Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଳାତକ ବିଜୟ ମାଲ୍ୟାକୁ ଦେବାଳିଆ ଘୋଷଣା କଲେ ଲଣ୍ଡନ ହାଇକୋର୍ଟ
  • ||
  • ଅକ୍ଟୋବର ୩ରେ JEE ଆଡଭାନ୍ସଡ୍‌ ପରୀକ୍ଷା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘୋଷଣା
  • ||
  • ଭୁବନେଶ୍ବରରୁ ଦିନକରେ ୨୮୬ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୧ ସୁସ୍ଥ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୨୦୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୮୯ ଡିସଚାର୍ଜ
  • ||
  • ପେଗାସସ ତାଲିକାରେ ଇଡି ଅଫିସର, ବିଏସଏଫର ପୂର୍ବତନ ଡିଜି ଓ କେଜ୍ରିଓ୍ଵାଲଙ୍କ ସହଯୋଗୀଙ୍କ ନାମ
  • ||
  • ଧର୍ମେନ୍ଦ୍ରଙ୍କୁ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଦାୟିତ୍ଵ, ଦୂର କରିବେ ଅସ୍ଥିରତା !
  • ||
  • ପୁରୀ : ପୁରୀ ବଳିଆପଣ୍ଡାରେ ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ମିଶନ୍’ ଆରମ୍ଭ
  • ||
  • ସାଲେପୁର : ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହ ଶାରିରୀକ ସମ୍ପର୍କ, ବିବାହ ପାଇଁ କହିବାରୁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କଲେ ଯୁବକ !
  • ||
  • ସାଲେପୁର : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦମ୍ପତ୍ତି ଗୁରୁତର
  • ||
  • ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍ ଦେଇ ଜଳ ନିଷ୍କାସିତ, ଜଳସ୍ତର ୬୦୯.୯୩ ଫୁଟ
  • ||

ଆଦିତ୍ୟ ମୃତ୍ୟୁ ମାମଲା : ଘଟଣାରୁ ପରଦା ହଟାଇବା ପାଇଁ ହେବ କ୍ରାଇମ ସିମୁଲେସନ…

10/08/2020 at 10:40 AM

ଭୁବନେଶ୍ୱର ୧୦।୦୮: ସମାଜସେବୀ ଆଦିତ୍ୟ ଦାଶ୍ ମୃତ୍ୟୁ ଘଟଣା । ଘଟଣାକୁ ନେଇ ଏପର୍ଯ୍ୟନ୍ତ ପରଦା ହଟିପାରିନି । ହତ୍ୟା ନା ଆତ୍ମହତ୍ୟା ତାହା ଏବେବି ସସପେନ୍ସ ଘେରରେ ରହିଛି । ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ଏକମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ତଦନ୍ତକାରୀ ଟିମ୍‌ର ହାତ ଖାଲି । ଘଟଣାରୁ ପରଦା ହଟାଇବା ପାଇଁ ଖୁବ ଶୀଘ୍ର ହେବ କ୍ରାଇମ ସିମୁଲେସନ ।

ଆଦିତ୍ୟ ମୃତ୍ୟ ଘଟଣା ଉପରୁ ପରଦା ଉଠାଇବା ପାଇଁ ହେବ କ୍ରାଇମ ସିମୁଲେସନ । ଏକ୍ସପୋର୍ଟ ଟିମକୁ ଘଟଣାସ୍ଥଳ ଡକାଯାଇ କ୍ରାଇମ ସିମୁଲେସନ କରାଯିବ ବୋଲି ସୂଚନା ରହିଛି । ଆଦିତ୍ୟ ଟ୍ରେନ ସାମ୍ନାରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଟ୍ରେନ ଟ୍ରାକରେ ଫିଙ୍ଗି ଦିଆଯାଇଛି। ଏସବୁ ଘଟଣାରୁ ପରଦା ହଟିବ ।  ଲିଙ୍ଗରାଜ ଷ୍ଟେସନରେ ତଦନ୍ତକାରୀ ଟିମ ଦ୍ୱାରା ଏକ ପ୍ରତୀକାତ୍ମକ ଚିତ୍ର କିମ୍ବା ଡେମୋ କରାଯିବ । ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ସହ ରେଳବାଇ ବିଭାଗର କିଛି ଅଭିଜ୍ଞ ଯନ୍ତ୍ରୀ, ଲୋକ ପାଇଲଟ ଏହି ଘଟଣା ସ୍ଥଳରେ ଯାଂଚ କରିବେ ।

ଘଟଣା ଘଟିବା ଦିନ କଣ ହୋଇଥାଇ ପାରେ ତାକୁ ନେଇ ସେଠାରେ ଏକ ପ୍ରତୀକାତ୍ମକ ନାଟ୍ୟ ରୂପ ପ୍ରସ୍ତୁତ କରିବେ । ଏହାକୁ ତଦନ୍ତକାରୀ ଏକ୍ସପୋର୍ଟ ଟିମ ତର୍ଜମା କରିବ। ଫଳରେ ଆଦିତ୍ୟଙ୍କ ମୃତ୍ୟୁ କିପରି ହୋଇଥାଇପାରେ ତାହା ଜଣାପଡ଼ିବ । ଆଦିତ୍ୟଙ୍କ ଶରୀରରେ ଥିବା ଆଘାତ ଟ୍ରେନ ଦ୍ୱାରା ହୋଇଛି କି ନାହିଁ। ତାଙ୍କୁ କେହି ଠେଲି ଦେଇଛି କି ? ଏ ସବୁ ଅସମାହିତ ପ୍ରଶ୍ନର ଉତ୍ତର କିଛି ଅଂଶରେ ମିଳିପାରେ ବୋଲି ଅନୁମାନ କରାଯାଉଛି । କ୍ରାଇମ ସିମୁଲେସନ ଦ୍ୱାରା କିଛି ତଥ୍ୟ ସାମ୍ନାକୁ ଆସିପାରେ । ସେହିପରି ପୁର୍ବରୁ ଅନେକ ଅପରାଧିକ ମାମଲାର ରହସ୍ୟ ଖୋଲିବାର ନଜିର ରହିଛି ।

   Related Posts