେ ସ୍ତ୍ରୀଙ୍କ ସହ ତାଙ୍କର ଝଗଡ଼ା ଲାଗିଥିଲା । ଯେଉଁଥିପାଇଁ ସେ ରାତି ୧୦ଟାରେ ରାଗି କରି ଘରୁ କୁଆଡ଼େ ପଳାଇଥିଲେ।ଏବେ ଆଦିତ୍ୟଙ୍କ ୨ଟି ମୋବାଇଲକୁ ଭରସା କରିଛି ପୁଲିସ । ଆଜି ଏକ୍ସପର୍ଟଙ୍କ ଜରିଆରେ ମୋବାଇଲ୍‌ର କଲ୍‌ ରେକର୍ଡ ଓ ହ୍ୱାଟସ୍‌ଆପ୍‌ ଯାଞ୍ଚ କରିଥିଲା । ତାଙ୍କ ହ୍ୱାଟସ୍‌ଅପ୍‌ରୁ କିଛି ତଥ୍ୟ ପୁଲିସ ହାତରେ ଲାଗିଛି । ଆଦିତ୍ୟ କେଉଁ କାରଣ ଯୋଗୁଁ ଡିପ୍ରେସନରେ ରହୁଥିଲେ? କ’ଣ ପାଇଁ ଅଚାନକ ନଣ୍ଡା ହୋଇ ଯାଇଥିଲେ ? ଏନେଇ ଜଣେ ଘନିଷ୍ଠ ସାଙ୍ଗଙ୍କ ସହ ସେ ବେଶ୍‌ କିଛି ସମୟ ହ୍ୱାଟସ୍‌ଆପ୍‌ରେ ଚାଟ୍‌ କରିଛନ୍ତି । ସମ୍ପୃକ୍ତ ସାଙ୍ଗଙ୍କ ଫୋନ୍‌ ନମ୍ବର ଏବେ ସୁଇଚ୍‌ ଅଫ୍‌ ଆସୁଛି । ପୁଲିସ ତାଙ୍କୁ ଖୋଜିବା ଆରମ୍ଭ କରିଛି । ସୋମବାର ଘର ଛାଡ଼ିବା ପୂର୍ବରୁ ଆଦିତ୍ୟ ୨ ସାଙ୍ଗଙ୍କ ସହ ଚାଟିଂ କରିଥିଲେ । ଏ ବାବଦରେ ଅନ୍ୟ ୨ ଜଣ ସାଙ୍ଗଙ୍କୁ ଥାନାକୁ ଡାକି ପଚରାଉଚରା କରିଛି।

   Related Posts