Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||
  • ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ମୁମ୍ବାଇ ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ମଲ୍‌ରେ ଥିଲେ ପ୍ରାୟ ୩୦୦ ଲୋକ
  • ||

ଆଦିତ୍ୟ ଦାଶ ମୃତ୍ୟୁ ମାମଲା , ଆସିଲା ପତ୍ନୀ ବିଦ୍ୟାଶ୍ରୀ ଓ ସହଯୋଗୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ…

10/09/2020 at 9:28 AM

ଭୁବନେଶ୍ୱର ୧୦।୦୯: ଦିନ ଗଡିବା ସହ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ରହସ୍ୟ ଅଧିକ ଘନୀଭୂତ ହେଉଛି । ମୃତ୍ୟୁକୁ ୨ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିଲାନାହିଁ କି ଘଟଣା ହତ୍ୟା ନା ଆତ୍ମହତ୍ୟା । ତଦନ୍ତ ଜିଆର୍‌ପି ଠାରୁ ଯାଇ କ୍ରାଇମବ୍ରାଞ୍ଚ ପାଖକୁ ଗଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଜିଆର୍‌ପି ପରି କ୍ରାଇମ୍‌ବ୍ରାଞ୍ଚର ହାତ ଖାଲି । ପ୍ରତିଦିନ ଘଟଣାରେ ନୂଆ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସୁଛି । ପ୍ରତିଦିନ ଆରୋପ ଓ ପ୍ରତ୍ୟାରୋପ ଚାଲିଛି । କିନ୍ତୁ ରହସ୍ୟ ରହସ୍ୟ ପାଲଟିଛି । କେବେ ରହସ୍ୟ ଉପରୁ ଉଠିବ ପରଦା । ତେବେ ଏସବୁ ଭିତରେ ଏକ ରିପୋର୍ଟ ସାମ୍ନାକୁ ଆସିଛି ।

ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ରହସ୍ୟ ଭେଦିବାକୁ ଯାଇ ବାଉଳି ହେଉଥିବା କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ହାତରେ ଲାଗିଛି ସ୍ପଷ୍ଟ ତଥ୍ୟ । ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ସହ ସହଯୋଗୀ ପପୁ, ବିକାଶ ଓ ଦୀପକଙ୍କର କିଛି ଦିନ ତଳେ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ଏବେ ସେହି ଲାଏ ଡିଟେକ୍ସନ ଟେଷ୍ଟର ରିପୋର୍ଟ ଆସିଛି । ଟେଷ୍ଟରେ ପଚରା ଯାଇଥିବା ପ୍ରାୟ ସବୁ ପ୍ରଶ୍ନରେ ସାକ୍ଷ୍ୟମାନେ ସତ କହିଥିବା ସୂଚନା ମିଳିଛି ।

ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବନ୍ଧୁ ଦେଇଥିବା ବୟାନ ସହ ପଲିଗ୍ରାଫ ଟେଷ୍ଟ ରିପୋର୍ଟ ମେଳ ଖାଉଛି । ତଦନ୍ତ ବେଳେ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବନ୍ଧୁମାନେ ପୋଲିସ ଓ କ୍ରାଇମବ୍ରାଞ୍ଚକୁ ଦେଇଥିବା ବୟାନରେ ତାଳମେଳ ରହୁନଥିଲା । ତେଣୁ ରାଜ୍ୟ ଅପରାଧ ବିଧି ବିଜ୍ଞାନଗାରରେ ମିଥ୍ୟା ଅନୁସନ୍ଧାନ ବିଭାଗରେ ୪ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଗତ ୨୭ ଓ ୨୮ ତାରିଖରେ କରାଯାଇଥିଲା । ଯାହାର ରିପୋର୍ଟ ଆସିଛି ।

   Related Posts