Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଫିଟିବ ଗୁମର ! ଆଦିତ୍ୟଙ୍କ ସାଙ୍ଗ ବିଶ୍ୱମୋହନଙ୍କୁ ଜେରା କଲା ଜିଆର୍‌ପି

25/07/2020 at 12:27 PM

ଭୁବନେଶ୍ୱର ୨୫।୦୭ : ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଜିଆରପିର ତନାଘନା । ଆଦିତ୍ୟଙ୍କ ସାଙ୍ଗ ବଲାଙ୍ଗୀରର ବିଶ୍ଵମୋହନ ଭୋଇଙ୍କୁ ୨ଘଣ୍ଟା ଜେରା କରିଛି ଜିଆରପି । ବିଶ୍ବମୋହନ ଏବଂ ଆଦିତ୍ୟଙ୍କ ଭିତରେ ଘନିଷ୍ଠ ବନ୍ଧୁତା ଥିଲା । ଆଦିତ୍ୟଙ୍କ ସହ ପ୍ରାୟ ସବୁଦିନେ ସେ କଥା ହୁଅନ୍ତି ବୋଲି ଆଦିତ୍ୟଙ୍କ ପତ୍ନୀ କହିଥିଲେ । ଏଭିତରେ ଜିଆରପି ଆଦିତ୍ୟଙ୍କ ୩୦ରୁ ଅଧିକ ବନ୍ଧୁଙ୍କୁ ଜେରା କରି ସାରିଛି । ଆଦିତ୍ୟଙ୍କ ମୃତ୍ଯୁ ରହସ୍ୟ ଖୋଲିବାକୁ ଜିଆରପି ତନାଘନା କରୁଛି । ସୁଇସାଏଡ ନୋଟ୍ ଆଦିତ୍ୟ ନିଜେ ଲେଖିଥିବା handwriting bureau ଯାଞ୍ଚ ରିପୋର୍ଟରେ ଆସିବା ପରେ ଏବେ ତାଙ୍କ ମୃତ୍ୟୁ ରହସ୍ୟ ଆହୁରି ଗୋଳମାଳିଆ ହୋଇ ଯାଇଛି ।

ତଦନ୍ତକାରୀ ଅଧିକାରୀ ଥାନାରେ ବିଶ୍ୱଙ୍କୁ ନାନା ପ୍ରଶ୍ନ ପଚାରିଥିଲେ । ଆଦିତ୍ୟଙ୍କ ଡେଥ୍‌ ସହ କିଛି ଲିଙ୍କ ଅଛି କି ନାହିଁ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ଝଗଡାର କାରଣ କ’ଣ ? ଆଦିତ୍ୟ ମୃତ୍ୟୁ ପୂର୍ବରୁ ଏ ବାବଦରେ ବିଶ୍ୱଙ୍କୁ କିଛି କହିଥିଲେ କି? ଜେରା ବେଳେ କିିଛି ସନ୍ତୋଷଜନକ ଉତ୍ତର ମିଳିନଥିବା ପୁଲିସ କହିଛି । ମୃତ୍ୟୁର ୬ ଦିନ ପୂର୍ବରୁ ଫୋନ୍‌ ଯୋଗେ ବିଶ୍ୱ-ଆଦିତ୍ୟ କଥା ହୋଇଥିଲେ । ସେତେବେଳେ ସବୁକିଛି ଠିକ୍‌ ଥିଲା ବୋଲି ବିଶ୍ୱ ପୁଲିସ ସାମ୍ନାରେ କହିଛନ୍ତି । ଏହାଛଡ଼ା ପାରିବାରିକ କଳହକୁ ନେଇ କିଛି ସୂଚନା ଦେଇଥିବା ସେ ପୁଲିସକୁ ଜଣାଇଛନ୍ତି । ସୂଚନା ଥାଉ କି, ବିଶ୍ୱ-ଆଦିତ୍ୟ କଲେଜ ବେଳର ସାଙ୍ଗ ଥିଲେ । ଉଭୟେ ବଲାଙ୍ଗିରର ରାଜେନ୍ଦ୍ର ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଏକାଠି ପଢ଼ୁଥିଲେ । ଲକ୍‌ଡାଉନ୍‌ ଯୋଗୁ ବିଶ୍ୱ କିନ୍ତୁ ଆଦିତ୍ୟଙ୍କ ବାହାଘରକୁ ଆସିପାରି ନଥିଲେ ।

ସେପଟେ ସୁଇସାଇଡ୍‌ ନୋଟ ଆଦିତ୍ୟ ଲେଖିଥିବା ରିପୋର୍ଟ ଆସିଛି । ଏହାପରେ ପୁଲିସ ଆଦିତ୍ୟଙ୍କ ଡେଥ୍‌ ମିଷ୍ଟ୍ରିର ତଦନ୍ତରେ ପୂର୍ଣ୍ଣଛେଦ ପକାଇବା ପ୍ରକ୍ରିୟା ଆରମ୍ଭ କରିଛି । କେଉଁ କାରଣ ଯୋଗୁଁ ଆଦିତ୍ୟ ଡିପ୍ରେସନରେ ରହୁଥିଲେ, ତାହା ଜଣାପଡିବା ପରେ ପୁଲିସ ଘଟଣାର ତଦନ୍ତ ଶେଷ କରିବ ।

   Related Posts